ବିଜୁ ଜନତା ଦଳ ଶାସନ କ୍ଷମତାରେ ଥିବାବେଳ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ହୋଇଥିଲା। ଶାସନ କ୍ଷମତାରୁ ବିଦା ହେବା ପରେ ବି ମମିତା ମେହେର ହତ୍ୟାକାଣ୍ଡ ଭୟ ବିଜେଡିକୁ ଘାରିଛି। ତେଣୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଠନ ହୋଇଥିବା ତିନିଟି କମିଟିରେ କଳାହାଣ୍ଡି ଜିଲ୍ଲାର ଓଡ଼ିଶାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଆଯାଇନାହିଁ।
କାରଣ ମମିତା ମେହେର ହତ୍ୟାକଣ୍ଡର ସିବିଆଇ ତଦନ୍ତ କରିବା ପାଇଁ ମମିତା ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ତଥା ମୁଖ୍ୟ ଆସାମୀ କୁହାଯାଉଥିବା ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛନ୍ତି। ତେଣୁ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏହି ମାମଲାର ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଏହାପରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ତେଣୁ ଦିବ୍ୟଶଙ୍କର ମିଶ୍ର ନୂଆପଡ଼ାରେ ଦଳର ପ୍ରଚାର ଦାୟିତ୍ୱରେ ରହିଲେ ବିଜେଡି ଅଡ଼ୁଆରେ ପଡ଼ିବ। ତେଣୁ ଏହାକୁ ଆଶଙ୍କା ଦଳ ପକ୍ଷରୁ ତାଙ୍କୁ ନୂଆପଡ଼ା ନିର୍ବାଚନ ପ୍ରଚାରରୁ ଦୂରେଇ ରଖାଯାଇଛି।
ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ଦିନ ବିଜେଡି ତିନିଟି କମିଟି ଗଠନ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାରୀରିକ ଭାବରେ ପ୍ରଚାର କରିବାର ସମ୍ଭାବନା କମ୍ ଥିବାରୁ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ନିରଞ୍ଜନ ବିସି, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏବଂ ପୂର୍ବତନ ବିଧାୟକ ଆୟୁବ ଖାନଙ୍କୁ ନେଇ ଏକ ଛଅଜଣିଆ ପରିଚାଳନା କମିଟି ପ୍ରଚାର ଦାୟିତ୍ୱରେ ରହିବେ। ଏମାନେ ସମସ୍ତେ ପଶ୍ଚିମ ଓଡ଼ିଶାର ବିଜେଡିର ନେତା।
ନିର୍ବାଚନ ପରିଚାଳନା ପାଇଁ ଦୁଇଟି ପୌର ଜୋନ୍ ଏବଂ ଛଅଟି ଜିଲ୍ଲା ପରିଷଦ ଜୋନ୍କୁ ନେଇ ଏକ ଜୋନାଲ୍ କମିଟି ଗଠନ କରାଯାଇଛି। ଦଳୀୟ ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ସାରଦା ନାୟକ ନୂଆପଡା ଏନଏସି ଦାୟିତ୍ୱରେ ରହିବେ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଖରିଆର ଏନଏସି ଦାୟିତ୍ୱରେ ରହିବେ। ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ଯୋଗେଶ ସିଂହ ଏବଂ ମନୋହର ରନ୍ଧାରୀ ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ୱରେ ରହିବେ। ବିଜେଡି ଦଳର ନିର୍ବାଚନ ପ୍ରଚାରର ଦୈନନ୍ଦିନ ପରିଚାଳନା ଦାୟିତ୍ୱରେ ଅଧିରାଜ ପାଣିଗ୍ରାହୀଙ୍କ ସମେତ ଏକ ତିନି ସଦସ୍ୟ ବିଶିଷ୍ଟ ସ୍ଥାନୀୟ କମିଟି ମଧ୍ୟ ଗଠନ କରିଛି।
also read https://purvapaksa.com/pakistan-on-fire/
Pakistan on fire ।। ଭାରତ କୋଳରେ ଆଫଗାନିସ୍ତାନ,ପାକିସ୍ତାନକୁ ଲାଗିଲା ନିଆଁ
