Entertainment with Education: ଏପର୍ଯ୍ୟନ୍ତ ମୋଟ ୩୩୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ 3 ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି।
ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା। ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍) ଅଧୀନରେ ପାଳନ କରାଯାଇଥାଏ।
ଏହା ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ଧ୍ୟାନ ଦେବ, ଯଥା: ପ୍ରସାରଣ ଓ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ଓ ନବୋନ୍ମେଷ ଏବଂ ଚଳଚ୍ଚିତ୍ର। ଏଭିଜିସି -ଏକ୍ସଆର (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି ଅଗମେଣ୍ଟେଡ୍ ରିଅଲିଟି, ଭର୍ଚୁଆଲ୍ ରିଅଲିଟି, ଏବଂ ମେଟାଭର୍ସ) ପାଇଁ ଉତ୍ସର୍ଗୀକୃତ ‘ଇନୋଭେଟ୍ ୨ ଏଜୁକେଟ୍’ ୱେଭ୍ସର ସ୍ତମ୍ଭ ୨ ସହିତ ଯୋଡ଼ି ହୋଇଛି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଇଣ୍ଡିଆନ୍ ଡିଜିଟାଲ୍ ଗେମିଙ୍ଗ୍ ସୋସାଇଟି (ଆଇଡିଜିଏସ)ର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ହ୍ୟାକ୍2ସ୍କିଲ୍ ନବୋନ୍ମେଷ ସହଯୋଗୀ ଏବଂ ଆଇସିଟି ଏକାଡେମୀ କୌଶଳ ବିକାଶ ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ମୋଟ ୩୩୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ ୩ ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି।
ଏହି ପ୍ରତିଯୋଗିତାରେ ଶିକ୍ଷାବିତ, ଡିଜାଇନ, ଇଞ୍ଜିନିୟର ଏବଂ ନବୋନ୍ମେଷର ଏକ ଶିକ୍ଷଣୀୟ ହ୍ୟାଣ୍ଡହେଲ୍ଡ ଡିଭାଇସର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିବା ଲାଗି ଅଂଶଗ୍ରହଣ କରିପାରିବେ। ଏହା ପିଲାମାନଙ୍କୁ ଗଣିତ ଶିଖିବା ପାଇଁ ସମ୍ପୃକ୍ତ କରିଥାଏ। ପ୍ରହେଳିକା ମାଧ୍ୟମରେ ଗଣିତ ସମାଧାନକୁ ପ୍ରୋତ୍ସାହିତ କରିଥାଏ। ଇଣ୍ଟରଆକ୍ଟିଭ ସାମଗ୍ରୀ ସହିତ ସଂଜ୍ଞାନାତ୍ମକ କୌଶଳକୁ ପ୍ରୋତ୍ସାହନ ଦେଇଥାଏ। ଏହାକୁ ବ୍ୟାପକ ଦର୍ଶକଙ୍କ ପାଇଁ ଶସ୍ତା ଓ ସୁଲଭ କରିଥାଏ।
ପ୍ରତିଯୋଗିତାର ତିନୋଟି ପ୍ରମୁଖ ପର୍ଯ୍ୟାୟ ରହିଛି। ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅବଧାରଣା ଠାରୁ ନେଇ ଅନ୍ତିମ ଉତ୍ପାଦ ମାର୍ଗଦର୍ଶନ କରିବା ଲାଗି ଡିଜାଇନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟାର ଶେଷ ତାରିଖ ୨୩ ଫେବୃଆରି ରଖାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅବଧାରଣା ଉପସ୍ଥାପନ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ପ୍ରୋଟୋଟାଇପ୍ ବିକଶିତ କରନ୍ତୁ ଏବଂ ଦାଖଲ କରନ୍ତୁ।
ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଗୋଟିଏ କାର୍ଯ୍ୟକ୍ଷମ ପ୍ରୋଟୋଟାଇପ ତିଆରି କରିବା ଓ ଉପସ୍ଥାପନ କରିବା ଲାଗି ଆହ୍ୱାନ କରାଯିବ। ନବୋନ୍ମେଷ, ଶୈକ୍ଷିକ ମୂଲ୍ୟ, ବ୍ୟବହାରକାରୀ ଅଭିଜ୍ଞତା, ଖର୍ଚ୍ଚ ପ୍ରଭାବଶୀଳତା, ସ୍ଥାୟିତ୍ୱ ଏବଂ ଡିଜାଇନ ଆଦି ଆଧାରରେ ପ୍ରତିଯୋଗୀଙ୍କର ମୂଲ୍ୟାଙ୍କନ କରାଯିବ। ଏହି ପ୍ରତିଯୋଗିତାର ଶୀର୍ଷ ତିନି ବିଜେତାଙ୍କୁ ନଗଦ ପୁରସ୍କାର ମିଳିବ। ପ୍ରୋଟୋଟାଇପ ବିକାଶ ପାଇଁ ସହାୟତା ଯୋଗାଇ ଦିଆଯିବ। ବିଜେତାଙ୍କ ଡିଜାଇନକୁ ପ୍ରମୁଖ ଆଇଡିଜିଏସ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ ତଥା ସମ୍ଭାବ୍ୟ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ଆଗରେ ଉପସ୍ଥାପନ କରାଯିବ।
previous article: https://purvapaksa.com/odisha-to-get-central-assitance/
