Egg Curry: ଛୁଟି ଦିନରେ କିଛି ଅଲଗା ଏବଂ ସ୍ପେସିଆଲ ଖାଇବା ସମସ୍ତଙ୍କୁ ପସନ୍ଦ ।
ହେଲେ ଲଞ୍ଚରେ ସମସ୍ତଙ୍କ ପାଇଁ କ’ଣ ବନେଇବା, ଏହି ପ୍ରଶ୍ନଟା ସବୁବେଳେ ମୁଣ୍ଡରେ ଚାଲିଥାଏ । ତେବେ ଆଉ ଭାବନ୍ତୁ ନାହିଁ। କାରଣ ଆଜି ମୁଁ ଆପଣଙ୍କୁ ଏକ ସହଜ ଏବଂ ଟେଷ୍ଟି ଏଗ୍ କରୀ । ଯାହାକୁ ଖାଇବା ପରେ ଆପଣ ଏହାକୁ ଭଳି ପାରିବେନି ଏବଂ ପ୍ରତ୍ୟେକ ଛୁଟିଦିନରେ ଏହାକୁ ବନେଇବାକୁ ଇଛା କରିବେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ରେସିପି।
ଆବଶ୍ୟକ ସାମଗ୍ରୀ:
ଅଣ୍ଡା – ୬ଟି, ରସୁଣ, ଅଦା, ମଗଜ, ଧଳା ରାଶି, ଦହି, କାଜୁ, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର, ଲାଲ ଲଙ୍କା, ହଳଦି, ଗରମ ମସଲା।
ପ୍ରସ୍ତୁତି ପ୍ରଣାଳୀ:
ଏଗ୍ କରୀ ବନାଇବା ପାଇଁ ସର୍ବପ୍ରଥମେ ସିଝା ଅଣ୍ଡାକୁ ସୋରିଷ ତେଲରେ ଫ୍ରାଏ କରନ୍ତୁ। ଆପଣ ଏହା ବଦଳରେ ଘିଅ ବି ବ୍ୟବହାର କରିପାରିବେ। ଅଣ୍ଡା ଫ୍ରାଏ ହୋଇଯିବା ପରେ କଡାରୁ ଅଣ୍ଡାକୁ ବାହାର କରିଦିଅନ୍ତୁ। ଏହାପରେ ଏକ ଗ୍ରାଇଣ୍ଡର ଜାରରେ କାଜୁ, ଦୁଇ ଚାମଚ ମଗଜ, ଏକ ଚାମଚ ଧଳା ରାଶି, ଅଦା ଖଣ୍ଡ, ୩-୪ଟି ରସୁଣ କୋଲା, ଅଧା କପ୍ ଦହି, କଞ୍ଚା ଲଙ୍କାକୁ ଏକା ସାଥିରେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
ଏବେ ଏକ କଡାରେ ଅଳ୍ପ ତେଲ ପକାନ୍ତୁ। ସେଥିରେ ଗ୍ରାଇଣ୍ଡି କରିଥିବା ଏହି ମିଶ୍ରଣକୁ ପକାନ୍ତୁ। ଏହାକୁ ଭଲଭାବେ ଫ୍ରାଏ କରିଦିଅନ୍ତୁ। ଏବେ ଦୁଇ ଚାରି ମିନିଟ୍ ଭାଜିବା ପରେ ଏଥିରେ ଗରମ ମସଲା ପକାଇ ଦିଅନ୍ତୁ। ଏବେ ହଳଦୀ, ଲାଲ ଲଙ୍କା ମଧ୍ୟ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ରାନ୍ଧିି ହେବାକୁ ଦିଅନ୍ତୁ। ଏବେ ଏଥିରେ ପାଣି ପକାଇ ଫୁଟିବାକୁ ଛାଡନ୍ତୁ।
ଆପଣ ଏଥିରେ ପେଶା ହୋଇଥିବା ଧନିଆକୁ ମଧ୍ୟ ମିଶାଇ ପାରିବେ। ଏହା ସମ୍ପୂର୍ଣ୍ଣ ଭାବେ ଅପ୍ସନାଲ। ଏବେ ଏହା ଫୁଟି ଆସିଲେ ଏଥିରେ ଅଣ୍ଡା ପକାଇ ଦିଅନ୍ତୁ। ଆପଣଙ୍କ ଏଗ କରୀ ଏକଦମ୍ ରେଡି ହୋଇଯାଇଛି। ଏହାକୁ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।
ALSO READ: https://purvapaksa.com/clay-pot-cooking/