ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ କଲା ଖୁସି, ଭାରତରେ ଦ୍ରୁତଗତିରେ କମୁଛି ଦାରିଦ୍ର୍ୟ ହାର। ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷପ ଐତିହାସିକ ସଫଳତାରେ ପରିଗଣିତ ହୋଇଛି, ଭାରତ ଗତ ଦଶନ୍ଧିରେ ଏହାର ଚରମ ଦାରିଦ୍ର୍ୟ ହାର ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି,ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର । ୨୦୧୧-୧୨ରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୭.୧% ରହିଥିବା ବେଳେ ୨୦୨୨-୨୩ରେ ୫.୩%କୁ ହ୍ରାସ ପାଇଛି ବୋଲି ବିଶ୍ୱ ବ୍ୟାଙ୍କର ସଦ୍ୟତମ ତଥ୍ୟ ଦର୍ଶାଉଛି।
୨୦୧୧-୧୨ରେ ଭାରତରେ ୩୪୪.୪୭ ମିଲିୟନ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ବେଳେ ୨୦୨୨-୨୩ ମସିହାରେ ଏଥିରେ ବିରାଟ ହ୍ରାସ ହୋଇ ଦାରିଦ୍ର୍ୟ ହାର୭୫.୨୪ ମିଲିୟନରେ ପହଞ୍ଚିଛି। ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୧୧ ବର୍ଷ ମଧ୍ୟରେ ୨୬୯ ମିଲିୟନ ବ୍ୟକ୍ତି ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ରାଜ୍ୟଗୁଡ଼ିରେ ୨୦୧୧-୧୨ମସିହାରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୬୫ ପ୍ରତିଶତ ଥିଲା, ୨୦୨୨-୨୩ ସୁଦ୍ଧା ମୋଟ ଅତ୍ୟନ୍ତ ଦାରିଦ୍ର୍ୟ ହ୍ରାସର ଦୁଇ-ତୃତୀୟାଂଶ ଯୋଗଦାନ ରଖିଛି। ବିଶ୍ୱ ବ୍ୟାଙ୍କ ମୂଲ୍ୟାଙ୍କନ, ଯାହା ଆନ୍ତର୍ଜାତୀୟ ଦାରିଦ୍ର୍ୟ ରେଖା ୩.୦୦ ଡଲାର ପ୍ରତି ଦିନ (୨୦୨୧ ମୂଲ୍ୟ ବ୍ୟବହାର କରି) ଉପରେ ଆଧାରିତ, ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟରେ ଏକ ବ୍ୟାପକ ହ୍ରାସ ଦର୍ଶାଉଛି। ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ, ୨୦୧୭ ମୂଲ୍ୟାଙ୍କନ ଉପରେ ଆଧାରିତ ପୂର୍ବ ଦାରିଦ୍ର୍ୟ ରେଖା ୨.୧୫ ଡଲାର ପ୍ରତି ଦିନ ବ୍ୟବହାର କରି ଅତ୍ୟନ୍ତ ଦାରିଦ୍ର୍ୟରେ ବଞ୍ଚୁଥିବା ଭାରତୀୟଙ୍କ ଭାଗ ୨.୩ ପ୍ରତିଶତ ରହିଛି, ଯାହା ୨୦୧୧-୧୨ରେ ୧୬.୨ ପ୍ରତିଶତ ଥିଲା।
ନଗଦ ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ଦୈନିକ ୨.୧୫ ଡଲାର ପ୍ରତିଦିନ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୩୩.୬୬ ମିଲିୟନ ରେକର୍ଡ କରାଯାଇଛି, ଯାହା ୨୦୧୧ ମସିହାରେ ୨୦୫.୯୩ ମିଲିୟନ ଥିଲା। ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ତୀବ୍ର ଦାରିଦ୍ରତା ହ୍ରାସ ସମାନ ଭାବରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିଲକ୍ଷିତ ହୋଇଛି, ଗ୍ରାମାଞ୍ଚଳରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୧୮.୪ ପ୍ରତିଶତରୁ ୨.୮ ପ୍ରତିଶତକୁ ଏବଂ ସହରାଞ୍ଚଳରେ ଅତ୍ୟନ୍ତ ଦାରିଦ୍ର୍ୟ ୧୦.୭ ପ୍ରତିଶତରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି। ଏହା ବ୍ୟତୀତ, ଭାରତ ବହୁମୂଖୀ ଦାରିଦ୍ରତା ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ତଥ୍ୟ ଅନୁଯାୟୀ, ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ୨୦୦୫-୦୬ରେ ୫୩.୮ ପ୍ରତିଶତରୁ ୨୦୧୯-୨୧ ସୁଦ୍ଧା ୧୬.୪ ପ୍ରତିଶତକୁ ହ୍ରାସ ପାଇଛି ଏବଂ ୨୦୨୨-୨୩ରେ ଏହା ଆହୁରି ହ୍ରାସ ପାଇ ୧୫.୫ ପ୍ରତିଶତରେ ପହଞ୍ଚିଛି।
କେନ୍ଦ୍ରରେ ବିଜେପି ସରକାରଙ୍କ ୧୧ ବର୍ଷ ପୂରଣ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ କେନ୍ଦ୍ର ଦ୍ୱାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ସଶକ୍ତିକରଣ, ଭିତ୍ତିଭୂମି ଏବଂ ଅନ୍ତର୍ଭୁକ୍ତିକରଣ ଉପରେ ଧ୍ୟାନ ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଜନ ଧନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ ଗୃହ, ସ୍ୱଚ୍ଛ ରୋଷେଇ ଇନ୍ଧନ, ବ୍ୟାଙ୍କିଙ୍ଗ ଏବଂ ସ୍ୱାସ୍ଥ୍ୟସେବା ପାଇଁ ସୁବିଧା ବୃଦ୍ଧି ଦାରିଦ୍ରତା ହ୍ରାସ କରିଛି ବୋଲି ରିପୋର୍ଟ ପ୍ରକାଶ କରିଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ସୁଦୃଢ଼ ଗ୍ରାମୀଣ ଭିତ୍ତିଭୂମି ଶେଷ ମାଇଲ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ଦ୍ରୁତ ଲାଭ ବିତରଣ ସୁନିଶ୍ଚିତ କରିଛି, ଯାହା କି ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିଛି। ରିପୋର୍ଟରେ ବହୁମୂଖୀ ଦାରିଦ୍ର୍ୟରେ ୧୫% ହ୍ରାସ (ଅର୍ଥାତ୍ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନଧାରଣ ମାନ ଦ୍ୱାରା ମାପ କରାଯାଇଥିବା ଦାରିଦ୍ର୍ୟ) ହୋଇଥିବା ପ୍ରକାଶ କରିଛି। ଏହା ସ୍ପଷ୍ଟ କରେ ଯେ ଭାରତରେ କେବଳ ଆୟ-ଭିତ୍ତିକ ଦାରିଦ୍ର୍ୟ ନୁହେଁ ବରଂ ଜୀବନର ସାମଗ୍ରିକ ଗୁଣବତ୍ତା ମଧ୍ୟ ଉନ୍ନତ ହୋଇଛି।
1 Comment
Pingback: JeM ପ୍ରତିଶୋଧ ପାଇଁ ରୋହିଙ୍ଗ୍ୟାଙ୍କୁ ଅସ୍ତ୍ର କରୁଛି ମସୁଦ ଅଜହର