Delhi Assembly: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୨୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପରବେଶ ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ଆପ୍ର ପ୍ରମୁଖ ନେତାଙ୍କ ବିରୋଧରେ ବିଜେପି ନିଜର ପ୍ରମୁଖ ଚେହେରାଙ୍କୁ ପ୍ରାର୍ଥୀ କରିଛି।
- ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି।
- କେଜ୍ରିୱାଲଙ୍କ ବିପକ୍ଷରେ ପରବେଶ ବର୍ମାଙ୍କୁ ପ୍ରାର୍ଥୀ କଲା ବିଜେପି।
- ପୂର୍ବତନ ସାଂସଦ ରମେଶ ବିଧୁରୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ ଲଢ଼ିବେ।
ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ବିଜେପି ପୂର୍ବତନ ସାଂସଦ ପରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଆପ୍ରୁ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ କୈଳାସ ଗେହଲୋଟଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିଛି।
ଆପ୍ ଆଗରେ ବିଜେପି ତା’ର ପ୍ରମୁଖ ଚେହେରାଙ୍କୁ ପ୍ରାର୍ଥୀ କରିଛି
ପ୍ରଥମ ତାଲିକାରେ ବିଜେପି ଆମ୍ ଆଦମୀ ପାର୍ଟିର ବଡ଼ ବଡ଼ ନେତାଙ୍କ ବିପକ୍ଷରେ ଅନେକ ପ୍ରମୁଖ ଚେହେରାଙ୍କୁ ପ୍ରାର୍ଥୀ କରିଛି। ନୂଆଦିଲ୍ଲୀ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଦଳ ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ କାଲକାଜୀ ଆସନରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଛି। ଏହାବ୍ୟତୀତ ରବୀନ୍ଦ୍ର ସିଂହ ନେଗିଙ୍କୁ ପଟପଡ଼ଗଞ୍ଜ ଆସନରୁ ପୁଣିଥରେ ପ୍ରାର୍ଥୀ କରାଯାଇଛି।
ବିଧାନସଭା ଆସନ | ପ୍ରାର୍ଥୀ |
ଆଦର୍ଶ ନଗର | ରାଜ କୁମାର ଭାଟିଆ |
ବାଦଲି | ଦୀପକ ଚୌଧୁରୀ |
ରିଥାଲା | କୁଲୱନ୍ତ ରଣା |
ନାଙ୍ଗଲୋଇ ଜାଟ୍ | ମନୋଜ ଶୋକିନ୍ |
ମଙ୍ଗୋଲପୁରୀ | ରାଜ କୁମାର ଚୌହାନ |
ରୋହିଣୀ | ବିଜେନ୍ଦର ଗୁପ୍ତା |
ଶାଲିମାର ବାଗ | ରେଖା ଗୁପ୍ତା |
ମଡେଲ ଟାଉନ | ଅଶୋକ ଗୋଏଲ |
କରୋଲବାଗ | ଦୁଷ୍ମନ୍ତ କୁମାର ଗୌତମ |
ପଟେଲ ନଗର | ରାଜ କୁମାର ଆନନ୍ଦ |
ରାଜୌରୀ ଗାର୍ଡେନ | ସର୍ଦ୍ଦାର ମନଜିନ୍ଦର ସିଂ ସିରସା |
ଜନକପୁରି | ଆଶିଷ ସୁଦ୍ |
ବିଜୱାସନ | କୈଳାସ ଗେହଲଟ |
ନୂଆଦିଲ୍ଲୀ | ପ୍ରବେଶ ସାହିବ ସିଂ ବର୍ମା |
ଜଙ୍ଗପୁରା | ସର୍ଦ୍ଦାର ତରବିନ୍ଦର ସିଂହ ମାରୱାହ |
ମାଲବ୍ୟ ନଗର | ସତୀଶ ଉପାଧ୍ୟାୟ |
ଆର.କେ.ପୁରମ୍ | ଅନିଲ ଶର୍ମା |
ମେହେରୋଲି | ଗଜେନ୍ଦ୍ର ଯାଦବ |
ଛତ୍ରପୁର | କରତାର ସିଂ ତନୱର |
ଆମ୍ବେଦକର ନଗର | ଖୁସିରାମ ଚୁନାର |
କାଲକାଜୀ | ରମେଶ ବିଧୁରୀ |
ବଦରପୁର | ନାରାୟଣ ଦତ୍ତଶର୍ମା |
ପାଟପରଗଞ୍ଜ | ରବୀନ୍ଦ୍ର ସିଂ ନେଗି |
ବିଶ୍ୱାସ ନଗର | ଓମ୍ ପ୍ରକାଶ ଶର୍ମା |
କ୍ରିଷ୍ଣା ନଗର | ଡ. ଅନିଲ ଗୋୟଲ |
ଗାନ୍ଧୀ ନଗର | ସର୍ଦ୍ଦାର ଅରବିନ୍ଦର ସିଂ ଲଭଲି |
ସୀମାପୁରୀ | କୁମାରୀ ରିଙ୍କୁ |
ରୋହତାସ ନଗର | ଜିତେନ୍ଦ୍ର ମହାଜନ |
ଘୋଣ୍ଡା | ଅଜୟ ମହାୱାର |
ସମବାୟ ବ୍ୟାଙ୍କରେ ୩୮କୋଟିର ଅନିୟମିତତା, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ
