ନୂଆବର୍ଷରେ ବଢିଲା ବିମାନ ଭଡା। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ତିଆନ୍ ଓ୍ୱାନ ଏୟାର ପକ୍ଷରୁ ପ୍ରାୟ ଏକ ହଜାର୍ ଟଙ୍କା ବଢାଇ ଦିଆଯାଇଛି। ଭୁବନେଶ୍ୱରରୁ ଜୟପୁର୍ ଟିକେଟ୍ ଦର ରହିଛି ୪,୬୨୦ ଟଙ୍କା। ଜୟପୁରରୁ ବିଶାଖାପାଟଣା ଟିକେଟ୍ ଦାମ୍ ହେଉଛି୩ ହଜାର ୪୦ ଟଙ୍କା। ହଠାତ୍ ପ୍ରାୟ ୧ ହଜାର ଟଙ୍କା ବଢି ଯିବାରୁ ଯାତ୍ରୀମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ହେଲେ,ବର୍ଦ୍ଧିତ ଭଡ଼ା ଦର ସ୍ପଷ୍ଟ କରିନି ସେବା ପ୍ରଦାନକାରୀ ସଂସ୍ଥା। କେତେକ ଯାତ୍ରୀ କହିଛନ୍ତି ଯେ,ପୂର୍ବରୁ ଏନେଇ ଭୁବନେଶ୍ୱର ଯିବା ଲାଗି ବିମାନ ଟିକେଟ୍ ଦର ଥିଲା ପ୍ରାୟ ୩,୬୦୦ ।

ଫେରିବା ଦର ବି ସମାନ୍ ଥିଲା। (ଗୁରୁବାର) ଇଣ୍ତିଆନ୍ ଏୟାର ଓ୍ୱେବସାଇଟ୍ ରେ ଟିକେଟ୍ ଦାମ୍ ଉଲ୍ଲେଖ ରହିଛି। ୪,୬୨୦ ଟଙ୍କା। ଦରବୃଦ୍ଧିର କାରଣ ଜଣାପଡିନି। ପୂର୍ବରୁ ଭୁବନେଶ୍ୱରରୁ ଜୟପୁର ଆସୁଥିଲେ ଦେବାକୁ ପଡୁଥିଲା ୩,୬୭୫ ଟଙ୍କା। ବିଶାଖାପାଟଣାକୁ ଟିକେଟ୍ ଦାମ୍ ଥିଲା ୨,୪୧୫ ଟଙ୍କା । ଭୁବନେଶ୍ୱରରୁ ପାଇଁ ୯୪୫ ଏବଂ ବିଶାଖାପାଟଣା ଲାଗି ୬୨୫ ଟଙ୍କା ଭଡା ବଢିବା ଉଚିତ୍। ଉଡାଣ ଯୋଜନାରେ ବିମାନ ଚଳାଚଳ କରୁଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ରିହାତି ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୩୧ ରେ ପ୍ରଥମ ଫ୍ଲାଇଟ୍ ସେବା ଆରମ୍ଭ ହୋଇଥିବା ବେଳେଭୁବନେଶ୍ୱରକୁ ଟିକେଟ୍ ଦାମ୍ ଥିଲା ମାତ୍ର ୯୯୯ ଟଙ୍କା। ଦ୍ୱୀତିୟ ଫ୍ଲାଇଟ୍ ଚଳାଚଳ ବେଳେ ସ୍ବତନ୍ତ୍ର ରିହାତି ଦିଆଯାଇ ଦାମ୍ ରଖାଯାଇଥିଲା ୨,୯୯୯ ଟଙ୍କା। ପରେ ଏହା ବଢି ୩,୬୭୫ ଟଙ୍କାରେ ପହଞ୍ଚିଥିଲା। ସେହିପରି, ଜୟପୁର୍-ବିଶାଖାପାଟଣା ଟିକେଟ୍ ଦାମ୍ ଥିଲା ୧,୯୯୯ ଟଙ୍କା। ପରେ ଏହା ବଢି ୨,୪୧୯ ଟଙ୍କା ହୋଇଥିଲା। କମ୍ ଟଙ୍କାରେ ଯିବା ଆସିବା ହେଉଥିବାରୁ ଦରବୃଦ୍ଧିକୁ ଖାତିର କରିନଥିଲେ ଯାତ୍ରୀ। ପ୍ରତିଦିନ ଶତପ୍ରତିଶତ ସିଟ୍ ପୂରଣ ହେଉଥିଲା।
also read https://purvapaksa.com/robbers-looted-money-from-hdfc-bank-atm-in-jajpur/


