Gym: ଶରୀରକୁ ସୁସ୍ଥ,ସତେଜ ରଖିବା ପାଇଁ ବ୍ୟାୟାମ ତଥା ଯୋଗର ନିତାନ୍ତ ଆବଶ୍ୟକତା ରହିଛି ।
ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ବି ଲୋକ ପାର୍କ , ଜିମ୍ କୁ ଯାଇ କସରତ କରୁଛନ୍ତି । ଯୁବପିଢୀଙ୍କ ଭିତରେ ତ ଜିମର କ୍ରେଜ୍ ହିଁ କିଛି ଅଲଗା । ପ୍ରତିଦିନ ଜିମ୍ , ପ୍ରୋଟିନ୍ ସେକ୍ ଆଉ ପୁଷ୍ଟିକର ଖାଦ୍ୟ ପ୍ରତି ବର୍ତ୍ତମାନର ଯୁବପିଢୀ ଆକର୍ଷିତ ହେଉଛନ୍ତି ।
ଜିମ୍ ରେ ସାଧାରଣଠାରୁ ଅଧିକ ବ୍ୟାୟାମ କଲେ ହୃଦୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ହୃଦୟ ଠିକ୍ ରୂପେ ସଂଚାଳନ ହେବାରେ କଷ୍ଟ ଅନୁଭବ କରେ । ଜିମରେ କସରତ କରିବା ସମୟରେ ବ୍ୟକ୍ତିଜଣକ ଅଧିକ ପ୍ରେସରରେ ଥାଆନ୍ତି । ଯାହା ହୃଦୟ ପାଇଁ ବିପଦଜ୍ଜନକ । କିଛି ଲୋକଙ୍କ ଜେନିଟଲ୍ ସ୍ଥିତି ଏଭଳି ହୋଇଥାଏ ଯେ ତାଙ୍କୁ ହାର୍ଟଆଟାକ୍ ଶୀଘ୍ର ପ୍ରଭାବିତ କରିଥାଏ ।
ଯୁବଗୋଷ୍ଠୀ ଜିମ୍ କଲା ବେଳେ ଶରୀରରେ ହେଉଥିବା ଛୋଟମୋଟ ପୀଡ଼ାକୁ ଅଣଦେଖା କରନ୍ତି । ଯାହା ସମସ୍ତଙ୍କ କ୍ଷେତ୍ରରେ ନହେଲେ ବି ଅଧିକାଂଶ କ୍ଷେତ୍ରରେ ହାର୍ଟଆଟାକର କାରଣ ସାଜିଥାଏ। କିଛି ଲୋକଙ୍କୁ ଜିମ୍ ଫୋବିଆ ଥାଏ । ଏମାନଙ୍କୁ ଦିନ-ରାତି କେବଳ ଜିମ୍ କରିବାର ନିଶା ଘାରିଥାଏ । ହୃଷ୍ଟପୃଷ୍ଟ ଶରୀର , ସତେଜ-ସୁନ୍ଦର ଚେହେରା ପାଇବା ଚକ୍କରରେ ବିନା ବ୍ରେକରେ ଅତ୍ୟଧିକ ବ୍ୟାୟାମ କରିବା ହୃଦୟ ପାଇଁ ଭାରି ପଡ଼ିଯାଏ । ଡାକ୍ତରଙ୍କ କହିବାନୁସାରେ , ଜିମ୍ ରେ ବ୍ୟାୟାମ କରୁଥିବା ବ୍ୟକ୍ତି ସେହି ସମୟରେ ଅଧିକ ସମ୍ବେଦନଶୀଳ ରହିଥାନ୍ତି । ଯେଉଁଥିପାଇଁ ଅଧିକ ବ୍ୟାୟାମ କରିବାକୁ ଇଚ୍ଛା ହୁଏ ଏବଂ ଏହାର ପ୍ରଭାବ ହୃଦୟ ଉପରେ ପଡ଼େ ।
ଡାକ୍ତରଙ୍କ କହିବାନୁସାରେ,ଜିମ୍ କରୁଥିବା ବେଳେ ହୃଦଘାତର ମୁଖ୍ୟ ଲକ୍ଷଣ କହିବାକୁ ଗଲେ,ଛାତିରେ ଯନ୍ତ୍ରଣା ହେବା ଏବଂ ବିଶ୍ରାମ ନେଲା ବେଳେ ଯନ୍ତ୍ରଣା କମିଯିବା । ନିଃଶ୍ୱାସ,ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ତଥା ଗଭୀର ନିଶ୍ୱାସ ନେବା । ତ୍ୱଚାର ରଙ୍ଗ ବଦଳିବା ଏବଂ ଅଧିକ ଝାଳ ବାହାରିବା । କିଛି ଲୋକଙ୍କ କ୍ଷେତ୍ରରେ ହୃଦଘାତ ଆସିବା ପୂର୍ବରୁ ବାନ୍ତି ହେବାର ମଧ୍ୟ ଦେଖାଯାଏ ।। ମୁଣ୍ଡ ବୁଲାଇବା ଏବଂ ଅଚେତ୍ ହେବା ମଧ୍ୟ ହୃଦଘାତ ପୂର୍ବର ଲକ୍ଷଣ ହୋଇଥାଏ ।
ALSO READ: https://purvapaksa.com/women-are-more-depressed-compared-to-men-know-what-the-experts-are-saying/
ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଅବସାଦଗ୍ରସ୍ତ,ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ