ଭାରତର ପଞ୍ଚଦଶ ଉପ-ରାଷ୍ଟ୍ରପତିଙ୍କ ନାଁ ଶୁଣିବାକୁ ସାରାଦେଶ ଓ ବିଦେଶ ବି ଉତ୍ସୁକତାର ସହ ଚାହିଁ ବସିଛି। ସେ ହେଉଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଦ୍ୱିତୀୟ ସର୍ବୋଚ୍ଚ ନେତା। ତାଙ୍କୁ ସାଧାରଣ ଲୋକ ନିର୍ବାଚିତ କରନ୍ତି ନାହିଁ ବରଂ ପ୍ରତିନିଧିଙ୍କ ଭୋଟ୍ଦ୍ୱାରା ସେ ନିର୍ବାଚିତ ହୁଅନ୍ତି ଆଉ ସଂସଦର ଉଚ୍ଚ ସଦନକୁ ଅଧ୍ୟକ୍ଷତା କରନ୍ତି। ଏହିକ୍ରମରେ ଆମେ ବାଛିଥିବା ସମସ୍ତ ସାଂସଦଙ୍କ ଦାୟିତ୍ୱ ହେଉଛି ଆମର ଭାବନା, ମତାମତକୁ ଠିକଣା ଭାବେ ସଂସଦରେ ଉପସ୍ଥାପନ କରିବା। ନିଜର ଭୋଟ୍ ଦାନ କରିବା। କିନ୍ତୁ ଆମକୁ ଭୋଟ୍ ଦାନ ପାଇଁ ପ୍ରବର୍ତ୍ତାଉଥିବା ଶିକ୍ଷିତ, ସଭ୍ୟ, ଲୋକପ୍ରତିନିଧି ତଥା ସାଂସଦମାନେ ଯେତେବେଳେ ଏହି କାମରୁ ବିରତ ରହିବେ ତେବେ ତାହା କାହା ପାଇଁ ଅପମାନ ହେବ? ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଛଳନା ନୁହେଁ କି? ପୁଣି ଯଦି ଜଣେ କି ଦୁଇଜଣ ନୁହନ୍ତି କିନ୍ତୁ ବୁଝି ବିଚାରି ଗୋଟିଏ ଦଳ ନିଜର ସ୍ୱାର୍ଥ ପାଇଁ ଭୋଟ୍ ଦେବାରୁ ନିବୃତ୍ତ ରହିବ ତେବେ କି ବାର୍ତ୍ତା ସମାଜକୁ ଯିବ? ଏହା କ’ଣ ସମଗ୍ର ରାଜ୍ୟନୀତି, ସମଗ୍ର ରାଜ୍ୟପାଇଁ ଅପମାନ ନୁହେଁ? ଏଭଳି ଦୋଷକୁ ନିଜର ଶକ୍ତି ଭାବେ ବ୍ୟବହାର କରୁଥିବା ବିଜେଡିର ଗୋଟିଏ ରାଜନୀତିକ ଦଳ ହେବାର ନୈତିକତା ରହିଛି କି?
ନୂଆ ନୁହେଁ ବିଜେଡିର ସମଦୂରତା ନାଟକ
ସମଦୂରତାର ଦ୍ୱାହି ଦେଇ ଛଳନ କରୁଥିବା ନବୀନଙ୍କ ବିଜୁ ଜନତା ଦଳ ୨୦୦୮ରେ ବିଜେପି ସହିତ ମେଣ୍ଟ ଭାଙ୍ଗବା ପରେ କଂଗ୍ରେସ ଦୟାରେ ସରକାର ବଞ୍ଚାଇଥିଲା। କିନ୍ତୁ ୧୦୧୨ରେ ସମଦୂରତାମୂଳକ ଆଭିମୁଖ୍ୟରୁ ଯଥେଷ୍ଟ ଦୂରେଇ ଯାଇଥିଲା ବିଜେଡି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପି.ଏ. ସାଙ୍ଗମାଙ୍କ ନାମ ଘୋଷଣା କରି ତାଙ୍କୁ ବିଜେଡିର ସମର୍ଥନ ପ୍ରଦାନ କରିଥିଲେ। ତଥାପି, ସେହି ବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ, ଦଳ ଭୋଟ ଦେବାରୁ ବିରତ ରହିଥିଲା- ଏନଡିଏର ଯଶୱନ୍ତ ସିଂହ କିମ୍ବା ୟୁପିଏର ହମିଦ ଅନସାରୀଙ୍କୁ ଭେଟ୍ ଦେଇନଥିଲା।
୨୦୧୭ରେ, ବିଜେଡି ରାଷ୍ଟ୍ରପତି ପାଇଁ ଏନଡିଏର ରାମନାଥ କୋବିନ୍ଦଙ୍କୁ ଏବଂ ଉପରାଷ୍ଟ୍ରପତି ପାଇଁ ୟୁପିଏର ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରି ସତର୍କତାର ସହ ନିଜର ସ୍ଥିତି ସନ୍ତୁଳିତ କରିଥିଲା, ଏହାଦ୍ୱାରା ଉଭୟ ଜାତୀୟ ମେଣ୍ଟଠାରୁ ସମାନ ଦୂରତା ବଜାୟ ରଖିଥିଲା। କିନ୍ତୁ ୨୦୨୨ରେ ନବୀନଙ୍କ ବିଜେହି ଉଭୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ଏକ ସ୍ପଷ୍ଟ ପରିବର୍ତ୍ତନ ଆଣିଥିଲା। ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ପାଇଁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିଲେ। ବିଜେପି ପ୍ରତି ବିଜେଡିର ଏପରି ସମର୍ଥନ ତାର ସ୍ୱାଧୀନ ସ୍ଥିତିକୁ ହ୍ରାସ କରିଥିଲା। ୨୦୨୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଛି। ୨୦୨୪ ବିଧାନସଭା ଫଳାଫଳ ପରେ ଏହା ବିଜେଡିର ପ୍ରଥମ ପ୍ରମୁଖ ରାଜନୈତିକ ନିଷ୍ପତ୍ତି ଯାହା ଏନଡିଏ ଏବଂ ଇଣ୍ଡି ବ୍ଲକ ଉଭୟଙ୍କଠାରୁ ସମାନ ଦୂରରେ ରହିଛି।
ବିଜେଡି ସମଦୂରତା ଭାଇରସ
ବିଜେଡିର ଏହି ସମାନ ଦୂରତା ରୂପକ ଭାଇରସ ଏବେ ଦେଶର ବିଭିନ୍ନ କୋଣରେ ଥିବା ଆଞ୍ଚଳିକ ଦଳକୁ ସଂକ୍ରମିତ ହୋଇଛି। ଏହି ସମଦୂରତା ସଂକ୍ରମଣରେ ତେଲେଙ୍ଗାନାର ବିଆର୍ଏସ୍, ପଞ୍ଜାବର ଶିରୋମଣି ଅକାଳୀ ଦଳ ଆକ୍ରାନ୍ତ ହୋଇଛନ୍ତି। ଏହି ୩ଟି ଆଞ୍ଚଳିକ ଦଳ ଆଦି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇ ନାହାନ୍ତି।
ସଂସଦର ଗାରିମା ଲୋପ କରୁଛି ବିଜେଡି
ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶାର ବିଜେଡି ସମେତ ବିଆର୍ଏସ୍ ଓ ଶିରୋମଣି ଅକାଳୀ ଦଳ ନିଜକୁ ଗୋଟିଏ ଗୋଟିଏ ରାଜଗନୈତିକ ଦଳ ବୋଲି କହିବାର ନୈତିକ ଅଧିକାର ରହିଛି କି? କାରଣ ରାଜ୍ୟର ସାଂସଦମାନଙ୍କୁ ଦେଶର ଉଚ୍ଚ ସଦନର ସଦସ୍ୟ ଭାବରେ ବିବେଚନା କରାଯାଏ। ଏମାନେ ଦେଶରେ ନୀତି ନିୟମରେ ଠିକ୍ ଭୁଲ ନେଇ ଏହି ସାଂସଦମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଯଦି ରାଜନୈତିକ ଦଳମାନେ ନିଜର ସାଂସଦମାନଙ୍କ ଉପରେ ଏପରି ଅଙ୍କୁଶ ଲଗାନ୍ତି ତେବେ ତେବେ ସଂସଦର ଗାରିମା ନିଶ୍ଚିତ ଭାବରେ ଲୋପ ପାଇବ। ଏଥିରେ ଦ୍ୱିମତ ହେବାର ନାହିଁ। ଯେଉଁ ସାଂସଦମାନେ ଦେଶର ନାଗରିକମାନଙ୍କ ଝାଳବୁହା ଅର୍ଥର ଟିକସରୁ ଦରମା, ଭତ୍ତା, ଦିଲ୍ଲରେ ବାସଗୃହ, ସାଂସଦ ହାତପାଣ୍ଠି ଯୋଜନାରେ ଅର୍ଥ ପାଇବା ସହିତ ଅଏସ କରୁଛନ୍ତି ସେମାନେ ଏହା ପାଇବାକୁ ଯୋଗ୍ୟ କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଲାଣି।
ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ସମଦୂରତା ନାଟକ
ନିଜ ଦଳରେ ଥିବା ଅସନ୍ତୋଷକୁ ଦୂର କରି ନ ପାରି ବିଜେଡି ତାର ସାଂସଦମାନଙ୍କ ଅଧିକାର ସଂକୁଚିତ କରିବା ସହିତ ଭାରତୀୟ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି। ବିଜେଡିରେ ଏବେ ମାତ୍ର ୭ଜଣ ସାଂସଦ ଅଛନ୍ତି; ତାହା ପୁଣି କେବଳ ରାଜ୍ୟସଭା ସଦସ୍ୟ। ଆଗାମୀ ଦନରେ ଏହି ସଂଖ୍ୟା ନିଶ୍ଚିତ ଭାବରେ ହ୍ରାସ ପାଇବା ସହିତ ରାଜ୍ୟସଭାରେ ତାର ଗୁରୁତ୍ୱ ହରାଇବ। ଏହାର ଏକମାତ୍ର କାରଣ ହେଉଛି ରାଜ୍ୟରେ ଦଳ କ୍ଷମତାଚ୍ୟୁତ ହୋଇଛି। ଗତ ନିର୍ବାଚନରେ ଦଳ ଯେଉଁ ପାଣ୍ଡିଆନଙ୍କ ପାଇଁ ପରାଜିତ ହେଲା ସେହି ପ୍ରସଙ୍ଗକୁ ନେଇ ଦଳର ୭ଜଣ ସାଂସଦଙ୍କ ଭିତରେ ବିଭେଦ ସୃଷ୍ଟି ହୋଇଛି। ୭ଜଣଙ୍କ ଭିତରୁ ୨ଜଣ ପାଣ୍ଡିଆନଙ୍କୁ ବିରୋଧ କରୁଥିବାବେଳେ ୫ଜଣ ତାଙ୍କୁ ସମର୍ଥନ କରୁଛନ୍ତି। ଏଭଳି କ୍ଷେତ୍ରରେ ଯଦି ଦଳର ସାଂସଦମାନଙ୍କ ଭୋଟ୍ ବିଭାଜନ ହୁଏ ତେବେ ପାଣ୍ଡିଆନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। କାରଣ ପାଣ୍ଡିଆନଙ୍କ ୫-ଟି ଯୋଜନାରେ ମାତ୍ର ୬ଟି ଜିଲ୍ଲାରେ ୯୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିଏଜିର ଚିଠା ରିପୋର୍ଟରେ ଦର୍ଶାଯାଇଛି। ଯେତେବେଳେ ସମଗ୍ର ରାଜ୍ୟର ରିପୋର୍ଟ ପ୍ରକାଶ ପାଇବ ସେତେବେଳ ଏହା ଏକ ମହାଦୁର୍ନୀତିର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି। ସମ୍ଭବତଃ ପାଣ୍ଡିଆନଙ୍କୁ କେନ୍ଦ୍ରର ବିଜେପି ସରକାରଠାରୁ ସୁରକ୍ଷା ଦେବା ପାଇଁ ଏଭଳି ସମଦୂରତା ନାଟକ କରୁଥିବା ଚର୍ଚ୍ଚା ହେଉଛି।
ନବୀନଙ୍କ କୁତ୍ସିତ ପରମ୍ପରା
ବିଜେଡି ସଭାପତି ନବୀନ ପଟ୍ଟନାୟକ ସମଦୂରତା ନାଟକ ମାଧ୍ୟମରେ ଭାରତୀୟ ଗଣତନ୍ତ୍ରରେ ଗୋଟିଏ ବିରଳ ପରମ୍ପରା ସୃଷ୍ଟି କରିଛନ୍ତି। ଯାହାକି ଆଗାମୀ ଦିନରେ ରାଜନୀତି ଇତିହାସରେ ଭଲ କାମ ପାଇଁ ନୁହେଁ ଖରାପ ପରମ୍ପରା ପାଇଁ ନବୀନଙ୍କ ବିଜେଡିକୁ ଆଗାମୀ ପିଢ଼ି ମନେ ପକାଇବ। କାରଣ ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ଅନେକ କୁତ୍ସିତ ପରମ୍ପରା ସୃଷ୍ଟି କରିଛନ୍ତି। ଯେପରି କ୍ୟାବିନେଟରେ କୌଣସି ଆଲୋଚନା ନ କରି ଓ ବିଧାନସଭାରେ ଆଇନ ନ କରି ନିଜର ବ୍ୟକ୍ତିଗତ ସହାୟକ ଭିକେ ପାଣ୍ଡିଆନଙ୍କୁ ଶକ୍ତିଶାଳୀ କରିବା ପାଇଁ ୫-ଟି ବିଭାଗ ସୃଷ୍ଟି କରିଥିଲେ। ପାଣ୍ଡିଆନ ଚାକିରିରୁ ଇସ୍ତଫା ଦେବା ପରେ ମଧ୍ୟ ଏହାର ଅଧ୍ୟକ୍ଷ ହୋଇ ସମସ୍ତ ବିଭାଗର ସଚିବମାନଙ୍କୁ ପଙ୍ଗୁ କରି ଶାସନ କଳକୁ ନିଜ କବ୍ଜାକୁ ନେଇଯାଇଥିଲେ।
ପାଣ୍ଡିଆନଙ୍କୁ ଯୋଗୁ ବିଜେଡି ଗତ ନିର୍ବାଚନରେ ପରାଜିତ ହେଲା ବୋଲି ଦଳୀୟ ନେତାମାନେ ଅଭିଯୋଗ କରି ତାଙ୍କ ତାଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ସେହି ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ପଟ୍ଟନାୟକ ସମଦୂରତା ନାଟକ ରଚିଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି। ତେଣୁ ଯଦି ଜଣେ ବ୍ୟକ୍ତିଗତ ସେବକଙ୍କ ପାଇଁ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଗୁରୁତ୍ୱହୀନ କରାଯାଏ ତେବେ ବିଜେଡି ରାଜନୈତିକ ହଳ ହେବା ପାଇଁ ହକ୍ଦାର କି ନୁହେଁ ତାହା ଆପଣମାନେ ବିଚାର କରନ୍ତୁ।
Also readhttps://purvapaksa.com/dharmendra-pradhan-and-mohan-majhi-political-hide-and-seek-game/
Dharmendra Pradhan and Mohan Majhi Political hide and seek game ।। ଧର୍ମେନ୍ଦ୍ର-ମୋହନ ଲୁଚକାଳି ଖେଳ


