- ପୁଲିସର ମାମଲା ରୁଜୁ
- ସୁରକ୍ଷା କଡ଼ାକଡ଼ି
ସଙ୍ଗମ ନଗରୀ ପ୍ରୟାଗରାଜରେ ୨୦୨୫ ମହାକୁମ୍ଭ ପାଇଁ ଏବେ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି। ଆଗାମୀ ମହାକୁମ୍ଭକୁ ୪୦ କୋଟି ଲୋକ ଆସିବାର ଆକଳନ କରାଯାଉଛି। ଏ ସବୁ ମଧ୍ୟରେ ମହାକୁମ୍ଭକୁ ବିସ୍ପୋରଣ ଧମକ ଦିଆଯାଇଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏକ୍ସରେ ନାସର ପଠାନ ନାମକ ଏକ ଆଇଡିରୁ ହିନ୍ଦୁଙ୍କୁ ଧମକ ଦିଆଯାଇଛି। ନାସର ହିନ୍ଦୁମାନଙ୍କୁ ଅପରାଧୀ ବୋଲି କହିଛି। ଆଲ୍ଲା ହେଉଛନ୍ତି ଶ୍ରେଷ୍ଠ। ଏଣୁ ମହାକୁମ୍ଭରେ ବିସ୍ଫୋରଣ କରିବାକୁ ଧମକ ଦେଇଛି। ମେଳା ପୁଲିସ କୋତୱାଲି ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୫୧ (୨) (ଅପରାଧୀକ ଧମକ) ଏବଂ ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ସୂଚନା ପ୍ରଯୁକ୍ତି (ଆଇଟି) ଆଇନର ଧାରା ୬୭ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି।
ଏହି ଘଟଣା ପରେ ମେଳା ପୁଲିସ ଓ ସାଇବର ଅଧିକାରୀଙ୍କ ମିଳିତ ଟିମ୍ ମହାକୁମ୍ଭ ପ୍ରତି ବିପଦ ସମ୍ପର୍କରେ ଏତଲା ରୁଜୁ କରିବା ପରେ ସୋସିଆଲ ମିଡିଆରେ ଅପଲୋଡ୍ ହେଉଥିବା ପୋଷ୍ଟଉପରେ ନଜର ରଖିବା ଆରମ୍ଭ କରିଥିଲେ। ବିଶ୍ୱର ସର୍ବବୃହତ ଧାର୍ମିକ ଓ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ଜାନୁଆରି ୧୩ତାରିଖରୁ ସଙ୍ଗମ କୂଳରେ ଆରମ୍ଭ ହେବ। କୁମ୍ଭମେଳାର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜେଶ ଦ୍ୱିବେଦୀଙ୍କ କହିବାନୁଯାୟୀ, ବିଏନଏସ ଓ ଆଇଟି ଆକ୍ଟର ଉପଯୁକ୍ତ ଧାରାରେ ଏଫଆଇଆର ରୁଜୁ କରିବା ପରେ ମାମଲାର ନୂଆ ତଦନ୍ତ ଆରମ୍ଭ ହୋଇଛି। ଏସଏସପି ଆହୁରି ମଧ୍ୟ କହିଛନ୍ତି ଯେ ମେଳା ପୁଲିସ ଏବଂ ସାଇବର କ୍ରାଇମ ଶାଖାର ମିଳିତ ଟିମକୁ ଏହି ପୋଷ୍ଟର ଉତ୍ପତ୍ତି ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିଲା। ଯେଉଁଥିରେ ନାସର ପଠାନ ନାମକ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ମହାକୁମ୍ଭରେ ବିସ୍ଫୋରଣ କରି ଅତି କମରେ ୧୦୦୦ ଶ୍ରଦ୍ଧାଳୁଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ଡିସେମ୍ବର ୩୧ ତାରିଖ ଦିନ ବିପିନ ଗୌର ନାମକ ଜନୈକ ଯୁବକ ଡାୟଲ ୧୧୨ ୟୁପି ପୁଲିସକୁ ଏହି ପୋଷ୍ଟ ଟ୍ୟାଗ କରି ଘଟଣାର ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ସ୍କ୍ରିନ ସଟ୍ ଦେଖି ପୁଲିସ ମଧ୍ୟ ଏବେ ଚଳଚଞ୍ଚଳ ହୋଇ ଉଠିଛି। ଏପରି ପୋଷ୍ଟ କରିଥିବା ବ୍ୟକ୍ତିର ତଲାସ କରାଯାଉଛି। ଦେଶରେ ମହାକୁମ୍ଭ ଆସନ୍ତା ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେଉଛି। ଯାହା ୨୬ ଫେବୃଆରି ମହାଶିବରାତ୍ରିରେ ଉଦଯାପିତ ହେବ। ଏଥି ପାଇଁ ପ୍ରଥମ ସ୍ନାନ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ହେଉଥିବା ବେଳେ ୧୪ ତାରିଖରେ ମକର ସଂକ୍ରାନ୍ତିରେ ଦ୍ୱିତୀୟ ମହାସ୍ନାନ ହେବ। ୨୯ ତାରିଖରେ ମୌନୀ ଅମାବାସ୍ୟାରେ ତୃତୀୟ ମହାସ୍ନାନ ହେବାକୁ ଥିବା ବେଳେ ୩ ଫେବୃଆରି ବସନ୍ତ ପଞ୍ଚମୀ, ୧୨ ଫେବୃଆରି ମାଘ ପୂର୍ଣ୍ଣିମା ଓ ୨୬ ପେବୃଆରି ମହାଶିବରାତ୍ରିରେ ସ୍ନାନ ଅନୁଷ୍ଠିତ ହେବ।
ଏଥି ପାଇଁ କୁମ୍ଭମେଳାର ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ୧୮୪୭୯ ସିଟିଜେନ ପୁଲିସ ମୁତୟନ ହେବାକୁ ଥିବା ବେଳେ ୧୩୭୮ ମହିଳା ସୁରକ୍ଷା କର୍ମୀ, ୧୪୦୫ ଟ୍ରାଫିକ ପୁଲିସ, ୧୧୫୮ ସଶସ୍ତ୍ର ପୁଲିସ ବଳ, ୧୪୬ ଘୋଡସବାର ପୁଲିସ, ୧୩,୯୬୫ ହୋମଗାର୍ଡ, ୫୧୦ ଏଲଆଇୟୁ ଯବାନ ମୁତନ ରହିବେ। କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ମେଳା ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିବରଣୀ ସମେତ ସମସ୍ତ ଆବଶ୍ୟକୀୟ ସୂଚନା ସଂଗ୍ରହ କରୁଛି।
previous article:https://purvapaksa.com/shahs-emphasis-on-promoting-organic-farming/
