କାରକୁ ଧକ୍କା ଦେଲା କାର
ଦୁର୍ଘଟଣାରେ ଚାଲିଗଲା ପାଞ୍ଚ ଛାତ୍ରଙ୍କ ସମେତ ୭ଜଣଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗୁଜରାଟର ଜୁନାଗଡ଼ରେ। ଦୁଇ କାର୍ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଦୁଇଟିରେ ନିଆଁ ଲାଗିଯାଇଥିଲା। ଦ୍ରୁତ ଗତିରେ ଆସୁଥିବା ଛାତ୍ରଙ୍କ କାରଟି ଏକ ଡିଭାଇଡରକୁ ଧକ୍କା ଦେଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଖସି ପଡ଼ିବା ସହ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।
ପୁଲିସ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଛାତ୍ରଛାତ୍ରୀଙ୍କ କାର୍ ଡିଭାଇଡରକୁ ଧକ୍କା ଦେଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ଖସି ପଡ଼ିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଛାତ୍ରଛାତ୍ରୀମାନେ ଗୋଟିଏ କାରରେ ପରୀକ୍ଷା ଦେବାକୁ କଲେଜ ଯାଉଥିବା ବେଳେ ଦ୍ୱିତୀୟ କାରରେ ଆଉ ଦୁଇ ଜଣ ଯାତ୍ରୀ ଥିଲେ।
ଜୁନାଗଡ଼-ସୋମନାଥ ରାଜପଥର ଭଣ୍ଡୁରୀ ଗାଁ ନିକଟରେ ସୋମବାର ସକାଳ ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇ ପୁଲିସ ଓ ଜରୁରୀକାଳୀନ ସେବାକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସହ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଦୁର୍ଘଟଣାର କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି।
ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଉତ୍ତରପ୍ରଦେଶର ସୋନଭଦ୍ରାର କୋନ-ତେଲୁଗୁଦୁୱା ନଦୀଉପରେ ବାଇକ୍ ନିୟନ୍ତ୍ରଣ ହରାଇ ଖାଲକୁ ଖସି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ଏହି ଦୁର୍ଘଟଣା ଘଟିଛି। ବିଲରୁଆ ଗ୍ରାମ ନିକଟରେ ବାଇକଟି ନିୟନ୍ତ୍ରଣ ହରାଇ ଖାଲକୁ ଖସି ପଡ଼ିବାରୁ ଏଥିରେ ଥିବା ୩ ଜଣ ଯୁବକ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ କୋନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କୋନ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସର୍କଲ ଅଫିସର ହର୍ଷ ପାଣ୍ଡେ ସୂଚନା ଦେଇଛନ୍ତି। ଉକ୍ତ ତିନି ଜଣ ଯୁବକ ହେଲମେଟ୍ ପିନ୍ଧି ନଥିଲେ ବୋଲି କୋନ୍ ଥାନା ଇନ୍ସପେକ୍ଟର ଗୋପାଳ ଗୁପ୍ତା କହିଛନ୍ତି। ମୃତକଙ୍କ ବୟସ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
previous article: https://purvapaksa.com/pushpa-craze-in-politics-too/
