ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗତ ରବିବାର (୯ ଫେବୃଆରୀ) କଟକର ବାରବାଟି ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ର ଦ୍ୱିତୀୟ ଇନିଂସରେ, ଅର୍ଥାତ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ସମୟରେ, ଷ୍ଟାଡିୟମର ଫ୍ଲଡ୍ଲାଇଟଗୁଡ଼ିକ ଲିଭିଯାଇଥିଲା। ହଠାତ୍ ଲାଇଟ୍ ବନ୍ଦ ହୋଇଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣା ପରେ, ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକ ବିସିସିଆଇକୁ ଟାହିଟାପରା କରିଛନ୍ତି। କେବଳ ଦେଶ ଭିତରେ ନୁହେଁ ଦେଶ ବାହାରୁ ମଧ୍ୟ ବିସିସିଆଇକୁ କଟାକ୍ଷ ଶୁଣିବାକୁ ମିଳୁଛି।
ବିସିସିଆଇକୁ ଟ୍ରୋଲ କରିବାକୁ ପାକିସ୍ତାନୀଙ୍କୁ ମିଳିଲା ମୌକା
ପଡ଼ୋଶୀ ଦେଶ ପାକିସ୍ତାନର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଫ୍ଲଡ୍ ଲାଇଟ୍ ଫେଲ୍ୟୁରକୁ ନେଇ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଶନିବାର (୮ ଫେବୃଆରୀ) ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ତ୍ରି-ସିରିଜ ଅନ୍ତର୍ଗତ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ, ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଏକ କ୍ୟାଚ୍ ନେବାକୁ ଚେଷ୍ଟା କରିବା ସମୟରେ ମୁଣ୍ଡରେ ଗଭୀର ଆଘାତ ପାଇଥିଲେ। କାରଣ ସେତେବେଳେ ଷ୍ଟାଡ଼ିୟମରେ ଫ୍ଲଡ୍ ଲାଇଟ୍ ମାଲଫଙ୍କସନ୍ କରିଥିଲା।
ରାଚିନଙ୍କ ଆଘାତ ପରେ, ସୋସିଆଲ ମିଡିଆରେ ପ୍ରଶଂସକମାନେ ଗଦ୍ଦାଫି ଷ୍ଟାଡିୟମର ଖରାପ ଆଲୋକୀକରଣକୁ ଟାର୍ଗେଟ କରିଥିଲେ। ଏବେ, ପାକିସ୍ତାନୀ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଭାରତର ବାରବାଟି ଷ୍ଟାଡିୟମରେ ତ୍ରୁଟିପୂର୍ଣ୍ଣ ଫ୍ଲଡଲାଇଟକୁ ଟାର୍ଗେଟ କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଏହା ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଏହା ବିସିସିଆଇ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି। ଗତକାଲି ସେମାନେ ଗଦ୍ଦାଫିଙ୍କ ଫ୍ଲଡଲାଇଟ୍କୁ ସମାଲୋଚନା କରୁଥିଲେ ଏବଂ ଆଜି ସେଠାରେ ଫ୍ଲଡଲାଇଟ୍ଗୁଡ଼ିକ ଲିଭିଯାଇଛି। ଅନେକ ବ୍ୟବହାରକାରୀ ସମାନ ପ୍ରତିକ୍ରିୟା ଦେଇଛନ୍ତି।
ଇଏତ ଗଲା ପାକିସ୍ତାନୀଙ୍କ କଥା,ଦେଶ ଭିତରେ ଜଣେ ୟୁଜର ଟ୍ୱିଟ୍ କରି ବିସିସିଆଇକୁ ଭର୍ତ୍ସନା କରିବା ସହିତ କଟକ ଭଳି ‘ଛୋଟ’ ସହରଙ୍କୁ ‘ବଡ଼’ ମ୍ୟାଚ୍ ଆୟୋଜନା କରିବାକୁ ବିସିସିଆଇ କାହିଁକି ସୁଯୋଗ ଦେଉଛି ବୋଲି ପଚାରିଛନ୍ତି ।
ଆଉଜଣ ଭାରତୀୟ କଟକକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ତଳେ ଥିବା ଲିଙ୍କରେ କ୍ଲିକ୍ କରି ପ୍ରତିକ୍ରିୟା ଦେଖନ୍ତୁ…
ଅନ୍ୟପକ୍ଷରେ ସୋମବାର ଦିନ ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ବାରବାଟିରେ ଘଟିଥିବା ବିଭ୍ରାଟ ପାଇଁ କେଉଁମାନେ ଦାୟୀ ,କ’ଣ ପାଇଁ ଏମିତି ଘଟିଲା ଏସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ କ୍ରୀଡ଼ା ବିଭାଗ ନିର୍ଦ୍ଦେଶ ଦେଇଛି ।
Also readhttps://purvapaksa.com/operation-devil-hunt-in-bangladesh-to-capture-satan/
