ଚାଲିଛି କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା | ଏଯାବତ୍ କାମରୁ ବାହାରିଲେଣି ୪୦୦ରୁ ୫୦୦ କର୍ମଚାରୀ | ସେପଟେ ଆମାଜନ କମ୍ପାନୀ ମଧ୍ୟ ହ୍ରାସ କଲା ରୋବୋଟିକ୍ସ ଚାକିରି | ତେବେ କଥା କିଛି ଏପରି ୱାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ମାନେ ପ୍ରାୟ ୨୦,୦୦୦କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୩-୪ ପ୍ରତିଶତ କର୍ମଚାରୀଙ୍କ ଚାକିରି କମ୍ କରାଯାଇଛି | ଯେଉଁଥିରେ ଫ୍ଲିପକାର୍ଟ ନିଜ ଚଳିତ ବର୍ଷର ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷାରେ ଛଟେଇ କରିଛି ଶହଶହ କର୍ମଚାରୀଙ୍କୁ |
ଫ୍ଲିପକାର୍ଟର ଶତାଧିକ ଚଟେଇ
/entrackr/media/media_files/2026/03/06/flipkart-2026-03-06-17-53-47.png)
ନିୟମିତ କାର୍ଯ୍ୟଦକ୍ଷତା ପରିଚାଳନାର ଅଂଶ ଭାବରେ ପ୍ରତିବର୍ଷ କର୍ମଚାରୀଙ୍କଠୁ ଏହାର ପରୀକ୍ଷା ନେବା ଓ ୧-୨% କର୍ମଚାରୀଙ୍କୁ ଚଟେଇ କରିବା ଫ୍ଲିପକାର୍ଟର କାମ ପାଇଁ ଉପଡେଟ ଅଟେ | କିନ୍ତୁ ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ସାଧାରଣରେ ଏହି ପ୍ରସ୍ଥାନ ଅଧିକ ଥିବା ଦେଖିବାକୁ ମିଳିଛି । ସୂତ୍ର ଅନୁଯାୟୀ ଚଳିତ ବର୍ଷ କାର୍ଯ୍ୟଦକ୍ଷତା ଉନ୍ନତି ଯୋଜନାରେ ସାଧାରଣ ଅପେକ୍ଷା ଅଧିକ କର୍ମଚାରୀଙ୍କୁ ରଖାଯାଇଥିଲା ଏବଂ ଯେଉଁମାନଙ୍କର ନିଜ ଦକ୍ଷତା ବାର୍ଷିକ ସମୀକ୍ଷାରେ ସର୍ବନିମ୍ନ ମୂଲ୍ୟାଙ୍କନ ମିଳିଛି ସେମାନଙ୍କୁ ଚାକିରୀ ଛାଡିବାକୁ କୁହାଯାଇଛି।
ଏନେଇ ଗଣମାଧ୍ୟମରେ ଉତ୍ତର ଦେଇ, ଫ୍ଲିପକାର୍ଟ କହିଛି ଯେ “ଏହି ପ୍ରକ୍ରିୟା ନିୟମିତ ମୂଲ୍ୟାଙ୍କନ ବ୍ୟବସ୍ଥାର ଏକ ଅଂଶ। ଫ୍ଲିପକାର୍ଟ ସ୍ପଷ୍ଟ ଭାବରେ ପରିଭାଷିତ ଆଶା ସହିତ ନିୟମିତ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରେ। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, କର୍ମଚାରୀଙ୍କ ପ୍ରମୋସନ ଓ ଡିମୋସନ ଏକ କ୍ଷୁଦ୍ର ପ୍ରତିଶତ ସଂଖ୍ୟା ମୁଲ୍ୟାୟନ ଉପରେ ମଧ୍ୟ ନିର୍ଭର କରେ | ଆମେ ପ୍ରଭାବିତ ହୋଇଥିବା କର୍ମଚାରୀଙ୍କୁ ପରିବର୍ତ୍ତନ ସହିତ ସହାୟତା ଓ ସମର୍ଥନ କରୁଛୁ”| କମ୍ପାନୀ ଏକ ସମ୍ଭାବ୍ୟ ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ ପାଇଁ ପ୍ରସ୍ତୁତ ହେଉଥିବା ଏବଂ ଏହାର କର୍ମଚାରୀ ଗଠନକୁ ପୁନଃଆକାର ଦେବାର ଏହା ପ୍ରଥମ ମାଧ୍ୟମ | ତେବେ ଗତ ଦୁଇ ବର୍ଷ ମଧ୍ୟରେ, ଫ୍ଲିପକାର୍ଟ ଏହାର ବରିଷ୍ଠ ନେତୃତ୍ୱ ଦଳକୁ ମଧ୍ୟ ବାଛି ରି-ସେଟ୍ କରିଛି, ବରିଷ୍ଠ ଉପାଧ୍ୟକ୍ଷଙ୍କ ସଂଖ୍ୟା ହ୍ରାସ କରିଛି ତା ସହ ସ୍ୱତନ୍ତ୍ର ଭୂମିକା ପାଇଁ ଚୟନମୂଳକ ଭାବରେ କାର୍ଯ୍ୟନିର୍ବାହୀଙ୍କୁ ନିଯୁକ୍ତି ଦେଇଛି।
ରୋବୋଟିକ୍ସର ମଧ୍ୟ ଆମାଜନରୁ ବାଟକାଟ୍

ଏହି ସମୟରେ ଆମାଜନ ମଧ୍ୟ ଅତି କମରେ 100 ହ୍ୱାଇଟ୍-କଲର ଚାକିରି କାଟିଛି | ଯାହା ଏହାର ରୋବୋଟିକ୍ସ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟତଃ ପ୍ରଭାବିତ କରିଛି । କମ୍ପାନୀ ମଙ୍ଗଳବାର ଦିନ ନିଶ୍ଚିତ କରିଛି ଯେ ଏହା ଗୋଦାମ ସ୍ୱୟଂଚାଳିତ ପ୍ରଣାଳୀ ଡିଜାଇନ୍ ପାଇଁ ଦାୟୀ ୟୁନିଟରେ କର୍ମଚାରୀମାନଙ୍କୁ ଛଟେଇ କରିଛି ; ଯେଉଁଥିରେ ପୂରଣ କେନ୍ଦ୍ରରେ ବ୍ୟବହୃତ ରୋବୋଟ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଆମାଜନ କହିଛି ଯେ ”ଏହା ନିୟମିତ ଭାବରେ ଏହାର ସଂଗଠନାତ୍ମକ ଗଠନ ସମୀକ୍ଷା କରେ | ଯାହା ନିଶ୍ଚିତ କରେ ଯେ ଦଳଗୁଡ଼ିକ ନୂତନତ୍ୱ ଏବଂ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ଭାବରେ ସେବା ଯୋଗାଇବେ”| କିନ୍ତୁ କଟାଯାଇଥିବା ଚାକିରିର ସଠିକ୍ ସଂଖ୍ୟା ପ୍ରକାଶ କରିନାହିଁ କମ୍ପାନୀ ।
ପୂର୍ବରୁ ହୋଇଥିବା ଚାକିରି ହ୍ରାସର ଏକ ବଡ଼ ଲହରୀର ଦୁଃଖ କର୍ମଚାରୀଙ୍କ ମନରୁ ନଲିଭୁନୁ ପୁଣି ହେଲା ଶତାଧିକ ଛଟେଇ । ଅକ୍ଟୋବର ମାସଠାରୁ, ଆମାଜନ କମ୍ପାନୀର ପ୍ରାୟ ୩୦,୦୦୦ କର୍ପୋରେଟ୍ ଭୂମିକାକୁ ହଟାଇ ଦେଇଛି, ଯେଉଁଥିରେ ଜାନୁଆରୀରେ ପ୍ରାୟ ୧୬,୦୦୦ ଚାକିରି କାଟ କରାଯାଇଛି । ଆମାଜନ “ବ୍ଲୁ ଜେ” ନାମକ ଏକ ରୋବୋଟିକ୍ ହାତ ପ୍ରକଳ୍ପର ବିକାଶକୁ ବନ୍ଦ କରିବା ପରେ ମଧ୍ୟ କାଟ୍ କରାଯାଇଛି ରୋବୋଟିକ୍ସ | ଏହି ମଡେଲ ମୁଖ୍ୟତଃ ଗୋଦାମ କର୍ମଚାରୀମାନଙ୍କୁ ଛୋଟ ସ୍ଥାନରେ ଏକାଥରେ ଅନେକ ଜିନିଷ ବାଛିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଥିଲା।
also read : https://purvapaksa.com/attack-on-officials-working-to-prevent-child-marriage/
ବାଲ୍ୟବିବାହ ରୋକିବାରୁ ଅଧିକାରୀଙ୍କ ଉପରେ ଆକ୍ରମଣ || Attack on officials working to prevent child marriage


