ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର କାଷ୍ଟକୁ ନେଇ ନୂଆ ଖବରମାନ ଏବେ ଆସୁଛି । ଏହି ପରିପ୍ରେକ୍ଷୀରେ ରାମାଣୟଣ ଫିଲ୍ମକୁ ନେଇ ଆଉ ଏକ ଅପଡେଟ୍ ଆସିଛି । ତାହା ହେଉଛି ଫିଲ୍ମରେ ସୂର୍ପଣଖା ଭୂମିକାରେ ରାକୁଲ ପ୍ରୀତ ସିଂହଙ୍କୁ କାଷ୍ଟ କରାଯାଇଛି । ସେହି ଭୂମିକା ଲାଗି ପ୍ରଥମେ କୁର୍ବା ସାଇତ ଏହି ଫିଲ୍ମରେ ସ୍କ୍ରିନ୍ ଟେଷ୍ଟ ଦେଇଥିଲେ । ହେଲେ କୌଣସି କାରଣବଶତଃ ତାଙ୍କୁ ରିଜେକ୍ଟ କରାଯାଇଥିଲା ଏବଂ ରାକୁଲଙ୍କୁ ଅଫର୍ ଦିଆଯାଇଥିଲା । ଏଥିଲାଗି ରାକୁଲ ମଧ୍ୟ ସ୍କ୍ରିନ୍ ଟେଷ୍ଟ ଦେଇଛନ୍ତି । ହେଲେ ଫିଲ୍ମ ସାଇନ କରିବେ କି ନାହିଁ, ଏପର୍ଯ୍ୟନ୍ତ ଏନେଇ ରାକୁଲଙ୍କ ପିଆରଙ୍କଠାରୁ କୌଣସି ଖବର ମିଳିନାହିଁ । ତେବେ ରାକୁଲ ଏବେ ନିଜ ନ୍ୟୁ ମ୍ୟାରେଜ ଲାଇଫରେ ବିଜି ରହିଛନ୍ତି । ସେ ନିଜ ଅଫିସଆଲ ବୟଫ୍ରେଣ୍ଡ ଆକ୍ଟର ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କୁ ମ୍ୟାରେଜ କରିଛନ୍ତି।

ଅନ୍ୟପକ୍ଷରେ ଫିଲ୍ମ ମେକର୍ସ ବିଜୟ ସେଥୁପତିଙ୍କୁ ରାବଣ ଭୂମିକା ଲାଗି ଭେଟିଥିଲେ । କିନ୍ତୁ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି ମନା କରିଦେଇଥିଲେ । କିନ୍ତୁ ନିକଟରେ ରାବଣଙ୍କ ଭୂମିକାରେ ଅଭିନୟ କରିବା ଲାଗି ‘କେଜିଏଫ୍’ ହିରୋ ୟଶଙ୍କ ଏଣ୍ଟ୍ରି ହୋଇଥିବା ଜଣାପଡ଼ିଛି । ସେହିପରି ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକାରେ ରଣବୀର କପୁର ଥିଲା ବେଳେ ମାତା ସୀତାଙ୍କ ଭୂମିକା ଲାଗି ସାଇ ପଲ୍ଲବୀଙ୍କୁ ମେକର୍ସ ଚୁଜ୍ କରିଥିଲେ । ହେଲେ ଟାଇମ୍ ଅଭାବ କାରଣରୁ ସେ ମନା କରିଦେବାକରୁ ଏହି ଅଫର୍ ଜାହ୍ନବୀ କପୁରଙ୍କୁ ଦିଆଯାଇଥିଲା । କିନ୍ତୁ ପୁଣି ମାତା ସିତାଙ୍କ ଭୂମିକା ସାଇଙ୍କୁ ଅଫର୍ ହୋଇଥିଲା।
ALSO READ https://purvapaksa.com/china-pakistan-and-bangladesh-come-together-south-asia-without-india/


