Dhanashree-Chahal: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି ।
ଉଭୟଙ୍କ ଛାଡ଼ପତ୍ରକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଧନଶ୍ରୀ ଓ ଚହଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ଭଲ ନଥିଲା ବୋଲି କୁହାଯାଉଛି। ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି । ନିକଟରେ ଧନଶ୍ରୀ ଓ ଚହଲଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା । ଉଭୟଙ୍କ ଛାଡ଼ପତ୍ର ହେଉଛି ବୋଲି କୁହାଯାଉଛି। ଚହଲ କ୍ରିକେଟରୁ ବହୁତ ଟଙ୍କା ରୋଜଗାର କରନ୍ତି । ଏହା ସହିତ ବିଜ୍ଞାପନରୁ ମଧ୍ୟ ସେମାନେ ଟଙ୍କା ରୋଜଗାର କରିଥାନ୍ତି । ଧନଶ୍ରୀ ଜଣେ ପେସାଦାର ନୃତ୍ୟଶିଳ୍ପୀ । ସେ ଅନେକ ଟିଭି ସୋ’ରେ ନଜର ଆସିଛନ୍ତି । ଧନଶ୍ରୀ ମଧ୍ୟ ଭଲ ରୋଜଗାର କରନ୍ତି।

ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଧନଶ୍ରୀ ୟୁଜଭେନ୍ଦ୍ର ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୟୁଜବେନ୍ଦ୍ର ଧନଶ୍ରୀଙ୍କୁ ଟଙ୍କା ଦେଇନାହାଁନ୍ତି। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ସମସ୍ୟାର ସମାଧାନ ହୋଇପାରି ନାହିଁ। କିନ୍ତୁ ଏହି ଦାବିଗୁଡ଼ିକରେ କେତେ ସତ୍ୟତା ଅଛି? ତାହା ସାମ୍ନାକୁ ଆସିନାହିଁ । ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ସମ୍ପତ୍ତି ନିରନ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ, ୟୁଜଭେନ୍ଦ୍ର ଚହଲଙ୍କ ସମ୍ପତ୍ତି ପ୍ରାୟ ୪୫ କୋଟି ଟଙ୍କା। ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ୨୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାଣୀ। ତଥାପି, ଉଭୟଙ୍କ ମଧ୍ୟରେ ଫାଟ କାହିଁକି ସୃଷ୍ଟି ହେଲା ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ ପାଇନାହିଁ।
ଧନଶ୍ରୀ-ଚହଲଙ୍କ ସମ୍ପର୍କ କାହିଁକି ଚର୍ଚ୍ଚାକୁ ଆସିଲା?
ନିକଟରେ ୟୁଜବେନ୍ଦ୍ର ଚହଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରୁ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ଡିଲିଟ୍ କରିଛନ୍ତି । ଏଥିସହିତ ଦୁହେଁ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। କିନ୍ତୁ ଧନଶ୍ରୀ ପ୍ରୋଫାଇଲରୁ ଫଟୋ ଡିଲିଟ୍ କରିନାହାନ୍ତି। ଏହି କାରଣରୁ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।
ALSO READ: https://purvapaksa.com/pratik-utekar-on-affair-rumors-with-dhanashree/

