ଇରାନ୍ର ସନ୍ଦେହାସ୍ପଦ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଏବେ ତା’ ପଛରେ ପଡ଼ି ଯାଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କ ପରମ ମିତ୍ର ଭାବରେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବେଞ୍ଜାମିନ୍ ଓ ଇରାନ୍ ଉଭୟ ଉପରେ ଆକ୍ରମଣ ଚଳାଇଛନ୍ତି । ଏଣୁ ଟ୍ରମ୍ପଙ୍କ ମାନସିକତା ସମ୍ପ୍ରତି ଦୋଦୁଲ୍ୟମାନ ସ୍ଥିତିରେ ।
ଆଉ ଏକ କଥା ହେଉଛି ଏହା ସମସ୍ତଙ୍କୁ ଜଣା ଯେ ଆମେରିକାର ରାଷ୍ଟ୍ରପତି ପ୍ରାୟତଃ ବେଶୀ ସମୟ ନିର୍ଦ୍ଦିଷ୍ଟ ସ୍ଥିତିରେ ରହି ପାରନ୍ତି ନାହିଁ । ଇରାନ୍ ଉପରେ ଆକ୍ରମଣ କରିବା ପାଇଁ ଏକ ଯୋଜନାକୁ ମଞ୍ଜୁର କରି ସାରିଛନ୍ତି, ଆଉ ତା’ ପରେ ଏହି ଯୋଜନାକୁ ଝୁଲା ଅବସ୍ଥାରେ ରଖୁଛନ୍ତି କେବଳ ଏଇ ଅପେକ୍ଷାରେ ଯେ ଇରାନ୍କୁ ତା’ର ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଭଲ ଭାବରେ ଚିନ୍ତା କରିବା ପାଇଁ ଆଉ କିଛି ସମୟ ଦେବେ । କିମ୍ବା ଆମେରିକାର ସାମରିକ ବାହିନୀର ଉପଦେଶ ଅନୁସାରେ ସେ ଏହି ଦେଶ ଉପରେ ଆକ୍ରମଣ ଆରମ୍ଭ କରିବେ।
ମଧ୍ୟପ୍ରାଚ୍ୟକୁ ଏକ ତୃତୀୟ ବିମାନବାହୀ ଜାହାଜ ତା’ର ଯାତ୍ରା ଆରମ୍ଭ କରି ସାରିଛି। ତେବେ ଏକଥା ନିଶ୍ଚିତ ନୁହେଁ ଯେ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାକୁ ୨୦୦୩ର ସମୟକୁ ଫେରାଇ ନେବେ, ଯେତେବେଳେ କି ତାଙ୍କ ପୂର୍ବସୂରୀ ଜର୍ଜ ଡବ୍ଲ୍ୟୁ ବୁଶ୍ ଇରାକ୍ ଉପରେ ଏକ ପୂର୍ଣ୍ଣାଙ୍ଗ ଆକ୍ରମଣ କରିବାର ଆଦେଶ ପ୍ରଦାନ କରିଥିଲେ । ଏସବୁ ପରେ ବି ଟ୍ରମ୍ପଙ୍କ ମନରେ କଣ ଅଛି କେହି ଜାଣି ନାହାନ୍ତି । ସେ କ’ଣ କରିବେ ଏମିତିକି ନିଜେ ଟ୍ରମ୍ପ୍ ବି ଜାଣି ପାରୁନାହାନ୍ତି ।
ଇରାନ୍ ଉପରେ ଆକ୍ରମଣକୁ ନେଇ ଟ୍ରମ୍ପ ହୁଏତ ତାଙ୍କର ନିକଟତମ ପରିସରରୁ ବିରୋଧର ସାମ୍ନା କରୁଥାଇ ପାରନ୍ତି ।ଏହି ବିରୋଧ ଯେଉଁମାନେ ରିପବ୍ଲିକାନ୍ ଦଳର ଆଧାର ଭାବରେ ବିବେଚିତ ଏବଂ ତା’ ସହିତ ଆମେରିକାର ସାଧାରଣ ଜନତାଙ୍କ ପକ୍ଷରୁ ମଧ୍ୟ ଆସୁଛି ।
ସିଚୁଏସନ୍ ରୁମ୍ ବା ଯୁଦ୍ଧ ପ୍ରକୋଷ୍ଠରେ ତାଙ୍କର ସ୍ୱଳ୍ପ ସମୟ ଅତିବାହିତ କରିବା ଏବଂ ଇରାନ୍ ଆୟାତୋଲ୍ଲାମାନଙ୍କ ବିଷୟରେ ତାଙ୍କ ବିବୃତି ସମସ୍ତଙ୍କୁ ହତଚକିତ କରି ଦେଇଛି ଯେ ଏସବୁ କ’ଣ ହେଉଛି ଏବଂ କ’ଣ ଘଟିବାକୁ ଯାଉଛି ! ଇରାନ୍ ଉପରେ ସିଧାସଳଖ ଆମେରିକୀୟ ପ୍ରତ୍ୟକ୍ଷ ଆକ୍ରମଣ ଭୀଷଣ ତାଣ୍ଡବ ରଚାଇବାର ସମସ୍ତ ସମ୍ଭାବନା ବହନ କରୁଛି । ଇରାନ୍କୁ ପରାଭୂତ କରିବା ନିମନ୍ତେ ଆମେରିକା ଦ୍ଵାରା କଠୋର ପଦକ୍ଷେପ ନିଆଗଲେ ସମଗ୍ର ବିଶ୍ୱରେ ଅସ୍ଥିରତା ସୃଷ୍ଟି ହେବା ସୁନିଶ୍ଚିତ । ‘ଏହା ଯୁଦ୍ଧର ଯୁଗ ନୁହେଁ’ ଶବ୍ଦଗୁଡ଼ିକ ଏବେ ପାଣିଚିଆ ଲାଗୁଛି । ଇସ୍ରାଏଲ – ଇରାନ ଯୁଦ୍ଧ ଅନେକ ଦୂର ଆଗକୁ ଯାଇ ବିଶ୍ୱଯୁଦ୍ଧ ମୁହାଁ ହେବା କିଛି ଅସମ୍ଭବ ନୁହେଁ।
ବର୍ତ୍ତମାନ ସମୟର ପୃଥିବୀରେ ଏମିତି କୌଣସି ନେତା ନାହାଁନ୍ତି, ଯାହାଙ୍କ କଥାର କିଛି ପ୍ରଭାବ ପଡ଼ିବ ପରସ୍ପରଙ୍କ ପ୍ରତି ଶତ୍ରୁ ଭାବ ବହନ କରୁଥିବା ଦେଶମାନେ ଟେବୁଲରେ ବସି ବୁଝାମଣା କଲେ ଯୁଦ୍ଧର ପରିସମାପ୍ତି ଘଟାଇ ପାରିବେ । ଭୟାବହ ଯୁଦ୍ଧର ଘନଘଟା ଭିତରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଶା ରଖୁଥିବା ଟ୍ରମ୍ପଙ୍କ ମନରେ ଏବେ କ୍ଵଚିତ୍ର ଶାନ୍ତି ପାଇଁ ସ୍ଥାନ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଥିବା ମନେହୁଏ ।
ଇରାନ୍ ସମ୍ପ୍ରତି ସ୍ପଷ୍ଟ କରି ସାରିଛି କି ଯେ ପର୍ଯ୍ୟନ୍ତ ଏହା ଉପରେ ଆକ୍ରମଣ ଜାରି ରହିବ, ସେ ପର୍ଯ୍ୟନ୍ତ ବୁଝାମଣା ନିମନ୍ତେ ଉଦ୍ଦିଷ୍ଟ ଟେବୁଲ୍ରେ ପ୍ରତିପକ୍ଷଙ୍କ ସହିତ ସାମ୍ନାସାମ୍ନି ବସିବାର ପ୍ରଶ୍ନ ହିଁ ଉଠିବା ନାହିଁ, ଯଦିଓ ଏହା ମଧ୍ୟ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଇସ୍ରାଏଲର ହସ୍ପିଟାଲ ଏବଂ ସ୍କୁଲଗୁଡ଼ିକ ଉପରେ ଆକ୍ରମଣ ଚଳାଇଛି।
ମୋଟାମୋଟି କହିଲେ, ବିଶ୍ଵ ପାଇଁ ଶାନ୍ତି ଯେତେବେଳେ ସର୍ବୋଚ୍ଚ କାମନା ହୋଇ ରହିଛି ସେହି ସମୟରେ କଥାବାର୍ତ୍ତା ଏବଂ କୂଟନୀତି ଜରିଆରେ ଯୁଦ୍ଧରର ପରିସମାପ୍ତି ଘଟାଇବାର ସମ୍ଭାବନା କ୍ଷୀଣ ମନେହୁଏ। ‘ଯାହାକିଛି ବି ଘଟିପାରେ’ ସ୍ଥିତି ଯଦି ବର୍ତ୍ତମାନ ସମୟକୁ ପରିଭାଷିତ କରେ, ତା’ହେଲେ ଏଥିରେ ଦ୍ବିରୁକ୍ତ ନଥାଇପାରେ ଯେ ଆମ ସମସ୍ତଙ୍କୁ ବର୍ତ୍ତମାନ ସମୟର ବିଶ୍ୱକୁ ଡରି ଡରି ବଞ୍ଚିବାକୁ ପଡ଼ିବ।
ALSO READ https://purvapaksa.com/water-levels-in-pakistani-rivers-have-dropped-by-20/
