କଣ କରୁଛି ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ? ଖାଲି ବିଭାଗର ଦାୟିତ୍ୱ ନେଇ ବସିଗଲେ ତ ହବନି ଏମାନଙ୍କର କିଛି ଦାୟିତ୍ୱ ଅଛି ବୋଲି ଏମାନେ ଭୁଲି ଯାଇଛନ୍ତି ବୋଧେ । ଏହି ପ୍ରଶ୍ନ ଏବେ ଲେକଙ୍କ ମନରେ ଅସନ୍ତୋଷର ନିଆଁକୁ ବଢାଉଛି । ରାଜ୍ୟରେ ମହିଳାଙ୍କ ପ୍ରତି ଯୌନ ଶୋଷଣକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଏକ ସରକାରୀ ହଷ୍ଟେଲରେ ରହୁଥିବା ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି । ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଏହା ଜଣାପଡିଥିଲା ଯେ ଜଣେ ଛାତ୍ରୀ ଗର୍ଭବତୀ ଅଛନ୍ତି । ପୋଲିସ କହିଛି ଯେ ଉଭୟ ନାବାଳିକା ଛାତ୍ରୀ କନ୍ଧମାଳ ଜିଲ୍ଲାର ଏକ ସରକାରୀ ହଷ୍ଟେଲରେ ରୁହନ୍ତି । ହଷ୍ଟେଲ ପ୍ରଶାସନ ଏହି ମାମଲାରେ ପୋଲିସକୁ ସୂଚନା ଦେଇଛି । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ କରିଛି ।
ଛାତ୍ରୀମାନେ ଗର୍ଭବତୀ ଥିବା କିପରି ଜଣାପଡ଼ିଲା?
କନ୍ଧମାଳ ଜିଲ୍ଲାର ଜିଲ୍ଲା କଲ୍ୟାଣ ଅଧିକାରୀ କହିଛନ୍ତି ଯେ ଆମେ ଦୁଇ ଝିଅଙ୍କ ଗର୍ଭଧାରଣ ବିଷୟରେ ପୋଲିସକୁ ସୂଚନା ଦେଇଛୁ । ଅଭିଯୋଗରେ, ଆମେ ପୋଲିସକୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛୁ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଝିଅମାନଙ୍କର ଦୀର୍ଘ ଛୁଟିରୁ ଫେରିବା ପରେ ତୁରନ୍ତ ଡାକ୍ତରୀ ପରୀକ୍ଷା କରାଯାଏ । ମିଶ୍ର କହିଛନ୍ତି ଯେ ଆମର କର୍ମଚାରୀମାନେ ଦୁଇ ଝିଅଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ପାଇଥିଲେ । ଏହା ପରେ, ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା । ଯେଉଁଠାରେ ସେମାନଙ୍କ ଗର୍ଭଧାରଣ ନିଶ୍ଚିତ ହୋଇଥିଲା ।
ରାଜ୍ୟ ପରିଚାଳିତ କନ୍ୟାଶ୍ରମ ସ୍କୁଲରେ ଆଦିବାସୀ ଝିଅମାନଙ୍କ ମଧ୍ୟରେ ଅବାଞ୍ଛିତ ଗର୍ଭଧାରଣ ମାମଲା ଯୋଗୁଁ ଓଡ଼ିଶା ସରକାର ଏପରି ଘଟଣା ରିପୋର୍ଟ ହେଉଥିବା ସ୍କୁଲର ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଉଚ୍ଚ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । “ଏପରି ମାମଲା ରିପୋର୍ଟ କରୁଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ନିଲମ୍ବିତ କରାଯିବ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ, ବିଶେଷକରି ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” କନ୍ୟାଶ୍ରମ ସ୍କୁଲ ପରିଚାଳନା କରୁଥିବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ।
ଖାଲି ଏଇ ସରକାରେର ନୁହେଁ ପୂର୍ବସରକାର ସମୟରେ ମଧ୍ୟ ଏହିପରି ଖବର ସାମ୍ମାକୁ ଆସିଲା । ୧୦ ମାର୍ଚ୍ଚ ୨୦୧୫ ରେ ପ୍ରକାଶିତ ଏକ ରିପୋର୍ଟ ରେ କୋରାପୁଟ ଜିଲ୍ଲାର ବୋଇପାରିଗୁଡ଼ା ଥାନା ଅନ୍ତର୍ଗତ କାଣ୍ଡୁଲବେଡ଼ାର ଗୁପ୍ତେଶ୍ୱର ସେବାଶ୍ରମରୁ ଏକ ମାମଲା ରିପୋର୍ଟ ହୋଇଥିଲା ।
ରାମାଗିରି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁଡ଼ା ଗ୍ରାମର ଜଣେ ୧୫ ବର୍ଷୀୟା ଆଦିବାସୀ ଝିଅ ଡିସେମ୍ବର ମାସରେ ଖ୍ରୀଷ୍ଟମାସ ଛୁଟିରେ ତାଙ୍କ ଗାଁକୁ ଯାଇଥିବାରୁ ସ୍କୁଲ ଆସୁ ନଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିବା ପରେ ତାଙ୍କ ପରିବାର ତାଙ୍କୁ ବୋଇପାରିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ । “କିନ୍ତୁ, ସେ ଡାକ୍ତରଖାନା ଯିବା ବାଟରେ ଏକ ପୁଅକୁ ଜନ୍ମ ଦେଇଥିଲେ,” ତାଙ୍କ ବାପାମାଆ ବୋଇପାରିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା ।ସେହିପରି ଚଳିତ ବର୍ଷ ଫେବୃଆରୀ ୪ ତାରିଖରେ କୋରାପୁଟ ଜିଲ୍ଲାର ଉମୁରି ସେବାଶ୍ରମରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଜଣେ ୧୨ ବର୍ଷୀୟା ଆଦିବାସୀ ଝିଅ ହଷ୍ଟେଲରେ ଏକ ପୁଅକୁ ଜନ୍ମ ଦେଇଥିଲା
ତେବେ ବିଭିନ୍ନ ସମୟରେ ଏହିପରି ଖବର ସାମ୍ନାକୁ ଆସିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ଘଟଣାର ତଦନ୍ତ ଚାଲିଛି ବୋଲି କୁହାଯାଏ । କିନ୍ତୁ ଆପଣ ଥରେ ଭାବନ୍ତୁ ଯଦି ଘଟଣାର ସଠିକ ତଦନ୍ତ ହେଉଛି ଦୋଷୀ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ପୁଣି ମାସେ ଦୁଇ ମାସ ନ ପୁରୁଣୁରୁ ଏପରି ଖବର କିପରି ସାମ୍ନାକୁ ଆସୁଛି । ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ କରୁଛି କଣ ?
