ନୂଆପଡ଼ା ନିର୍ବାଚନରେ ଅନେକ କିଛି ନୂଆ ହୋଇଛି। ପ୍ରଥମତଃ ଭୋଟଦାନ ଆଶାତୀତ ବୃଦ୍ଧି ପାଇଛି ଯାହା କେବେ ହୋଇ ନଥିଲା। ଦ୍ୱିତୀୟରେ ପ୍ରଥମଥର ପାଇଁ ବିଜେପି ଏକ ଉପ ନିର୍ବାଚରେ ଏତେ ସଂଖ୍ୟାରେ ଭୋଟ ପାଇଁ ନିର୍ବାଚନ ଜିତିଛି ଆଉ ତୃତୀୟରେ ଦଳ ନଥିବା ପ୍ରାର୍ଥୀଙ୍କ ଅପେକ୍ଷା ନୋଟାକୁ ପସନ୍ଦ କରିଛନ୍ତି ଭୋଟର।
ଭୋଟ ଗଣତି ଯେତେ ସରି ସରି ଆସୁଛି, ସେତିକି ସ୍ପଷ୍ଟ ହେଉଛି ଏସବୁ ବିଷୟ। ବିଶେଷକରି ନୂଆପଡ଼ାରେ ପ୍ରାର୍ଥୀ ତାଲିକା ଓ ଭୋଟରଙ୍କ ପସନ୍ଦକୁ ଦେଖିଲେ ଏହା ଆହୁରି ସ୍ପଷ୍ଟ ହେଉଛି। ଏହି ନିର୍ବାଚନରେ ସମୁଦାୟ ୧୪ଜଣ ପ୍ରାର୍ଥୀ ଥିଲେ। ତିନିଜଣ ପ୍ରାର୍ଥୀ ରାଜ୍ୟ୍ୟର ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଆଉ ୧୧ରୁ ୯ ଜଣ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇଥିବା ବେଳେ ଜଣେ ଲେଖାଏଁ ପ୍ରାର୍ଥୀ ଓଡ଼ିଶା ଜନତା ଦଳ ଏବଂ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ନୂଆପଡ଼ାବାସୀ ଗତ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସର୍ବାଧିକ ଭୋଟ ଦେଇଥିଲେ ଏଥର ସ୍ୱାଧୀନ ପ୍ରାର୍ଥୀଙ୍କୁ ତିଳେମାତ୍ର ଭରସା କରି ନାହାନ୍ତି। ଏପରିକି ଏହି ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବା ଅପେକ୍ଷା କାହାକୁ ଭୋଟ ନଦେବା ବିକଳ୍ପକୁ ବାଛିଛନ୍ତି। ଅର୍ଥାତ୍ ଭୋଟ ଦେବାକୁ ଆସିଛନ୍ତି କିନ୍ତୁ ତାଙ୍କୁ ୧୪ରୁ ୧୪ ପ୍ରାର୍ଥୀ କାହାକୁ ଭଲ ଲାଗି ନାହିଁ। ଏଣୁ ‘ନୋଟା’ ବା କୌଣସି ପ୍ରାର୍ଥୀ ପସନ୍ଦିତ ନୁହେଁ ବୋଲି କହିବାକୁ ସାହସ କରିଛନ୍ତି।
ଅଷ୍ଟାଦଶ ରାଉଣ୍ଡ ଶେଷ ବଳକୁ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ସେଥିରୁ ଜଣାଯାଏ ଯେ, ଏହି ‘ନୋଟା’ରେ ୧୫୬୫ଟି ଭୋଟ ପଡ଼ିଛି। କିନ୍ତୁ ତିନି ପ୍ରମୁଖ ପାର୍ଟିର ପ୍ରାର୍ଥୀଙ୍କୁ ଛାଡ଼ିଦେଲେ କୌଣସି ପ୍ରାର୍ଥୀ ଏତେ ସଂଖ୍ୟାରେ ଭୋଟ ପାଇ ନାହାନ୍ତି। ଜଣେ ମାତ୍ର ପ୍ରାର୍ଥ ଲୋଚନ ସିଂହ ମାଝିଙ୍କ ଭୋଟ ୪ ଅଙ୍କ ବିଶିଷ୍ଟ ହୋଇଥିଲେ ବି ଅନ୍ୟକାହାର ତିନି ଅଙ୍କ ଟପିପାରି ନାହିଁ। ଲୋଚନ ୨୦୨୫ ଉପ ନିର୍ବାଚନର ଅଷ୍ଟାଦଶ ରାଉଣ୍ଡ ଯାଏ ୧୫୪୬ ଭୋଟ ପାଇଛନ୍ତି। ଲକ୍ଷ୍ମୀକାନ୍ତ ତାଣ୍ଡଡି ୮୫୪, ଭୁବନଲାଲ ସାହୁ ୪୯୭, କିଶୋର ବାଗ ୪୮୨, ହେମନ୍ତ ତାଣ୍ଡି ୪୫୨, ଭକ୍ତବନ୍ଧୁ ଧାରୁଆ ୩୫୭, ଚକ୍ରାନ୍ତ ଜେନା ୩୪୯, ରମାକାନ୍ତ ହାତୀ ୩୩୮, ନିତା ବାଗ ୩୧୨, ଅକ୍ଷୟକୁମାର ମହାନନ୍ଦ ୧୩୫ ଭୋଟ ପାଇଥିବା ବେଳେ ସର୍ବନିମ୍ନ ଭୋଟ ପାଇଛନ୍ତି ଓଡ଼ିଶା ଜନତା ପାର୍ଟିର ପ୍ରାର୍ଥୀ ସୁଧାକର ଦଣ୍ଡସେନା। ତାଙ୍କୁ ୧୧୨ଟି ଭୋଟ ମିଳିଛି।
ଗତ ନିର୍ବାଚନରେ ଘାସିରାମ ମାଝି ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ। ରାଜେନ୍ଦ୍ର ଢୋଲକିଆଙ୍କୁ ସେ ଟକ୍କର ଦେଇଥିଲେ। ସ୍ୱାଧୀନ ହେଲେ ବି ସେ ପାଇଥିଲେ ସ୍ୱିତୀୟ ସର୍ବାଧିକ ଭୋଟ। ୫୦ ହଜାର ୯୪୧ ଖଣ୍ଡ ଭୋଟ ସେ ଅର୍ଜନ କରିଥିଲେ। ଏଥର ସେ କଂଗ୍ରେସର ପ୍ରାର୍ଥୀ ହୋଇ ମଧ୍ୟ ସେତିକି ଭୋଟ ଏଯାଏ ପାଇପାରି ନାହାନ୍ତି।
also read https://purvapaksa.com/terrorist-umar-nabis-house-demolished/
Terrorist Umar Nabi’s house demolished || ଭାଙ୍ଗାଗଲା ଆତଙ୍କୀ ଉମର ନବିର ଘର


