ନଭେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୬:୫୨ ସମୟରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ବିସ୍ଫୋରଣରେ ବ୍ୟବହୃତ ଧଳା ଆଇ-୨୦ କାରଟିର ତିନୋଟି ସିସି ଟିଭି ଫୁଟେଜ୍ ସାମ୍ନାକୁ ଆସିଛି। କଳା ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ମେଟ୍ରୋ ଷ୍ଟେସନ ପାର୍କିଂ ସ୍ଥାନରୁ ବାହାରି କାରରେ ବସିଥିବାର ଦେଖାଯାଇଥିଲା। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦାବି କରୁଛନ୍ତି ଯେ କାରରେ ଥିବା ବ୍ୟକ୍ତି ଜଣକ ପୁଲୱାମାର ବାସିନ୍ଦା ଡାକ୍ତର ମହମ୍ମଦ ଉମର। ଏବେ ପ୍ରଶ୍ନ ଉଠୁଛି ଡାକ୍ତର ଉମର ଜୀବିତ ନା ମୃତ? ଯଦି ସେ ଜୀବିତ, ତେବେ ଏହା ଦିଲ୍ଲୀରେ ପ୍ରଥମ ଆତ୍ମଘାତୀ ଆକ୍ରମଣ ହେବ।
ଶବ ଚିହ୍ନଟ ଓ ଡିଏନଏ ପରୀକ୍ଷା ପାଇଁ ଜମ୍ମୁ କାଶ୍ମୀର ପୋଲିସ ଉମରର ପିତାମାତା ଏବଂ ଦୁଇ ଭାଇଙ୍କୁ ପୁଲୱାମାରେ ଅଟକ ରଖିଛି। ଏହି ସମୟରେ, ଫରିଦାବାଦରେ ୨୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଦୁଇଜଣ କାଶ୍ମୀର ଡାକ୍ତରଙ୍କୁ ଗିରଫ କରିବା ସହିତ, ଜମ୍ମୁ କାଶ୍ମୀର ପୋଲିସ ଏକ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାଶ କରିଛି।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣର ତଦନ୍ତ ଚାଲିଛି
ଆତଙ୍କବାଦୀ ସଂଗଠନ JeM ଏବଂ AGuH ସହିତ ଜଡିତ ଡାକ୍ତର
ଅନନ୍ତନଗର ବାସିନ୍ଦା ଡାକ୍ତର ଆଦିଲ ଅହମ୍ମଦ ଏବଂ ଫରିଦାବାଦର ବାସିନ୍ଦା ଡାକ୍ତର ମୁଜାମ୍ମିଲ ଅହମ୍ମଦ ଘନିଙ୍କୁ ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ଏବଂ ଅନସାର ଘଜୱାତ-ଉଲ-ହିନ୍ଦ (AGuH) ସହ ଜଡିତ ବୋଲି କୁହାଯାଉଛି। ଏହି ସମୟରେ, ଦୁଇ ଡାକ୍ତରଙ୍କ ଗିରଫଦାରୀ ପରେ ଡାକ୍ତର ଉମର ଖସି ପଳାଇଥିଲେ। ଆତଙ୍କବାଦ ଦୃଷ୍ଟିକୋଣକୁ ଧ୍ୟାନରେ ରଖି, ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ବିସ୍ଫୋରଣର ତଦନ୍ତ NIAକୁ ହସ୍ତାନ୍ତର କରିଛି।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଛି।
ଜମାତ-ଉଲ-ମୋମିନାତର କମାଣ୍ଡର ଡାକ୍ତର ଶାହିନ
ଏହି ମାମଲାରେ, ଲକ୍ଷ୍ନୌର ଜଣେ ମହିଳା ଡାକ୍ତର ଶାହିନ ଶାହିଦଙ୍କୁ ହରିୟାଣାର ଫରିଦାବାଦରେ ଗିରଫ କରାଯାଇଥିଲା। ତାଙ୍କ କାରରୁ ଏକ AK-47 ଜବତ କରାଯାଇଥିଲା। ସୂତ୍ର ଅନୁସାରେ ଡାକ୍ତର ଶାହିନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରଙ୍କ ଭଉଣୀ ସାଦିଆ ଆଝାରଙ୍କ ସହ ଜଡିତ ଥିଲେ। ସାଦିଆ ଭାରତରେ ଜୈଶ-ଏ-ମହମ୍ମଦର ମହିଳା ଶାଖା ଜମାତ-ଉଲ-ମୋମିନାତର କମାଣ୍ଡର ଭାବରେ ଶାହିନଙ୍କୁ ନିଯୁକ୍ତ କରିଥିବା ଅଭିଯୋଗ ହୋଇଛି। ଭାରତରେ ଏହି ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ ଯଥାସମ୍ଭବ ମହିଳାଙ୍କୁ ନିଯୁକ୍ତି ଦେବା ତାଙ୍କର ଦାୟିତ୍ୱ ଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୁରରେ ସାଦିଆଙ୍କ ସ୍ୱାମୀ ୟୁସୁଫ ଆଝାର ଏବଂ ପରିବାରର ଅନ୍ୟ ୧୦ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।
AlsoRead;https://purvapaksa.com/81-45-per-cent-voter-turnout-recorded/
81.45 percent voter turnout recorded ।। ନୂଆପଡ଼ା ଉପନିର୍ବାଚନ : ୮୧.୪୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି


