ରାଜ୍ୟ ର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଉଥିବା ରୋଗୀଙ୍କ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି କ୍ରୟ ପାଇଁ ଓଡ଼ିଶା ଔଷଧ ନିଗମ ଦ୍ଵାରା ହେଉଥିବା ଟେଣ୍ଡର ଚୟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଶା ନାଗରିକ ସଂଗଠନ ତରଫରୁ ଦାବି ହେଉଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ରେ ଥିବା ୮ ଟି ମେଡିକାଲ୍ କଲେଜ ଓ ହସ୍ପିଟାଲ ଯଥା; ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍ସାର, ବୁର୍ଲା, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ସମେତ ଶିଶୁ ଭବନ, କଟକ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର, ୩୦ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସରକାରୀ ଚିକିତ୍ସାଳୟକୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କୁ ସରକାର ମାଗଣା ଚିକିତ୍ସା ସୁବିଧା ଯୋଗାଇଥାନ୍ତି। କେବଳ ମାଗଣା ଚିକିତ୍ସା ନୁହେଁ ବରଂ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ସହ ସମସ୍ତ ପ୍ରକାର ଚିକିତ୍ସା ପାଇଁ ଆବଶ୍ୟକ ମେଡିକାଲ ଟେଷ୍ଟ ମଧ୍ୟ ସରକାରୀ ହସ୍ପିଟାଲରେ ମାଗଣା ରେ ହୁଏ। ଆଉ ଏଥିପାଇଁ ସରକାର ଆବଶ୍ୟକ ମେଡିକାଲ ଯନ୍ତ୍ରପାତି କ୍ରୟ କରନ୍ତି।
ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ଵାରା ସମସ୍ତ ଔଷଧ ଏବଂ ମେଡିକାଲ ଯନ୍ତ୍ରପାତି ପ୍ରତିବର୍ଷ କ୍ରୟ କରାହୁଏ। ମାତ୍ର ଦେଖାଯାଉଛି ଯେ, ରାଜ୍ୟ ଔଷଧ ନିଗମ ଔଷଧ, ମେଡିକାଲ ଯନ୍ତ୍ରପାତି କ୍ରୟ ପାଇଁ କରୁଥିବା ଟେଣ୍ଡର ଚୟନ ରେ ବ୍ୟାପକ ଅନିୟମିତତା ହେଉଛି, ଯାହାର ସ୍ପଷ୍ଟ ପ୍ରମାଣ ରକ୍ତ ପରୀକ୍ଷା ଯନ୍ତ୍ରପାତି କ୍ରୟ ଟେଣ୍ଡର ଚୟନ ରୁ ମିଳିଛି। ୨୦୨୧-୨୨ ମସିହା ରେ ରାଜ୍ୟର ୬ ଟି ମେଡିକାଲ୍ କଲେଜ ଓ ହସ୍ପିଟାଲର ରୋଗୀ ଚିକିତ୍ସା ପାଇଁ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ବ୍ଲଡ କଲଚର ମେସିନ କିଣିବା ସକାଶେ ରାଜ୍ୟ ଔଷଧ ନିଗମ ଏକ ଟେଣ୍ଡର ଆହ୍ବାନ କରିଥିଲା । ଏହି ଟେଣ୍ଡର ଖୋଲିବା ପରେ ସିଙ୍ଗଲ ବିଡ ହେବା ଯୋଗୁଁ ଔଷଧ ନିଗମ ଟେଣ୍ଡର କ୍ୟାନସେଲ କରିଥିଲା। ଏହା ପରେ ପୁନର୍ବାର ୨୦୨୨ମସିହା ରେ ଔଷଧ ନିଗମ ୮ ଟି ମେଡିକାଲ୍ କଲେଜ ଓ ହସପିଟାଲ ପାଇଁ ଏହି ରକ୍ତ ପରୀକ୍ଷା ମେସିନ ବା ବ୍ଲଡ କଲଚର ମେସିନ କିଣିବା ପାଇଁ ପୁଣି ଟେଣ୍ଡର କଲା, ମାତ୍ର ଏହାକୁ ମଧ୍ୟ ସିଙ୍ଗଲ ବିଡ ଦର୍ଶାଇ ବାତିଲ କଲା।
ପରବର୍ତ୍ତୀ ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେସିନ କିଣିବାକୁ ହୋଇଥିବା ଟେଣ୍ଡର ରେ ରାଜ୍ୟ ଔଷଧ ନିଗମ ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଡ୍ରାଫ୍ଟ ଟେଣ୍ଡର ନୋଟିସ ଜାରି କରି ପ୍ରି ବିଡ ମିଟିଂ ପରେ ବ୍ଲଡ କଲଚର ମେସିନ ର ଟେକ୍ନିକାଲ ସ୍ପେସିଫିକେସନ୍ ରେ ଏକ ନୂଆ ପଏଣ୍ଟ ସଂଯୁକ୍ତ କଲେ। ଯାହାଦ୍ବାରା ଏକ ନିର୍ଦ୍ଧିଷ୍ଟ କମ୍ପାନୀ କୁ ଛାଡି ଦେଲେ ପୂର୍ବରୁ ଏହି ଆଇଟମ ପାଇଁ ହୋଇଥିବା ଟେଣ୍ଡର ରେ ଭାଗ ନେଇଥିବା। ସଂସ୍ଥା ମାନେ ଭାଗ ନେବା ବାଟ ବନ୍ଦ ହୋଇଗଲା। ଏଠାରେ ଉଲ୍ଲେଖଯୋଗ୍ୟ କି ପ୍ରତ୍ୟେକ ଟେଣ୍ଡର ର ପ୍ରିବିଡ ଟେଣ୍ଡର ଡାକିବାର ମୂଳ ଉଦ୍ଦେଶ୍ୟ ଥାଏ ଯେ, ଯଦି ଟେଣ୍ଡର ର କୌଣସି କ୍ଲଅଜ ପାଇଁ କୌଣସି ସଂସ୍ଥା ଟେଣ୍ଡର ରେ ଭାଗ ନେବା ରେ ବାଧା ସୃଷ୍ଟି କରୁଛି ତେବେ ସେ କ୍ଲଅଜ କୁ ବାଦ ଦେବାକୁ ଆଲୋଚନା ହୁଏ। ତେବେ ମିଟିଂ ରେ ପୂର୍ବ ଟେଣ୍ଡର ରେ ଭାଗ ନେଇଥିବା ସଂସ୍ଥା ଏହି ନୂତନ ପଏଣ୍ଟ କୁ ବାଦ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଔଷଧ ନିଗମ ଏଥି ପ୍ରତି କର୍ଣ୍ଣ ପାତ ନ କରି ଏକ ନିର୍ଦ୍ଧିଷ୍ଟ ସଂସ୍ଥା ଠାରୁ ମେସିନ କିଣିବା କୁ ମସୁଧା କରି ଟେଣ୍ଡର ଡାକିଲେ। ତେବେ ଔଷଧ ନିଗମ ର ମନଇଚ୍ଛା ନୂଆ ପଏଣ୍ଟ ସଂଯୋଗ ଫଳରେ ନିର୍ଦ୍ଧିଷ୍ଟ ଗୋଟିଏ ସଂସ୍ଥା କୁ ବାଦ ଦେଲେ ଅନ୍ୟ କୌଣସି କମ୍ପାନୀ ଟେଣ୍ଡର ରେ ଭାଗ ନେଇ ପାରିଲେ ନାହିଁ। ଏହା ଫଳରେ ଟେଣ୍ଡର ଟି ପୁନର୍ବାର ସିଙ୍ଗଲ ବିଡ ହେଲା, ତେଣୁ ନିୟମ ଅନୁସାରେ ଏହାକୁ ବାତିଲ କରିବା କଥା। ଏପରିକି ପୂର୍ବ ଦୁଇ ବର୍ଷ ଟେଣ୍ଡର କୁ ବି ଏହି ସମାନ ନିୟମ ଆଧାର ରେ ବାତିଲ କରାଯାଇଥିଲା। ମାତ୍ର ଔଷଧ ନିଗମ ଟେଣ୍ଡର ବାତିଲ କରିବା ପରିବର୍ତ୍ତେ ଜରୁରୀକାଳୀନ ଭାବେ ବା ଅର୍ଜେଣ୍ଟ ରିକ୍ୱାରମେନ୍ଟ ଦର୍ଶାଇ ଓଡିଶା ଜେନେରାଲ ଫାଇନାନ୍ସସିଆଲ ରୁଲ ର ଏକ ନିର୍ଦ୍ଧିଷ୍ଟ ଧାରା କୁ ଆଧାର କରି ଟେଣ୍ଡର ଚୟନ କରି ମେସିନ କିଣିବା ପାଇଁ ନିଷ୍ପତି ନେଲେ।
ତେବେ ଔଷଧ ନିଗମ ର ଏହି ମନମ୍ମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ପୂର୍ବ ଟେଣ୍ଡର ରେ ସବୁ ଯୋଗ୍ୟତା ଥାଇ ମଧ୍ୟ ସିଙ୍ଗଲ ବିଡ ପାଇଁ ଟେଣ୍ଡର ରେ ଚୟନ ହୋଇନ ଥିବା ସଂସ୍ଥା ମାନ୍ୟବର ଓଡ଼ିଶା ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ କୋର୍ଟ ମଧ୍ୟ ଏହି କେଶ କୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ଔଷଧ ନିଗମ କୁ ନୋଟିସ ଜାରି କରିଛନ୍ତି। ଏହା ସତ୍ତ୍ୱେ ନିଗମ କର୍ତ୍ତୁପକ୍ଷ କୋର୍ଟ ନୋଟିସ ର ଜବାବ ନ ଦେଇ ତାଙ୍କ ପସନ୍ଦ ସଂସ୍ଥା ଠାରୁ ମେସିନ କିଣିବା ପାଇଁ ପରଚେଜ୍ ଅର୍ଡର ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ଔଷଧ ନିଗମ ଅଧିକାରୀ ମାନେ ମନମୁଖି ଏବଂ ଅନିୟମିତତା କରି ବେଆଇନ ଭାବେ କିଛି ସଂସ୍ଥା ଦ୍ୱାରା ଅନୁଗ୍ରୁହିତ ହୋଇ ଟେଣ୍ଡର ଚୟନ କରୁଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ଜରୁରୀ ଆବଶ୍ୟକତା ପାଇଁ ମେସିନ କିଣିବା ଦରକାର ଥିଲା ତେବେ ପୂର୍ବ ଦୁଇ ବର୍ଷ ଟେଣ୍ଡର କୁ କାହିଁକି ବାତିଲ କରାଗଲା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ରେ ଡକା ଯାଇଥିବା ଟେଣ୍ଡର ୨୦୨୫ ଅଗଷ୍ଟ ପର୍ଯ୍ୟନ୍ତ କାହିଁକି ଚୂଡାନ୍ତ ହୋଇନାହିଁ। ବିନା ପ୍ରତିଯୋଗିତା ରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ଠାରୁ କଣ ପାଇଁ ଅଧିକ ମୂଲ୍ୟ ଦେଇ ମେସିନ କିଣା ଯାଉଛି, ଏପରିକି କୋର୍ଟ ରେ ମାମଲା ବିଚାରଧୀନ ଥିବା ବେଳେ କୋର୍ଟ ନୋଟିସ ର ଉତ୍ତର ନ ଦେଇ ଔଷଧ ନିଗମ କିପରି ମେସିନ କୁଣୁଛି, ଏସବୁର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଦର୍ଶାଇ ଓଡିଶା ନାଗରିକ ସଂଗଠନ ତରଫରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ସଚିବ ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ। ଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଦିଆଯାଇଛି ବୋଲି ସଂଗଠନ ସଭାପତି ରୋହନ ମହାନ୍ତି ଓ ସଂଯୋଜକ ସଚ୍ଚିକାନ୍ତ ପ୍ରଧାନ ସାମ୍ବାଦିକ ସମ୍ବିଳନୀ ରେ ପ୍ରକାଶ କରିଛନ୍ତି।
Also Readhttps://purvapaksa.com/why-cobra-feared-mongoose/
Why cobra feared mongoose ? ।। ନେଉଳକୁ ଦେଖି ନାଗ ସାପ ବି କାହିଁକି ଭୟଭୀତ ହୁଏ ?
