ଯାତ୍ରୀମାନଙ୍କୁ ନିରବଚ୍ଛିନ୍ନ ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ପୂର୍ବତଟ ରେଳପଥ (ECoR) ଅନେକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେହି ସବୁ ଟ୍ରେନଗୁଡ଼ିକ ହେଉଛି।
-ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (୦୮୫୪୭/୦୮୫୪୮)
ଟ୍ରେନ୍ ନମ୍ବର ୦୮୫୪୭/୦୮୫୪୮ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏବଂ ତିରୁପତିରୁ ୨୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ।
-ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (୦୮୫୭୯/୦୮୫୮୦)
ଟ୍ରେନ୍ ନମ୍ବର ୦୮୫୭୯/୦୮୫୮୦ ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା ବିଶାଖାପାଟଣା ଏବଂ ଚରଲାପାଲିରୁ ସ୍ୱତନ୍ତ୍ର ଟ୍ରେନ ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (୦୯୦୫୯/୦୯୦୬୦)
ଟ୍ରେନ୍ ନମ୍ବର ୦୯୦୫୯/୦୯୦୬୦ ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ପେଶାଲ୍ ଉଧନାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ଏବଂ ଖୋର୍ଦ୍ଧା ରୋଡ୍ ରୁ ଏହାକୁ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ତେବେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ କେତେକ ଟ୍ରେନ୍ ବାତିଲ ମଧ୍ୟ ହୋଇଛି । ଭାଲଟାୟାର ଡିଭିଜନର କୋଟ୍ଟାଭାଲସା-ପେଣ୍ଡୁର୍ଥୀ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ, ନିମ୍ନଲିଖିତ ଟ୍ରେନ୍ ସେବା ୦୬.୦୮.୨୦୨୫ ରୁ ୦୯.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ୍ ନମ୍ବର ୧୮୫୨୬ ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍ ୦୬.୦୮.୨୦୨୫ ରୁ ୦୮.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ୦୭.୦୮.୨୦୨୫ ରୁ ୦୯.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ।
Also Readhttps://purvapaksa.com/st-students-school-dropout-rate-goes-down-to-18-from-33-in-odisha/


