Poison Grass: ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳେ । ଗଛ ଏବଂ ଉଦ୍ଭିଦ ସହିତ ଅନେକ ପ୍ରଜାତିର ଘାସ ମଧ୍ୟ ଦେଖାଯାଏ ।
ଏହି ଘାସ ମଧ୍ୟରୁ କେତେକ ଘାସ ମଣିଷ ପାଇଁ ଲାଭଦାୟକ ଏବଂ କେତେକ ଘାସ ଅତ୍ୟନ୍ତ କ୍ଷତିକାରକ । ଆଜି ଆମେ ଆପଣଙ୍କୁ ଏକ ଘାସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଛୁଇଁବା ଦ୍ୱାରା ଜଣେ ବ୍ୟକ୍ତି ଆଲର୍ଜି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଏହା ମଣିଷ ତଥା ପଶୁମାନଙ୍କ ପାଇଁ ବିପଜ୍ଜନକ ଅଟେ ।
ବଣୁଆ ଘାସ
ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଘର ଚାରିପାଖରେ ଘାସ ବଢ଼ିବା ଏକ ସାଧାରଣ କଥା । ଘର ସମେତ ଯେକୌଣସି ଖାଲି ସ୍ଥାନରେ ବନ୍ୟ ଘାସ ବଢ଼ିଥାନ୍ତି । ଯଦି ଆପଣ ମଧ୍ୟ ଏହି ଘାସକୁ କୌଣସି ସ୍ଥାନରେ ଦେଖନ୍ତି, ତେବେ ଆପଣ ଏଥିପ୍ରତି ଯତ୍ନବାନ ହେବା ଉଚିତ ।
ଏହି ଘାସ ଖୁବ ଶୀଘ୍ର ବଢ଼ିଥାଏ । ଏହାକୁ ଦେଖିବା ପରେ ଯଥା ଶୀଘ୍ର ଏହାକୁ କାଟି ଦିଅନ୍ତୁ ବା ଓପାଡି ଦିଅନ୍ତୁ । ଏହା ଆମ ଶରୀର ସଂସ୍ପର୍ଶରେ ଆସିବା ମାତ୍ରେ ହିଁ ଆମ ଶରୀର କୁଣ୍ଡେଇ ହେବାରେ ଲାଗିଥାଏ । ଯାହା ପରେ ଆଲର୍ଜିର ରୂପ ନେଇଥାଏ।
ଗାଜର ଘାସ
ଆଉ ଏକ ଘାସର ନାମ ହେଉଛି ଗାଜର ଘାସ । ଏହି ଘାସ କେବଳ ଚାଷୀଙ୍କ ଫସଲକୁ ନଷ୍ଟ କରେ ନାହିଁ ବରଂ ଏହା ମଣିଷ ପାଇଁ ମଧ୍ୟ ବିପଜ୍ଜନକ ଅଟେ । ଏହାର ନାମ ହେଉଛି ‘ଗାଜର ଘାସ’ (ପାର୍ଟେନିୟମ୍ ହିଷ୍ଟେରଫୋରସ୍) । ଏହି ଗାଜର ଘାସ ପ୍ରାୟତଃ ଖାଲି ପ୍ଲଟ୍, ରାସ୍ତା କଡ଼ ଏବଂ ରେଳ ଲାଇନରେ ଦେଖାଯାଏ ।
ଏଗୁଡ଼ିକ ଯେକୌଣସି ସ୍ଥାନରେ ଉଠି ଶୀଘ୍ର ବିସ୍ତାର ହୁଏ । ଏଗୁଡ଼ିକ ପ୍ରାୟତଃ ଗାଜର ପତ୍ର ଭଳି ଦେଖା ଯାଇଥାନ୍ତି । ସେଥିପାଇଁ ଏହାକୁ ଗାଜର ଘାସ ବୋଲି କୁହାଯାଏ।
ଶରୀର ପାଇଁ କ୍ଷତିକାରକ
କୃଷି ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଘାସ ଏତେ ବିପଜ୍ଜନକ ଯେ ଯଦି କେହି ଏହାର ସଂସ୍ପର୍ଶରେ ଆସନ୍ତି, ତେବେ ସେ ଆଲର୍ଜି ଏବଂ ଏକଜେମା ତଥା ଚର୍ମ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇପାରନ୍ତି। ଏହାସହ ଅଧିକ ସମୟ ସଂସ୍ପର୍ଶରେ ରହିବା ମଧ୍ୟ ଆଜମା ଭଳି ଗମ୍ଭୀର ରୋଗର କାରଣ ହୋଇପାରେ ।
ଗାଜର ଘାସ ଏକ ବିପଦପୂର୍ଣ୍ଣ ତୃଣ, ଯାହା କେବଳ ଚାଷୀଙ୍କ ଫସଲକୁ ନଷ୍ଟ କରିଦିଏ, ବରଂ ମାନବ ଜୀବନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ପଶୁମାନେ ମଧ୍ୟ ଏହାକୁ ଖାଆନ୍ତି ନାହିଁ ।
ଗାଜର ଘାସ ବିପଜ୍ଜନକ
ଗାଜର ଘାସ ସାଧାରଣତ କଂଗ୍ରେସ ଘାସ ଏବଂ ବୈଜ୍ଞାନିକ ଭାଷାରେ ପାର୍ଟେନିୟମ୍ ହିଷ୍ଟେରଫୋରସ୍ ଭାବରେ ଜଣାଶୁଣା । ବୈଜ୍ଞାନିକଙ୍କ ଅନୁଯାୟୀ ଗାଜର ଘାସ ଉଦ୍ଭିଦରେ ପାର୍ଟେନିନ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯେଉଁ କାରଣରୁ ଯଦି କେହି ଏହାକୁ ସ୍ପର୍ଶ କରନ୍ତି, ଅର୍ଥାତ୍ ଯଦି ଏହି ଘାସ ତାଙ୍କ ଶରୀର ସହିତ ସଂସ୍ପର୍ଶରେ ଆସେ, ତେବେ ଏହା ମଣିଷ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।
ଏହି କାରଣରୁ, ଆଲର୍ଜି ଏବଂ କୁଣ୍ଡେଇ ହେବା, ଆଖି ଜଳିବା, ଶରୀରରେ କଳା ଦାଗ ଏବଂ ଫୁଲା, ଜ୍ୱର, ଆଜମା, ଥଣ୍ଡା, ଚର୍ମ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଇତ୍ୟାଦି ଅନେକ ରୋଗ ହେବାର ସମ୍ଭାବନା ବଢ଼ିଥାଏ ।
ALSO READ: https://purvapaksa.com/health-tips/
ଆପଣଙ୍କ ଜୋତା ଆପଣଙ୍କୁ ଅସୁସ୍ଥ କରୁନି ତ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ