Game Changer: ରାମ ଚରଣଙ୍କ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗେମ୍ ଚେଞ୍ଜର’କୁ ଦର୍ଶକଙ୍କ ଠାରୁ ବେଶ ଭଲପାଇବା ମିଳିଛି ।
ଫିଲ୍ମଟି ତିନି ଦିନ ମଧ୍ୟରେ ବିଶ୍ୱବ୍ୟାପୀ ଜବରଦସ୍ତ କଲେକ୍ସନ କରିଛି । ରାମ ଚରଣଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ରକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଅଭିନେତା ଏହି ଚଳଚ୍ଚିତ୍ର ଜରିଆରେ ତିନି ବର୍ଷ ପରେ ସୋଲୋ ହିରୋ ଭାବରେ ବଡ଼ ପରଦାକୁ ଫେରିଥିଲେ । ଆରଆରଆର ଅଭିନେତାଙ୍କ ଏହି ଫିଲ୍ମ ପାଇଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଥିଲେ । ଜାନୁଆରୀ ୧୦ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବା ପରେ ‘ଗେମ୍ ଚେଞ୍ଜର’କୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ଏହି ଫିଲ୍ମ କେବଳ ଦେଶରେ ଚହଳ ସୃଷ୍ଟି କରୁନାହିଁ ବରଂ ବିଶ୍ୱବ୍ୟାପୀ ଏକ ଦମଦାର କଲେକ୍ସନ ମଧ୍ୟ କରୁଛି ।

ଫିଲ୍ମର ରୋଜଗାରର ଗତିକୁ ଦେଖିଲେ ଲାଗୁଛି ଯେ ଏହା ଏବେ ପୁଷ୍ପା-୨କୁ ବିଶ୍ୱସ୍ତରରେ ପଛରେ ପକାଇପାରେ । ରାମ ଚରଣଙ୍କ ଆରଆରଆର ଐତିହାସିକ ସଫଳତା ହାସଲ କରିଛି । ଇତିମଧ୍ୟରେ ଏହି ଅଭିନେତା ପୁଣି ଥରେ ଗେମ୍ ଚେଞ୍ଜର ଜରିଆରେ ବକ୍ସ ଅଫିସରେ ଆଧିପତ୍ୟ ବଜାୟ ରଖିଛନ୍ତି। ଚଳଚ୍ଚିତ୍ରଟି ଯେଉଁ ବେଗରେ ରୋଜଗାର କରୁଛି ତାହାକୁ ଦୃଷ୍ଟିରେ ରଖି ଏହି ଫିଲ୍ମ ବିଶ୍ୱବ୍ୟାପୀ ପୁଷ୍ପା ୨ର ଅନ୍ତ ଘଟାଇବ ବୋଲି କଳ୍ପନାଜଳ୍ପନା କରାଯାଉଛି।

ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ ଗେମ ଚେଞ୍ଜରରେ ମଧ୍ୟ କାମ କରିଛନ୍ତି । ଚଳଚ୍ଚିତ୍ରଟି ଦର୍ଶକଙ୍କ ଠାରୁ ଚମତ୍କାର ପ୍ରତିକ୍ରିୟା ପାଇଛି ଏବଂ କେବଳ ଦେଶରେ ନୁହେଁ ବରଂ ବିଶ୍ୱବ୍ୟାପୀ ବହୁତ ଟଙ୍କା ରୋଜଗାର କରୁଛି । ସୂଚନାଯୋଗ୍ୟ ଯେ ରାମ ଚରଣଙ୍କ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗେମ୍ ଚେଞ୍ଜର’ ଭାରତ ତୁଳନାରେ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଦେଶରେ ୧୦୦ କୋଟି ଆୟ କରିବାର ଅତି ନିକଟତର ହୋଇଥିବା ବେଳେ ବିଦେଶରେ ମଧ୍ୟ ଚହଳ ସୃଷ୍ଟି କରି ୩୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି । ଫିଲ୍ମ ସମାଲୋଚକ ମନୋବାଲା ବିଜୟ ବାଲାନ ଗେମ୍ ଚେଞ୍ଜର ରିଲିଜ୍ ହେବାର ତିନି ଦିନ ପରେ ଏହାର ବିଶ୍ୱବ୍ୟାପୀ ରୋଜଗାର ର ତଥ୍ୟ ସେୟାର କରିଛନ୍ତି ।

ମନୋବାଲା ବିଜୟ ବାଲାନଙ୍କ ଦ୍ୱାରା ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଗେମ୍ ଚେଞ୍ଜର ମୁକ୍ତିଲାଭ କରିବାର ମାତ୍ର ତିନି ଦିନ ମଧ୍ୟରେ ବିଶ୍ୱବ୍ୟାପୀ ୨୭୦ କୋଟି ଆୟ କରିଛି ଏବଂ ଏହା ୩୦୦ କୋଟିରୁ ମାତ୍ର ଏକ ଇଞ୍ଚ ଦୂରରେ ରହିଛି । ଏହା ସହିତ ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏହାର ଓପନିଂ ୱିକେଣ୍ଡରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇସାରିଛି ।
ତେବେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ଭାରତୀୟ ସିନେମାରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଛି । ଇତିମଧ୍ୟରେ ବିଶ୍ୱବ୍ୟାପୀ ଏହି ଫିଲ୍ମ ବାହୁବଳୀ-୨କୁ ପଛରେ ପକାଇ ବିଦେଶୀ ବଜାରରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ପାଲଟିଛି । ୮୪୫ କୋଟି ରୋଜଗାର କରିଥିବା ପୁଷ୍ପା-୨ ଏବେ ଦଙ୍ଗଲର ୨୦୭୦ କୋଟି ଆୟକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି।

ତେବେ ଗେମ୍ ଚେଞ୍ଜର ପ୍ରଥମ ସପ୍ତାହରେ ପୁଷ୍ପା-୨କୁ ପଛରେ ପକାଇ ପାରିନଥିଲା। କିନ୍ତୁ ଫିଲ୍ମର ରୋଜଗାରର ଗତିକୁ ଦେଖିଲେ ଲାଗୁଛି ଯେ ଏହା ବିଶ୍ୱବ୍ୟାପୀ ଭଲ ବ୍ୟବସାୟ କରିବ । ଏବେ ଦେଖିବା ରୋଚକ ହେବ ଯେ ଗେମ୍ ଚେଞ୍ଜର ପୁଷ୍ପା-୨ର ବିଶ୍ୱବ୍ୟାପୀ ୧୮୪୫ କୋଟି ଆୟକୁ ଅତିକ୍ରମ କରିପାରିବ କି ନାହିଁ।


