Delhi: ଆମେରିକାର ବଢ଼ୁଥିବା କଟକଣାକୁ ଯବାବ ଦେବାକୁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଓ ରଣନୀତିକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଫଳରେ ୟୁରୋପ ଓ ଭାରତ ମଧ୍ୟରେ ପ୍ରତିରକ୍ଷାଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର ଉତ୍ପାଦନ ଓ ବ୍ୟବସାୟ ଅଧିକ କ୍ରିୟାଶୀଳ ହୋଇପାରିବ। ଆଜି ପ୍ରଥମଥର ପାଇଁ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଦୁଇ ପକ୍ଷ ଭିତରେ ସମ୍ପର୍କ ଅଧିକ ନିବିଡ଼ ହେବ ବୋଲି ଆଶା କରିଛନ୍ତି।
ପ୍ରଥମଥର ପାଇଁ ୟୁରୋପୀୟ କମିଶନଙ୍କ ଏକ ୨୭ ଜଣିଆ ଉଚ୍ଚ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପ୍ରାୟ ୨୦ଟି ମନ୍ତ୍ରୀସ୍ତରୀୟ ବୈଠକରେ ଉଭୟ ପ୍ରତିନିଧି ଦଳ ଏକାଠି ହୋଇଥିଲେ। ଏହି ଗସ୍ତ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କେବଳ ୟୁରୋପୀୟ କମିଶନଙ୍କ ପ୍ରଥମ ଭାରତ ଗସ୍ତ ନୁହେଁ, ବରଂ ପ୍ରଥମଥର ପାଇଁ କୌଣସି ଏକ ଦେଶରେ ୟୁରୋପୀୟ କମିଶନଙ୍କ ଏହା ଏତେ ବ୍ୟାପକ ଗସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ସେ କହିଛନ୍ତି ଅନେକ ପୂର୍ବରୁ ୟୁରୋପୀୟ ରାଷ୍ଟ୍ର ସମୁହ ଏବଂ ଭାରତ ଭିତରେ ରଣନୈତିକ ସହଭାଗୀତା ସ୍ୱଭାବିକ ଭାବେ ରହି ଆସିଛି। ଏହାର ମୂଳଭିତ୍ତି ପରସ୍ପର ଭିତରେ ଆସ୍ଥା , ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିଶ୍ୱାସ ଏବଂ ସମୃଦ୍ଧି ଓ ସମାନ ପ୍ରଗତି ପାଇଁ ଏକ ପାରସ୍ପରିକ ପ୍ରତିବଦ୍ଧତା ଉପରେ ଆଧାରିତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
![]()
ଆମେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସବୁଜ ଅଭିବୃଦ୍ଧି, ସୁରକ୍ଷା, ଦକ୍ଷତା ଏବଂ ଯାତାୟାତ କ୍ଷେତ୍ରରେ ସହଯୋଗ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛୁ। ଏହି ବର୍ଷ ଶେଷ ସୁଦ୍ଧା ଏକ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବାକୁ ଆମେ ଆମର ନିର୍ଦ୍ଧାରିତ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିବେଶ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ, ନିବେଶ ସୁରକ୍ଷା ଏବଂ ଜିଆଇ ଚୁକ୍ତିନାମା ଉପରେ ଆଗକୁ ବଢ଼ିବା ବିଷୟରେ ମଧ୍ୟ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ, ଏକ ବିଶ୍ୱସ୍ତ ଏବଂ ସୁରକ୍ଷିତ ମୂଲ୍ୟ ଶୃଙ୍ଖଳା ଆମର ସାଧାରଣ ପ୍ରାଥମିକତା ଦିଆଯାଇଛି।
ଆମେ ସେମିକଣ୍ଡକ୍ଟର, ଏଆଇ,ଉଚ୍ଚ କ୍ଷମତାପନ୍ନ କମ୍ପ୍ୟୁଟିଂ ଏବଂ ୬-ଜି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ସହମତ ହୋଇଛୁ। ଏହାସସହ ମହାକାଶବିଜ୍ଞାନ ସମ୍ବନ୍ଧୀୟ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ଆମେ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦୀ ସୂଚନା ଦେଇଛନ୍ତି।
ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ସବୁଜ ହାଇଡ୍ରୋଜେନ ଫୋରମ ଏବଂ ସମୁଦ୍ର ତଟୀୟ ପବନ ଶକ୍ତି ବାଣିଜ୍ୟ ସମ୍ମିଳନୀ ଆୟୋଜନ କରିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଇଭି ବ୍ୟାଟେରୀ, ସାମୁଦ୍ରିକ ପ୍ଲାଷ୍ଟିକ୍ ଏବଂ ସବୁଜ ହାଇଡ୍ରୋଜେନ୍ ସମ୍ବନ୍ଧରେ ମିଳିତ ଗବେଷଣା ହେବ। ଫଳରେ ପରିପୂରକ ସହରାଞ୍ଚଳ ବିକାଶ ସମ୍ବନ୍ଧୀୟ ମିଳିତ ଯୋଜନାକୁ ଆଗକୁ ବଢ଼ିପାରିବ।
ଯୋଗାଯୋଗ କ୍ଷେତ୍ରରେ, ଭାରତ – ମଧ୍ୟପ୍ରାଚ୍ୟ – ୟୁରୋପ ଅର୍ଥନୈତିକ କରିଡର କିମ୍ବା “ଆଇଏମ୍ଇୟଇସି” କୁ ଅଗ୍ରସର କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ। ମୁଁ ବିଶ୍ୱାସ କରେ ଯେ “ଆଇଏମ୍ଇଅଇସି” ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ, ପରିପୂରକ ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ଚଳାଇବା ପାଇଁ ଏକ ଇଞ୍ଜିନ ଭାବରେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ମୋଦୀ।
ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧରେ ଉଭୟ ସହଯୋଗ କରିବେ ବୋଲି ଚୁକ୍ତିବଦ୍ଧ ହୋଇଛନ୍ତି। ଏହା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧିର ଗୁରୁତ୍ୱ ଉପରେ ଉଭୟ ସହମତ ହୋଇଛନ୍ତି। ଏଣିକି “ଭାରତ ପ୍ରଶାନ୍ତ ମହାସାଗର କାର୍ଯ୍ୟକ୍ରମ”ରେ ଇୟୁ ଯୋଗ ଦେବ।
ଇୟୁରୋପୀୟ ରାଷ୍ଟ୍ର ସଂଘର ନୂତନ ଭିସା କାସ୍କେଡ୍ ବ୍ୟବସ୍ଥାକୁ ସ୍ୱାଗତ କରିଛି ଭାରତ। ଏହା ଭାରତର ପ୍ରତିଭାଶାଳୀ ଯୁବକମାନଙ୍କ ଦକ୍ଷତାକୁ ଉତ୍ତମ ଗତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ALSO READ:

