ଓଡ଼ିଆରେ ଗୋଟିଏ କଥା ଅଛି ଛେଳି କ’ଣ ନ ଖାଏ, ପାଗଳ କ’ଣ ନ କୁହେ। ସମାନ ଅବସ୍ଥା ଏବେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି। ଗତକାଲି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଓ ଫରିଦାବାଦରୁ ଜବତ ହୋଇଥିବା ରାସାୟନିକ ସାମଗ୍ରୀ ରାହୁଲଙ୍କ ଭାଷଣକୁ ଏବେ ସତ୍ୟରେ ପରିଣତ କରିଛି।
ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡି ମେଣ୍ଟର ଲୋକତନ୍ତ୍ର ବଞ୍ଚାଅ ରାଲି ଓ ପରେ ରାହୁଲ ଗାନ୍ଧି ଦେଇଥିବା ଧମକପୂର୍ଣ୍ଣ ଭାଷଣକୁ ଶୁଣନ୍ତୁ।….
ଦେଶ ବିରୋଧରେ କହିବାକୁ ବେଶ୍ ଗର୍ବ ଅନୁଭବ କରନ୍ତି ରାହୁଲ

ସେ ଦେଶରେ ନିଆଁ ଲାଗିଯିବ ବୋଲି ଦାୟିତ୍ୱହୀନ ଭାବରେ ଭାଷଣ ଦେବାବେଳେ ସଂକୋଚ ଅନୁଭବ କରୁନାହାନ୍ତି, ବରଂ ଉତ୍ଫୁଲିତ ଥିବା ତାଙ୍କ ଭାଷଣରୁ ଜଣାପଡୁଛି। ଗତ ୧୧ ବର୍ଷ ହେଲା ରାହୁଲ ଗାନ୍ଧି କ୍ଷମତା ପାଗଳ ହୋଇଯାଇଛନ୍ତି। କ୍ଷମତା ପାଇଁ ସେ ମୋଦୀଙ୍କୁ ବିରୋଧ କରିବା ନାମରେ ଦେଶକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ ଦେଶରେ ଦେଶ ବିରୋଧୀ କଥା କହିବା ସହିତ ବିଭିନ୍ନ ଦେଶକୁ ଯାଇ ଦେଶ ବିରୋଧରେ କହିବାକୁ ବେଶ୍ ଗର୍ବ ଅନୁଭବ କରନ୍ତି।
ବିଦେଶୀ ଷଡ଼ଯନ୍ତ୍ରକାରୀଙ୍କ ମୁଖପାତ୍ର ରାହୁଲ
![]()
ବିଗତ କିଛିବର୍ଷର ଘଟଣାବଳୀକୁ ଅନୁଧ୍ୟାନ କଲେ ଯାହା ଜଣାପଡ଼େ ତାହା ହେଲା ରାହୁଲ ଗାନ୍ଧୀ କ୍ଷମତା ପାଇବା ପାଇଁ ଦେଶ ବିରୋଧୀ ତତ୍ତ୍ୱକୁ ସମର୍ଥନ କରି ଆସୁଛନ୍ତି। ସେ ଜର୍ଜ ସୋରସ ହୁଅନ୍ତୁ କି ପାକିସ୍ତାନ କିମ୍ବା ବାଂଲାଦେଶୀ ଅନୁପ୍ରବେଶକାରୀ, ଏମାନେ ସମସ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅତି ପ୍ରିୟ। ପ୍ରତିବର୍ଷ ଥରେ କିମ୍ବା ଦୁଇଥର ସେ ବିଦେଶ ଯାଇ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ଶକ୍ତିମାନଙ୍କ ସହିତ ମିଶି ଭାରତ ବିରୋଧୀ ଯୋଜନା କରନ୍ତି ବୋଲି ଆଲୋଚନା ହୁଏ। ତେଣୁ ପ୍ରଶ୍ନ ଉଠୁଛି ବିରୋଧୀଦଳ ନେତା ରାହୁଲ ଗାନ୍ଧି ଦେଶର ନେତା ନା ବିଦେଶୀ ଷଡ଼ଯନ୍ତ୍ରକାରୀଙ୍କ ମୁଖପାତ୍ର।
ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ
ଅତୀତର ଘଟଣାକୁ ଦେଖିଲେ ସର୍ଜିକାଲ ଷ୍ଟ୍ରାଇକ ହେଉ କିମ୍ବା ସୀମାପାର ଆତଙ୍କବାଦୀ ଠିକଣା ଉପରେ ଯେତେବେଳେ ଭାରତ ପକ୍ଷରୁ ଷ୍ଟ୍ରାଇକ କରାଯାଏ ସେତେବେଳେ ରାହୁଲ ଗାନ୍ଧିଙ୍କ ସମେତ ଅନେକ ବେଲଜ୍ୟା ନେତା ଆମ ଦେଶର ସୈନିକମାନଙ୍କୁ ସମର୍ଥନ ନ କରି ସେମାନଙ୍କ ମନୋବଳକୁ ଭାଙ୍ଗିବା ପାଇଁ କାମ କରନ୍ତି। ଏସବୁ ପ୍ରମାଣ ମାଗିବା ସହିତ ଦେଶକୁ ଦୁର୍ବଳ କରନ୍ତି। ଏପରିକି ନିକଟରେ ଶେଷ ହୋଇଥିବା ଅପରେସନ ସିନ୍ଦୁରକୁ ଏଭଳି ନେତାମାନେ ବିରୋଧ କରି ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ ଦେଇଛନ୍ତି।
]
ଲୋକସଭାର ମୌସୁମୀ ଅଧିବେଶନ କାଳରେ ରାହୁଲ ଗାନ୍ଧି ତାଙ୍କ ୪୦ ମିନିଟର ଭାଷଣରେ ଅଭିଯୋଗ କରିଥିଲେ ଯେ ସରକାର ସେନାକୁ “ହାତ ପଛରେ ବାନ୍ଧି” ଛାଡ଼ି ଦେଇଛନ୍ତି – ସିନ୍ଦୂର ଅପରେସନ୍ କରିବାକୁ ଅନୁମତି ଦେବା ସହିତ, ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇ ନାହାଁନ୍ତି। ଭାରତ ତାର ଲଢ଼ୁଆ ବିମାନ ହରାଇଛି ବୋଲି ଦାବି କରିଥିଲେ।
ଗତକାଲିର ଘଟଣାକୁ ନିନ୍ଦା କରିବାକୁ ଡରୁଛନ୍ତି
दिल्ली के लाल किला मेट्रो स्टेशन के पास हुए कार विस्फोट की ख़बर बेहद दर्दनाक और चिंताजनक है। इस दुखद हादसे में कई निर्दोष लोगों की मृत्यु का समाचार अत्यंत दुखद है।
इस दुख की घड़ी में अपने प्रियजनों को खोने वाले शोक संतप्त परिवारों के साथ खड़ा हूं और उनको अपनी गहरी संवेदनाएं…
— Rahul Gandhi (@RahulGandhi) November 10, 2025
ଏବେ ଆସିବା ଗତକାଲିର ବିସ୍ଫୋରକ ରାସାୟନିକ ପଦାର୍ଥ ଜବତ ଘଟଣା ଓ ଲାଲ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାକୁ। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ସମବେଦନା ଦେବାକୁ ଯାଇ ରାହୁଲ ଗାନ୍ଧି ତାଙ୍କ ଏକ୍ସ ଏକାଉଣ୍ଟରେ ଏହାକୁ ଦୁଃଖଦ ଘଟଣା କହିଥିଲେ ମଧ୍ୟ ଏହାକୁ ନିନ୍ଦା କରିନାହାନ୍ତି। ଏପରିକି ବିସ୍ଫୋରକ ସାମଗ୍ରୀ ଜବତ ଘଟଣାରେ ମଧ୍ୟ ଟିପ୍ପଣୀ ଦେବାକୁ ଉଚିତ ମନେ କରିନାହାନ୍ତି।
Deeply shocked to hear about the tragic blast in New Delhi. My heart goes out to the families who have lost their loved ones and I pray for strength and a swift recovery for all those injured.
— Mamata Banerjee (@MamataOfficial) November 10, 2025
दिल्ली ब्लास्ट एक बेहद दुखद और गंभीर घटना है। इसकी हर पहलू से जाँच की जाए। इस ब्लास्ट से देश की राजधानी में जो भय व्याप्त हुआ है, उससे जनता को उबारने के लिए तुरंत सुरक्षा प्रबंध किये जाएं।
मृतकों के प्रति गहरी संवेदना। सभी घायलों का अच्छे से अच्छा इलाज सुनिश्चित किया जाए।
— Akhilesh Yadav (@yadavakhilesh) November 10, 2025
लाल किले के पास हुए धमाके की खबर बेहद चिंताजनक है। बताया जा रहा है कि इसमें कुछ लोगों की जान भी गई है, ये बेहद दुखद है।
पुलिस और सरकार को तुरंत इसकी जांच करनी चाहिए कि ये धमाका कैसे हुआ और क्या इसके पीछे कोई बड़ी साजिश तो नहीं है। दिल्ली की सुरक्षा को लेकर लापरवाही बर्दाश्त नहीं… https://t.co/LWFm0HoDKK
— Arvind Kejriwal (@ArvindKejriwal) November 10, 2025
କେବଳ ରାହୁଲ ଗାନ୍ଧି ନୁହଁନ୍ତି, ତୃଣମୂଳ କଂଗ୍ରାସ ନେତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଓ ଆପର ଅରବିନ୍ଦ କେଜ୍ରିୱାଲ ଏହି ଘଟଣା ଉପରେ ନିଜର ସମବେଦନା ପ୍ରକାଶ କରିଥିଲେ ମଧ୍ୟ ଏହାକୁ ନିନ୍ଦା କରିନାହାନ୍ତି। କାରଣ ଏହି ଘଟଣାରେ ଯେତେଜଣ ଗିରଫ ହୋଇଛନ୍ତି ସମସ୍ତେ ଗୋଟିଏ ସମ୍ପ୍ରଦାୟର ବା ଧର୍ମର ଲୋକ। ଏହି ଧର୍ମର ରାଜନୈତିକ ଠିକାଦାର ଏହି ନେତାମାନେ ସାଜିଥିବାରୁ ଏହାକୁ ସେମାନେ ନିନ୍ଦା କରିବାକୁ ପଛଘୁଞ୍ଚା ଦେଇଛନ୍ତି। ଅପରପକ୍ଷରେ ଏଆଇଏମଆଇଏମ ନେତା ଓସାଉଦ୍ଦିନ ୱେବେସି, ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି।
Very disturbed by the news of the #RedFort blast. I pray for the swift recovery of the injured and patience for those who lost their dear ones. I hope for a thorough and swift investigation. Those responsible for this condemnable act must receive the maximum punishment under the…
— Asaduddin Owaisi (@asadowaisi) November 10, 2025
ଏସଆଇଆରର ପ୍ରଭାବ ନୁହେଁ ତ?

ବର୍ତ୍ତମାନ ଦେଶରୁ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାର ଚାହୁଛନ୍ତି। ଏଥିପାଇଁ ଭୋଟର ତାଲିକା ସଂଶୋଧନ କରିବା ପାଇଁ ଏସଆଇଆର ଆରମ୍ଭ କରିଛନ୍ତି। ଏସଆଇଆର ଠିକଣା ଭାବରେ ଦେଶରେ ହେଲେ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ଦେଶରୁ ବିଦା ହେବେ। ଏହା ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାହୁଲ ଗାନ୍ଧି, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ହେବେ। ତେଣୁ ଏହି ନେତାମାନେ ଗତକାଲିର ବିସ୍ଫୋରକ ଜବତ ତଥା ଲାଲକିଲ୍ଲାରେ ବିସ୍ଫୋରଣ ଘଟଣାକୁ ନିନ୍ଦା କରିୂ ନାହାନ୍ତି।
ଗାଡ଼ିମାଲିକ ପୁଲୱାମାର
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ଆଇ-୧୦ ଗାଡ଼ିରେ ବିସ୍ଫୋରଣ କରାଯାଇଛି ସେ ଗାଡ଼ିର ମୂଳ ମାଲିକ ସଲମାନ ଓଖଲାରେ ନଦୀମକୁ ବିକ୍ରି କରିଥିଲା। ନଦୀମ ଫରିଦାବାଦର ସେହି ଅଞ୍ଚଳରେ ରହୁଥିଲା ଯେଉଁଠାରେ ବିସ୍ଫୋରକ ରାସାୟନିକ ପଦାର୍ଥ ଜବତ ହୋଇଛି। ନଦୀମ ମୂଳ ଘର କାଶ୍ମିରର ପୁଲୱାମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ନଦୀମ ପରେ ଏହି କାରର ମାଲିକ ଡା. ମହମ୍ମଦ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। କିନ୍ତୁ କାରର ପ୍ରକୃତ ମାଲିକାନା ଏବେବି ସଲମାନ ନାମରେ ରହିଛି। ତଦନ୍ତକାରୀ ଟିମ ଏବେ ପୁଲୱାମାରେ ତଦନ୍ତ କରୁଛି।
ବିହାର ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ବେଳେ ବିସ୍ଫୋରଣ
ସବୁଠାରୁ ବଡ଼ କଥା ହେଉଛି ଦିଲ୍ଲୀ ବିସ୍ଫୋରଣ ଏମିତି ସମୟରେ କରାଯାଇଛି ଯେତେବେଳେ ବିହାର ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ହେବାକୁ ଯାଉଛି। ଏହି ଘଟଣାରେ ମୋଦୀ ସରକାରକୁ ବଦନାମ କରିବା ଯୋଜନା ମଧ୍ୟ ଥାଇପାରେ। ଅପରପକ୍ଷରେ ଉତ୍ତରପ୍ରଦେଶର ବାଗେଶ୍ୱର ଧାମ ବାବା ପଦଯାତ୍ରା କରୁଥିବାରୁ ଏହି ସମୟରେ ବଡ଼ ଧରଣର ବିସ୍ଫୋରଣ କରିବାର ଯୋଜଚନା ଥିଲା ବୋଲି କୁହଯାଉଛି। କିନ୍ତୁ ତା ପୂର୍ବରୁ ବିସ୍ଫୋରକ ତିଆରି ରାସାୟନିକ ପଦାର୍ଥକୁ ପୁଲିସ ଜବତ କରି ଏହି ମାମଲାରେ ଜଡ଼ିତ ଥିବା ଲୋକମାନଙ୍କୁ ଗିରଫ କରାଯାଇଛି। ଏହି ଜବତ ଘଟଣା ଓ ଗିରଫଦାରୀ ପରେ ବିସ୍ଫୋରଣ ମାମଲା ସାମ୍ନାକୁ ଆସିଛି।
ପ୍ରକୃତ କ୍ଷତି ଦେଶର ଓ ଦେଶବାସୀଙ୍କର
ଏଭଳି ଘଟଣାରେ ଆମ ଦେଶର ମୁଖ୍ୟ ବିରୋଧୀଦଳର ନେତା ତଥା ଅନ୍ୟ ଦଳର ନେତାମାନଙ୍କର ଯଦି ଏଭଳି ମନୋଭାବ ରହେ ତେବେ ଦେଶରେ ପୁଣିଥରେ ନବେ ଦଶକ ଭଳି ଅଶାନ୍ତି ସୃଷ୍ଟି ହେବ। ଦିଲ୍ଲୀର ଡିଟିସି ବସରେ ଲେଖାଯାଇଥିବା ସତର୍କ ସୂଚନା ପୁଣିଥରେ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିବ। ଏହା ହେଲେ ଦେଶବାସୀ ମୋଦୀଙ୍କ ବିରୋଧରେ ଯାଇ କଂଗ୍ରେସକୁ ଭୋଟ୍ ଦେବେ ବୋଲି ଏହି ନେତାମାନେ ଚିନ୍ତା କରୁଥିବା ଆଲୋଚନା ହେଉଛି। ଯଦି ଏହା ହୁଏ ତେବେ ବିଜେପି ଓ ମୋଦୀଙ୍କର କିଛି କ୍ଷତି ହେବ ନାହିଁ, ବରଂ ପ୍ରକୃତ କ୍ଷତି ଦେଶର ଓ ଦେଶବାସୀଙ୍କର। ଏବେ ବିଚାର ଆପଣମାନଙ୍କର।

