Rashifala: ଆଜି ୨୮ ମାର୍ଚ୍ଚ । ଆଜିର ଦିନରେ ଏହି ରାଶିମାନଙ୍କର ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କାମ କରୁଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ । ଜାଣନ୍ତୁ ଆପଣଙ୍କ ରାଶିଫଳ ।
ମେଷ : ଆଜିର ଦିନ ଆପଣଙ୍କ ପାଇଁ ନୂତନ ପ୍ରୟାସର ଦିନ । ଆପଣ ଆଜିଠାରୁ ଆପଣଙ୍କର ଦିନଚର୍ୟାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିପାରିବେ। ଯାହା ଚାକିରି କ୍ଷେତ୍ରରେ ସକାରାତ୍ମକ ଫଳ ଦେବ। ଚାକିରୀକର୍ତ୍ତାମାନେ ପ୍ରମୋଶନ କିମ୍ବା ପ୍ରଶଂସା ପାଇବେ । ବ୍ୟବସାୟୀଙ୍କୁ ନିବେଶରେ ଲାଭ ମିଳିବ। ସ୍ୱାସ୍ଥ୍ୟ ନେଇ ସତର୍କ ଥାଆନ୍ତୁ ଏବଂ ଖାଦ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦିଅନ୍ତୁ । ପ୍ରେମ ସମ୍ବନ୍ଧରେ ମଧୁରତା ରହିବ।
ବୃଷ : ଆପଣଙ୍କ ପାଇଁ ଆଜିର ଦିନ ସହଯୋଗର ଦିନ ହେବ । କାର୍ଯ୍ୟସ୍ଥଳରେ ଆପଣଙ୍କ ସହକାରୀ ଆପଣଙ୍କର ପ୍ରୟାସର ସମ୍ମାନ କରିବେ। ଯଦି ଆପଣ ସହଯୋଗରେ କାମ କରନ୍ତି, ତେବେ ଏହି ଦିନ ଲାଭକାରୀ ରହିବ। ଅର୍ଥିକ ଭାବେ ଦିନ ଭଲ ହେବ, ନିବେଶରେ ସଫଳତା ମିଳିବ। ପରିବାରିକ ଜୀବନ ଭଲ ରହିବ। ବିବାହିକ ଜୀବନରେ ପ୍ରେମ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।
ମିଥୁନ : ଆଜିର ଦିନ ରୋମାଞ୍ଚ ଓ ନୂତନ ଯୋଜନାଭରା ରହିବ । ଆପଣ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଇପାରିବେ । ଯାତ୍ରାର ଯୋଗ ତିଆରି ହେଉଛି, ଯାହା ମାନସିକ ଶାନ୍ତି ଦେବ । ଛାତ୍ରମାନଙ୍କ ପାଇଁ ଦିନ ଶୁଭ ରହିଛି, ପାଠପଢ଼ାରେ ସଫଳତା ମିଳିବ । ପରିବାରରେ କିଛି ଶୁଭ ସମ୍ବାଦ ଆସିପାରେ ।
କର୍କଟ : ଅତିତକୁ ପଛରେ ପକାଇ ଆଗକୁ ବଢ଼ିବାର ସମୟ। ପୁରଣା ଅନୁଭବରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢନ୍ତୁ । କାର୍ଯ୍ୟ କ୍ଷେତ୍ରରେ ବଦଳ ହେବାର ସମ୍ଭାବନା ଅଛି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆର୍ଥିକ ଦୃଷ୍ଟିରୁ ଦିନ ଭଲ ରହିବ, ଅଟକି ରହିଥିବା ଧନ ପ୍ରାପ୍ତ ହେବ । ପରିବାର ସହିତ ସମୟ ବିତାଇବା ମନକୁ ଶାନ୍ତି ଦେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ, ସେଥିପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।
ସିଂହ : ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବେ । ଆଜି ଯୁକ୍ତିତର୍କ ନକରିବା ଭଲ । ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ନିଜର ଜ୍ଞାନକୁ ବ୍ୟବହାର କରିବେ । ପିଲାମାନଙ୍କ ସହିତ ଜଡିତ କିଛି କଥାରେ ସଫଳତା ଆଣିବ ।
କନ୍ୟା : ବ୍ୟବସାୟରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ମଉକା ପାଇବେ। ବାଦବିବାଦ ଠାରୁ ଦୂରେଇ ରହନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ।
ତୁଳା : ଦୁରସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚ ଭାର ଅଧିକ ହୋଇପାରେ। କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ । ବନ୍ଧୁଙ୍କୁ କେନ୍ଦ୍ରକରି ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ । ଆପଣ ଆଜି ଦିନଟି ମଧ୍ୟ ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ ।
ବିଛା : କ୍ୟାରିୟର ସମସ୍ୟା ସମାଧାନର ବାଟ ମିଳିବ । ଜମିଜମା, କଳ କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ୍ ହେବେ। ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ଧନୁ : କ୍ୟାରିୟର୍ ସମ୍ବନ୍ଧରେ କ୍ଷମତାଠାରୁ ଅଧିକ ଦାୟିତ୍ବ ବହନ କରିବେ। ଅନ୍ଲାଇନ୍ ବ୍ୟବସାୟୀମାନେ ବଡ଼ ଅର୍ଡ଼ର ପାଇବେ। ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କ ସଂପୁର୍ଣ୍ଣ ନିୟନ୍ତ୍ରଣରେ ରହିବ ।
ମକର : ସନ୍ତାନ ମାନଙ୍କର ସଫଳତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ଶାଖା ଖୋଲିବା ପାଇଁ ଚେଷ୍ଟା କରିବେ । କର୍ମଚାରୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ । ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଧନ ପ୍ରାପ୍ତ ହୋଇପାରେ ।
କୁମ୍ଭ : ଅଫିସ୍ରେ କାମ ବୋଝ ଅଧିକ ହେବ ଓ ତାକୁ ସୁଚାରୁରୂପେ ତୁଲାଇ ପାରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ମନ ସ୍ଥିର ଓ ଶାନ୍ତ ରହିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ।
ALSO READ: https://purvapaksa.com/am-navami-2025-date-special-significanceAs
ଚଳିତ ବର୍ଷ କେବେ ପାଳନ କରାଯିବ ରାମ ନବମୀ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ