coriander leaves: ଡାଲି ହେଉ କି ତରକାରୀ ଯଦି ଉପରେ ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ l
ସେଥିପାଇଁ ସମସ୍ତଙ୍କ ରୋଷେଇନ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ l ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l ଧନିଆ ପତ୍ର ଡାଲି ତରକାରୀରେ ବ୍ୟବହାର ବ୍ୟତୀତ ଚଟଣି ମଧ୍ୟ ହୋଇଥାଏ l ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ l
ସାରା ଭାରତରେ ପ୍ରାୟ ସମସ୍ଥ ସ୍ଥାନରେ ଧନିଆ ପତ୍ର ଚାଷ କରାଯାଇଥାଏ l ପୂର୍ବରୁ ଏହା କେବଳ ସୀତ ଦିନରେ ଉତ୍ପାଦନ କରା ଯାଉଥିଲା ,କିନ୍ତୁ ଆଜିକଲି ସବୁ ଋତୁରେ ବଜାରରେ ଦେଖିବାକୁ ମିଳୁଛି l ଧନିଆ ପତ୍ରର ବନସ୍ପତି ନାମ କୋରିଏଣ୍ଡ୍ରମ ସୈଟାଇବମ୍ l
ଧନିଆ ପାତ୍ରରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ,କାର୍ବୋହାଇଡ୍ରେଡ଼ ,ଫାଇବର, କ୍ୟାଲସିଅମ ,ସୋଡ଼ିଅମ ,ଆଇରନ ,ପୋଟାସିୟମ ,ଜିଙ୍କ ,ଭିଟାମିନ-ସି ,ଭିଟାମିନ-ବି ୬ ,ଭିଟାମିନ-ଏ ,ଫୋଲେଟ, ଭିଟାମିନ-ଇ ଇତ୍ୟାଦି ରହିଥାଏ lଧନିଆ ପତ୍ର ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ଭିଟାମିନ-ଏ ଓ ସି ଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଧନିଆ ପତ୍ର ଦ୍ୱାରା ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ।
ଧନିଆ ପତ୍ରର ଲାଭ:
ଧନିଆ ପତ୍ର ଖାଇବା ଦ୍ୱାରା ପେଟରେ ହେଉଥିବା ଗ୍ୟାସରୁ ରକ୍ଷା ମିଳିଥାଏ।
ପେଟରେ ହେଉଥିବା ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ରର ଚଟଣି ଖାଇବା ଉଚିତ୍।
ପରିସ୍ରାରେ ଅସୁବିଧା ହେଉଥିଲେ ଧନିଆ ପତ୍ରର ଚଟଣି ଖାଇବା ଦ୍ୱାରା ସୁଫଳ ମିଳିଥାଏ।
ଧନିଆ ପତ୍ରରେ ଭିଟାମିନ- ଏ ଓ ସି ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ରକ୍ଷା ମିଳିଥାଏ।
ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ଇନସୁଲିନ୍ର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।
ଧନିଆ ପତ୍ର ବ୍ୟବହାର ଦ୍ୱାରା ଅନେକ ପ୍ରକାର ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ l NCBI ୱେବ ସାଇଡରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ l କାରଣ ଏହି ତେଲରେ ଆଣ୍ଟିଫଙ୍ଗାଲ ଓ ଆଣ୍ଟିଅଡହୀରଙ୍ଗଟ ଗୁଣ ମିଳିଥାଏ l ଏହି ଗୁଣ ଅନେକ ପ୍ରକାର ଫଙ୍ଗାଲ ଇମ୍ଫେକ୍ସନକୁ ଦୂର କରିଥାଏ l
ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ ଗର୍ଗଲ କଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ l
ଧନିଆ ପତ୍ର କୋଷ୍ଠକାଠିନ୍ୟ ପାଇଁ ଅତ୍ୟନ୍ତ ଲାଭକାରି l ୨୦ ଗ୍ରାମ ଧନିଆ ପତ୍ରକୁ ନେଇ ୧୨୦ ଗ୍ରାମ ପାଣିରେ ଛୋଟଛୋଟ କାଟି ମିଶାଇ ଦିଅନ୍ତୁ ,ରାତିସାରା ଏହାକୁ ଗୋଡ଼ାଇ ରଖି ଦିଅନ୍ତୁ l ପରଦିନ ସକାଳେ ଏଥିରେ କିଛି ଜିରା ଗୁଣ୍ଡ ମିଶାଇ ପିଅନ୍ତୁ ଏହା କୋଷ୍ଠକାଠିନ୍ୟକୁ ଦୂର କରିବା l
ALSO READ: https://purvapaksa.com/benefits-of-turmeric/