Hmpv: ୫ ବର୍ଷ ତଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏବେ ଚୀନ୍ରେ ଏଚ୍ଏମ୍ପିଭି ଭୂତାଣୁ ବ୍ୟାପିଥିବା ସୂଚନା ମିଳିଛି। ଚୀନରେ ରୋଗ ବ୍ୟାପିବା ନେଇ କୌଣସି ଆଲୋଚନା ହୋଇନାହିଁ । ସମୟ ସମୟରେ ଚୀନବିପଜ୍ଜନକ ରୋଗର ସମ୍ମୁଖୀନ ହେଉଛି। ଆସନ୍ତୁ ଜାଣିବା ଏପରି ହେବା ପଛର କାରଣ କ‘ଣ?
୫ ବର୍ଷ ତଳେ ଚୀନର ଉହାନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଆଉ ଏବେ ପୁଣିଥରେ ଚୀନରୁ ଏକ ନୂଆ ଭାଇରସ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି । ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚଏମପିଭି) କୋଭିଡ୍-୧୯ ଭଳି ଲକ୍ଷଣ ସୃଷ୍ଟି କରିଥାଏ, ବିଶେଷକରି ଛୋଟ ପିଲାମାନଙ୍କଠାରେ। ଏଚଏମପିଭି ଭାଇରସ ଭାରତରେ ମଧ୍ଯ ପ୍ରବେଶ କରିସାରିଲାଣି । ସୋମବାର ଖବର ଅନୁସାରେ ବେଙ୍ଗାଲୁରୁର ଦୁଇ ଜଣ ଶିଶୁଙ୍କଠାରେ ଏହି ଭାଇରସ ଠାବ ହୋଇଛି । ସେମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଭାଇରସ ଆଗମନର ଖବର ପାଇଁ ଭାରତୀୟ ସେୟାର ବଜାର ସୋମବାର ଦିନ କ୍ରାସ କରିଛି । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟିଛି।
ତେବେ ଏହା ପ୍ରଥମ ଥର ନୁହେଁ ଯେ ଚୀନ୍ ଏଭଳି ମହାମାରୀର ସମ୍ମୁଖୀନ ହୋଇଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚୀନ୍ ଏହି ମହାମାରୀର ମହାମାରୀର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏପରି କାହିଁକି ହେଉଛି? ଚୀନ୍ କାହିଁକି ବାରମ୍ବାର ଏଭଳି ବିପଜ୍ଜନକ ରୋଗର ସମ୍ମୁଖୀନ ହେଉଛି?
୨୦୦୩: ସାର୍ସ
ନଭେମ୍ବର ୨୦୦୨ରେ ସାର୍ସ ଭୂତାଣୁ ଅର୍ଥାତ୍ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ସିଣ୍ଡ୍ରୋମ ଚୀନରୁ ଆରମ୍ଭ ହୋଇଥିଲା। ଏହା ବୋଧହୁଏ ବାଦୁଡ଼ିଠାରେ ପ୍ରଥମେ ଆରମ୍ଭ ହୋଇଥିଲା, ପରେ ବିଲେଇ ଏବଂ ମଣିଷକୁ ସଂକ୍ରମିତ କରିଥିଲା । ସେବେଠାରୁ ଏହା ଆହୁରି ୨୬ଟି ଦେଶକୁ ବ୍ୟାପି ୮,୦ ହଜାର ଲୋକଙ୍କୁ ସଂକ୍ରମିତ କରିବା ସହ ୭୭୪ ଜଣଙ୍କର ଜୀବନ ନେଇଥିଲା। ଜୁଲାଇ ୨୦୦୩ ବେଳକୁ ଏହି ଭୂତାଣୁ କୁ ନିୟନ୍ତ୍ରଣ କରାଯାଇଥିଲା ଏବଂ ସେବେଠାରୁ ଏହା ପୁନର୍ବାର ଦେଖାଦେଇନାହିଁ । ମହାମାରୀ ର ପ୍ରାରମ୍ଭରେ ଏହି ଭୂତାଣୁ ସମ୍ପର୍କିତ ସୂଚନାକୁ ଦବାଇବାକୁ ଚେଷ୍ଟା କରିଥିବାରୁ ଚୀନକୁ ସମାଲୋଚନା କରାଯାଇଥିଲା। ନୂଆ କରୋନା ଭାଇରସ୍ ମଧ୍ୟ ସାର୍ସ ପରିବାରର ସଦସ୍ୟ ଥିଲା
ବାର୍ଡ ଫ୍ଲୁ
ଏଭିଆନ୍ ଫ୍ଲୁ ବା ବାର୍ଡ ଫ୍ଲୁ ହେଉଛି ଏକ ଭୂତାଣୁ ଜନିତ ସଂକ୍ରମଣ ଯାହା ପକ୍ଷୀଙ୍କଠାରୁ ପକ୍ଷୀମାନଙ୍କୁ ବ୍ୟାପିଥାଏ। ସଂକ୍ରମିତ କୁକୁଡ଼ା କିମ୍ବା ଅନ୍ୟ ପକ୍ଷୀଙ୍କ ନିକଟରେ ରହିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ବିଶେଷ କରି ବିଭିନ୍ନ ପ୍ରଜାତିର କୁକୁଡ଼ାଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଣିଷକୁ ବ୍ୟାପିଥାଏ। ମନୁଷ୍ୟମାନଙ୍କଠାରେ ଏହି ଭୂତାଣୁ ପାଟି, ଆଖି ଓ ନାକ ଦେଇ ବ୍ୟାପିଥାଏ। ମହାମାରୀର ଅନେକ ପ୍ରକାର ବିଶ୍ୱ ଜାଣିସାରିଛି, କିନ୍ତୁ ବର୍ତ୍ତମାନ ପ୍ରଚଳିତ ଏଚ୍୫ଏନ୍୧ ୧୯୯୬ମସିହାରେ ଚୀନ୍ରେ ପ୍ରଥମେ ଦେଖାଦେଇଥିଲା। ଏହାକୁ ଉଚ୍ଚ ରୋଗଜନିତ ଭୂତାଣୁ ଭାବେ ବିବେଚନା କରାଯାଏ।
ଏହାର ମୃତ୍ୟୁ ହାର ପ୍ରାୟ ୬୦% ଥିଲା ଅର୍ଥାତ୍ ଏଥିରେ ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହେଉଥିଲା। କ୍ଲିଭଲ୍ୟାଣ୍ଡ କ୍ଲିନିକ୍ ଅନୁଯାୟୀ ବାର୍ଡ ଫ୍ଲୁ ହେଉଛି ସବୁଠାରୁ ମାରାତ୍ମକ ରୋଗ। ବିଶ୍ୱରେ ଏହାର ମୃତ୍ୟୁ ହାର ୫୦% ରୁ ଅଧିକ ରହିଛି । ଅର୍ଥାତ୍ ବାର୍ଡ ଫ୍ଲୁରେ ପୀଡ଼ିତ ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥାଏ।
ଚୀନରେ କାହିଁକି ବ୍ୟାପିବାରେ ଲାଗିଛି ଏହି ଭୂତାଣୁ ?
ଚୀନ୍ ମହାମାରୀର କେନ୍ଦ୍ରସ୍ଥଳ ହେବା ପଛରେ ଅନେକ ଭୌଗଳିକ ଓ ସାଂସ୍କୃତିକ କାରଣ ରହିଛି, ଯେଉଁଥିରେ ଏହାର ଘନ ଜନସଂଖ୍ୟା, ବନ୍ୟଜନ୍ତୁଙ୍କ ମାଂସ ଭକ୍ଷଣ ଏବଂ ଅତ୍ୟଧିକ ସହରୀକରଣ ଅନ୍ତର୍ଭୁକ୍ତ । ବିଶେଷଜ୍ଞଙ୍କ ମତରେ ସମଗ୍ର ବିଶ୍ୱରେ ମାଂସ ବ୍ୟବସାୟ ବୃଦ୍ଧି ପାଉଛି। ଜଙ୍ଗଲ କମିବା ସହ ପଶୁ ଚାଷ ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ବନ୍ୟଜନ୍ତୁଙ୍କ ଭୂତାଣୁ ଗୃହପାଳିତ ପଶୁମାନଙ୍କ ପାଖକୁ ଆସିଥାଏ। ସେଠାରୁ ଏହି ଭୂତାଣୁ ମାନବ ଶରୀରରେ ପହଞ୍ଚିଥାଏ।
ଜନବହୁଳ: ଚୀନର ଜନସଂଖ୍ୟା ଏକ ଶହ କୋଟିରୁ ଅଧିକ ଏବଂ ଏହାର ସହରାଞ୍ଚଳରେ ମଧ୍ୟ ଅତ୍ୟଧିକ ଜନସଂଖ୍ୟା ଘନତା ରହିଛି। ଏଭଳି ପରିବେଶରେ ରୋଗ ଶୀଘ୍ର ବ୍ୟାପିଥାଏ।
ବନ୍ୟଜନ୍ତୁଙ୍କ ସହ ସଂସ୍ପର୍ଶ: ଚୀନରେ ଲୋକମାନେ ପ୍ରାୟତଃ ବନ୍ୟଜନ୍ତୁଙ୍କୁ ଖାଆନ୍ତି। ଏହି ପଶୁମାନେ ଅନେକ ପ୍ରକାର ଭୂତାଣୁର ବାହକ ଅଟନ୍ତି, ଯାହା ମଣିଷକୁ ବ୍ୟାପିପାରେ। ଯେପରିକି ସିଂହ ଓ ବାଦୁଡ଼ି ଭଳି ପଶୁଙ୍କ ସହ ଜଡ଼ିତ କରୋନା ଭୂତାଣୁର ଉତ୍ପତ୍ତି।
ମାଂସ ବଜାର: ଚୀନର ମାଂସ ବଜାରରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ବିକ୍ରି ହୋଇଥାଏ, ଯେଉଁଠାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢିଯାଏ। ମାଂସ ବଜାରରେ ଜୀବଜନ୍ତୁଙ୍କ ମାଂସ ଓ ରକ୍ତ ମଣିଷ ଶରୀର ସହ ସଂସ୍ପର୍ଶରେ ଆସିଥାଏ। ଏହା ହେଉଛି ଭୂତାଣୁ ବ୍ୟାପିବାର ସବୁଠାରୁ ବଡ କାରଣ ।
ଦ୍ରୁତ ସହରୀକରଣ: ଚୀନରେ ଦ୍ରୁତ ସହରୀକରଣ ଏବଂ ପରିବହନ ନେଟୱାର୍କର ସମ୍ପ୍ରସାରଣ ହେତୁ ଭୂତାଣୁ ଅତି ଦ୍ରୁତ ଗତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଥାଏ। ଏହା ସହ ବହୁ ସଂଖ୍ୟକ ଅନ୍ତର୍ଜାତୀୟ ଯାତ୍ରା ମଧ୍ୟ ସଂକ୍ରମଣ କୁ ବଢ଼ାଇଥାଏ।
Also readhttps://purvapaksa.com/indian-navy-deployed-both-carrier-battel-groups-in-arabian-sea/
ଆରବ ସାଗରେ ଭାରତୀୟ ନୌସେନାର ନୂଆ ବାହୁବଳୀ,ପାକିସ୍ତାନକୁ ଦେଖାଇବ ଔକାତ
