Budget-2025-26: ଆଗାମୀ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିଦ୍ୟାଳୟ ବଜେଟରେ ଏହି ବୃଦ୍ଧି କରାଯାଇଛି।
ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଗଣଶିକ୍ଷା ପାଇଁ ବଜେଟରେ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ବ୍ୟୟବରାଦ ହୋଇଛି। ବାକି ଅର୍ଥ ଉଚ୍ଚଶିକ୍ଷା ପାଇଁ ରହିଛି।
ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ସ୍କୁଲ ବଜେଟରେ ଏହି ବୃଦ୍ଧି କରାଯାଇଛି।
ଏହା ଅଧୀନରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନାମରେ ୪୫ ହଜାର ପ୍ରାକ୍ ପ୍ରାଥମିକ ଶ୍ରେଣୀ ଖୋଲାଯିବ। ମାତୃଭାଷାରେ ପ୍ରାରମ୍ଭିକ ଶିଶୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ‘ଆମ ପଢ଼ିବା ଆମ ଭସାରେ’ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ଏନଇପି ସହ ସମନ୍ୱୟ ରକ୍ଷା କରିବ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ପଞ୍ଚାୟତ ସ୍ତରରେ ୭ ହଜାର ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସରକାର ୨୯୬୦ କୋଟି ଟଙ୍କା ପ୍ରସ୍ତାବ ଦେଇଥିବାବେଳେ ୬୦ କୋଟି ଟଙ୍କା ବ୍ୟୟବରାଦ ରେ ୫୦ରୁ ଅଧିକ ଐତିହ୍ୟ ବିଦ୍ୟାଳୟ (୧୦୦ ବର୍ଷରୁ ଅଧିକ ପୁରୁଣା)ର ନବୀକରଣ କରାଯିବ।
ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ (ଏମଡିଏମ୍) ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଏମଡିଏମ୍ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଅତିରିକ୍ତ ଅଣ୍ଡା ଓ ୩ଟି ପ୍ରୋଟିନ୍ ଆଇରନ୍ ଯୁକ୍ତ ଲଡୁ ଦିଆଯିବ। ଏଥିସହ ରୋଷେୟା-କମ-ସହାୟିକାଙ୍କ ମାସିକ ଭତ୍ତା ବୃଦ୍ଧି କରାଯିବ।
ଏସସି/ଏସଟି/ଓବିସି ସ୍କୁଲ ଛାତ୍ର ବୃତ୍ତି ପାଇଁ ୧୪୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ସହ ଏକ ନୂତନ ଯୋଜନା ‘ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ’ ଆରମ୍ଭ କରାଯିବ।
ଉଚ୍ଚଶିକ୍ଷା ପାଇଁ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ରେ ଉନ୍ନତି ଆଣିବା ପାଇଁ ୩୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଥମ ଥର ପାଇଁ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦ କୋଟି ଟଙ୍କାର ବଜେଟ ଆବଣ୍ଟନରେ ଆଦିବାସୀ ଭାଷା ପରୀକ୍ଷାଗାର ଖୋଲାଯିବ। ସେହିପରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫ଟି ନୂଆ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲାଯିବ।
ଏହି କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ହେଉଛି ‘ଉତ୍ତମ ଛାତ୍ରବୃତ୍ତି’ ଯୋଜନା ଯେଉଁଥିରେ ବିଦେଶରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ଅଧ୍ୟୟନ ପାଇଁ ୩୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦୦ ପ୍ରତିଶତ ବୃତ୍ତି ପ୍ରଦାନ କରାଯିବ। ଏହାବ୍ୟତୀତ ଛାତ୍ର ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି, ଯାହା କି ପୁଣି ଏକ ନୂତନ ପଦକ୍ଷେପ।
ଗବେଷଣା ଓ ଉଦ୍ଭାବନ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ ଫେଲୋସିପ୍ ଯୋଜନାରେ ୨୩ କୋଟି ଏବଂ ଓଡ଼ିଶା ରାଜ୍ୟ ଗବେଷଣା ପାଣ୍ଠି ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଭିତ୍ତିଭୂମି ଦୃଷ୍ଟିରୁ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକରେ ଉପଲବ୍ଧତା ଏବଂ ବାଳିକା ଶୌଚାଳୟର ଉନ୍ନତି ପାଇଁ ୫୦ କୋଟି ଟଙ୍କା ବ୍ୟବହୃତ ହେବ। ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ସିଟ୍ ୨୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି।
Also readhttps://purvapaksa.com/16-schemes-that-odisha-announced-to-change-peoples-life/
