Vastu Tips: ଅନେକ ସମୟରେ ଆମେ ଜାଣି ବା ନଜାଣି ଆମର କାର୍ଯ୍ୟାଳୟ ଟେବୁଲକୁ ସଜେଇବା ପାଇଁ କିଛି ଏଭଳି ଜିନିଷ ରଖିଦେଇଥାଉ ଯାହା ବାସ୍ତୁ ହିସାବରେ ଶୁଭ ହୋଇ ନଥାଏ । ଏଥିରୁ ଉନ୍ନତି ବନ୍ଦ ହେବାର ସମ୍ଭାବନା ରହିଛି। ଜାଣନ୍ତୁ କେଉଁ ସମସ୍ତ ବସ୍ତୁଗୁଡିକୁ କାର୍ଯ୍ୟାଳୟ ଟେବୁଲରେ ରଖିବା ଉଚିତ ନୁହେଁ ।
କାର୍ଯ୍ୟାଳୟର ଟେବୁଲରେ କେବେ ବି ଆଲୋଭେରା, ତୁଳସୀ, ବାଉଁସ ଭଳି ଗଛ ରଖିବା ଉଚିତ ନୁହେଁ। ତୁଳସୀ ଏକ ପୂଜନୀୟ ଗଛ, ତେଣୁ ଅସ୍ଵଛ ହାତରେ ତୁଳସୀକୁ ଛୁଇଁଲେ ଦୋଷ ଲାଗିପାରେ। ସେହିଭଳି ଅନ୍ୟ ଗଛମାନେ ତୁମର ମନକୁ ବିଚଳିତ କରି ପାରନ୍ତି । ଏଥିରୁ ଆପଣ ଲକ୍ଷ୍ୟକୁ ଭୁଲି ଯାଇ ପାରନ୍ତି।
କାର୍ଯ୍ୟାଳୟର ଟେବୁଲ୍ରେ ଆପଣଙ୍କୁ କେବେ କୌଣସି ଅବ୍ୟବହାରୀ କାଗଜ, ପୁରୁଣା ଫାଇଲ୍ କିମ୍ବା ଡକ୍ୟୁମେଣ୍ଟ ରଖିବା ଉଚିତ ନୁହେଁ। ଏଥିରୁ ନେଗେଟିଭ୍ ଏନର୍ଜି ବଢିଯାଏ ଏବଂ ନିର୍ଣ୍ଣୟ ନେବାର ସକ୍ତି କମ ହେବାର ସମ୍ଭାବନା ରହିଛି।
କାର୍ଯ୍ୟାଳୟର ଟେବୁଲ୍ରେ କେବେ ବି ଭାଙ୍ଗି ଯାଇଥିବା ବସ୍ତୁଗୁଡିକୁ ରଖନ୍ତୁ ନାହିଁ, ଏହା ଆପଣଙ୍କର ଚିତ୍ରକୁ ହାନି ପହଞ୍ଚାଇପାରେ।
କାର୍ଯ୍ୟାଳୟ ଟେବୁଲରେ କୃତ୍ରିମ ଫୁଲ ରଖନ୍ତୁ ନାହିଁ। ଏହାର ବଦଳରେ ପ୍ରତିଦିନ ତାଜା ଫୁଲ ରଖୁନ୍ତୁ, ଯାହା ପରିବେଶକୁ ପରିଶୁଦ୍ଧ ରଖିଥାଏ ଏବଂ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରେ । କାମରେ ମନ ଲାଗେ।
ଅଫିସର ଡେସ୍କରେ ଭୁଲରେ କେବେ ବି ଖାଇବା-ପିଇବା ଉଚିତ ନୁହେଁ। କୁହାଯାଏ ଯେ, ଏପରି କରିବା ଦ୍ୱାରା ଲକ୍ଷ୍ମୀ ମା’ ରାଗି ଯାଇଥାନ୍ତି ଏବଂ ଧନ-ସମ୍ପତ୍ତିରେ ବାଧା ଆସିଥାଏ ।
ବାସ୍ତୁ ଅନୁସାରେ ଅଫିସର ଟେବୁଲରେ ଗଣେଶ ଜୀ ଓ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି କିମ୍ବା ଫଟୋ ରଖିବା ଶୁଭ ନୁହେ। ଏହି ମୂର୍ତ୍ତି ସମୃଦ୍ଧି ବଢାଇବାକୁ ସାହାଯ୍ୟ କରେ ଓ ଆପଣଙ୍କର ବୌଦ୍ଧିକ ଶକ୍ତିର ବିକାଶ କରିବାରେ ସାହାଯ୍ୟ କରିବ।
କଳହ, ଆର୍ଥିକ ସମସ୍ୟା, ନକାରାତ୍ମକ ଶକ୍ତି ଭଳି ସମସ୍ୟାର ସମାଧାନ ମୟୁର ପଙ୍ଖ