NewsNews In Santali : ସାନ୍ତାଳୀ ଭାଷାରେ ଖବର ଆରମ୍ଭ ହୋଇଥିବା ଜାଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଦୋରୋଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।
ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ ବୁଧବାର ସାନ୍ତାଳୀ ଖବର ପ୍ରସାରଣ ଆରମ୍ଭ କରିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ଏହା ପ୍ରସାରିତ ହୋଇଥିଲା।
ସାନ୍ତାଳୀ ଭାଷାରେ ଖବର ଆରମ୍ଭ ହୋଇଥିବା ଜାଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଦୋରୋଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।
ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଉତ୍ସବରେ ଓଡ଼ିଶାର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଛନ୍ତି ଯେ ଦୂରଦର୍ଶନରେ ସାନ୍ତାଳୀ ଖବର ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦର ବିଷୟ।
ସମସ୍ତ ଭାଷା ମହାନ ବୋଲି କହି ଶ୍ରୀ ମିଶ୍ର କହିଛନ୍ତି ଯେ ସାନ୍ତାଲି ଖବର ସାନ୍ତାଳୀ ସମ୍ପ୍ରଦାୟର ସ୍ୱପ୍ନ ଓ ଆକାଂକ୍ଷାର ପ୍ରତୀକ। ଦୂରଦର୍ଶନ, ଭୁବନେଶ୍ଵର ଦ୍ୱାରା ପ୍ରସାରିତ ଖବର ସାନ୍ତାଳୀ ସମ୍ପ୍ରଦାୟକୁ ନିଜ ଭାଷାରେ ଖବର ଜାଣିବା ପାଇଁ ବହୁତ ସହାୟକ ହେବ ।
ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ତଥା ଉପମହାନିର୍ଦ୍ଦେଶକ (ବୈଷୟିକ) ନରସିଂହ ଜେଠୀ କହିଛନ୍ତି, ଡିଡି ଓଡ଼ିଆ ଚ୍ୟାନେଲ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ କରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
Also readhttps://purvapaksa.com/odisha-swc-approves-renewable-energy-projects-worth-rs-1386-cr/
