କଟକ ଜିଲ୍ଲା କୋର୍ଟ ପରିସରରେ ପୁଣି ଏକ ବୋମା ଥିବା ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ଜର୍ଜ କୋର୍ଟକୁ ଆସିଥିବା ଏକ ସନ୍ଦେହଜନକ ଇ-ମେଲ୍ ପରେ ସମଗ୍ର କୋର୍ଟ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ମେଲ୍ରେ କୋର୍ଟ ପରିସର ମଧ୍ୟରେ ବୋମା ଥିବା ନେଇ ସୂଚନା ଦିଆଯାଇଥିବାରୁ ପ୍ରଶାସନ ତୁରନ୍ତ ସତର୍କ ହୋଇଯାଇଛି।

ଘଟଣା ସମ୍ପର୍କରେ ସୂଚନା ମିଳିବା ସହିତ ସହିତ କଟକ ଜିଲ୍ଲା କୋର୍ଟ ପରିସରରେ କଡା ପୋଲିସ ବ୍ୟବସ୍ଥା ଜାରି କରାଯାଇଛି । କୋର୍ଟ ଭିତରକୁ ପ୍ରବେଶ କରିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହୋଇଥିବାବେଳେ ସାଧାରଣ ଲୋକ ଓ ଆଇନଜୀବୀଙ୍କ ପ୍ରବେଶ ଉପରେ ନଜର ରଖାଯାଇଛି । କୋର୍ଟ ପରିସରକୁ ସାମୟିକ ଭାବେ ସୁରକ୍ଷିତ ରଖିବା ପାଇଁ କିଛି ସମୟ ପାଇଁ କାର୍ଯ୍ୟବାହୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରେ ବମ୍ ସ୍କ୍ୱାଡ୍ କୁ ଡାକାଯାଇ କୋର୍ଟ ପରିସରର ତଲାଶୀ ଆରମ୍ଭ କରାଯାଇଛି । ତେବେ ଶେଷ ସୂଚନା ମିଳିବା ପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା କହିଛି ପୋଲିସ । ପୋଲିସ ସୂତ୍ରରୁ ପ୍ରକାଶ, ଯେ ଇ-ମେଲ୍ କେଉଁଠୁ ପଠାଯାଇଛି ଏବଂ କିଏ ପଠାଇଛି ? ସେନେଇ ସାଇବର୍ ଟିମ୍ ତଦନ୍ତ ଆରମ୍ଭ କରିଛି । ମେଲ୍ର IP ଆଡ୍ରେସ୍ ଟ୍ରାକ୍ କରାଯାଉଥିବା ବେଳେ, ଏହା ପଛରେ କୌଣସି ଦୁଷ୍ଟ ଚକ୍ରାନ୍ତ ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଓଡ଼ିଶା ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିଲା। ସେହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଥିଲେ ମଧ୍ୟ, ପୁଣି ଏପରି ଧମକ ଆସିବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।ଏଭଳି ଘଟଣା ଦ୍ୱାରା କୋର୍ଟ ପରିସରରେ ଥିବା ଆଇନଜୀବୀ, କର୍ମଚାରୀ ଓ ମାମଲାକାରୀଙ୍କ ମଧ୍ୟରେ ଭୟ ଓ ଅସ୍ୱସ୍ଥତା ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ସମସ୍ତଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରାଯାଇଥିବାବେଳେ, ସୁରକ୍ଷାରେ କୌଣସି ଅବହେଳା ହେବ ନାହିଁ ବୋଲି ଆଶ୍ୱାସନ ଦିଆଯାଇଛି।
also read https://purvapaksa.com/haroscope-16/
Haroscope ।। ଗୋଟିଏ ଭୁଲରେ ହାତଛଡ଼ା ହେବ ଟଙ୍କା ସୁଯୋଗ ! ଜାଣନ୍ତୁ ଏହି ରାଶିମାନଙ୍କ ନକ୍ଷେତ୍ରମାନେ କ’ଣ କହୁଛି?


