Contact Lens Side Effects: ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ପୋଷାକ ପିନ୍ଧିବାର ପଦ୍ଧତି ବଦଳି ଯାଇଛି । ଚିନ୍ତାଧାରାର ଢଙ୍ଗ ବଦଳିଛି ଏବଂ ଫ୍ୟାଶନ୍ ସେନ୍ସ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି। ବିଗତ କିଛି ବର୍ଷ ମଧ୍ୟରେ, ଏହିପରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ହେଲେ କଣ୍ଟାକ୍ଟ ଲେନ୍ସ ପରି ଜିନିଷକୁ ନେଇ କିଛି ବର୍ଷ ପୂର୍ବେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା ।
ପୂର୍ବରୁ ଲୋକମାନେ ଆଖିରେ ଚଷମା ପିନ୍ଧୁଥିଲେ, ଏବେ ସେମାନେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଆରମ୍ଭ କରିଛନ୍ତି । କଣ୍ଟାକ୍ଟ ଲେନ୍ସ କେବଳ ସେହି ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୁଏ ନାହିଁ, ଯେଉଁମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ, କିନ୍ତୁ ଯେଉଁମାନେ ଆଖିର ରଙ୍ଗ ପରିବର୍ତ୍ତନ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ଏହାକୁ ପିନ୍ଧିଥାନ୍ତି।
କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଦ୍ୱାରା ଆଖିକୁ ସଂକ୍ରମଣରେ ଅଧିକ ସମ୍ଭାବନା ଥାଏ । କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । ଦୀର୍ଘ ସମୟ ଧରି ଲେନ୍ସ ପିନ୍ଧିବା, ସେଥିରେ ଜୀବାଣୁ ଜମା ହେବା, ସେମାନଙ୍କ ଯତ୍ନରେ ଅବହେଳା ଏବଂ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଦ୍ୱାରା ସଂକ୍ରମଣ ହୋଇପାରେ ।
କଣ୍ଟାକ୍ଟ ଲେନ୍ସ ପିନ୍ଧିବାରେ ଭୁଲ:
ଅନେକ ଲୋକ ଜାଣତରେ ଅଜାଣତରେ କଣ୍ଟାକ୍ଟ ଲେନ୍ସ ବ୍ୟବହାରରେ ଭୁଲ୍ କରନ୍ତି । ସେଥିମଧ୍ୟରୁ କିଛି ସାଧାରଣ ତ୍ରୁଟି ନିମ୍ନୋଲିଖିତ ରହିଛି…
ଲେନ୍ସ ଲଗାଇବା ପୂର୍ବରୁ ହାତ ନ ଧୋଇବା: ମଇଳା ହାତରେ ଲେନ୍ସ ଲଗାଇଲେ ସଂକ୍ରମଣ ହେବାର ବିପଦ ଥାଏ ।
ଠିକ୍ ଭାବେ ଲେନ୍ସ ସଫା ନକରିବା: ଲେନ୍ସକୁ ନିୟମିତ ରୂପେ ଉଚିତ ସଲ୍ୟୁସନରେ ନ ଧୋଇବା ଏକ ବଡ ଭୁଲ ।
ଅଧିକ ସମୟ ଲେନ୍ସ ପିନ୍ଧିବା: ଦୀର୍ଘ ସମୟ ପର୍ଯନ୍ତ ଲେନ୍ସ ପିନ୍ଧିବା ଦ୍ବାରା ଆଖିରେ ଶୁଷ୍କ ହୋଇ ପୋଡାଜଳା କରିପାରେ ।
ଲେନ୍ସ ପିନ୍ଧି ଶୋଇବା: ଶୋଇବା ସମୟରେ ଆଦୌ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖିରେ ସମସ୍ୟା ହୋଇପାରେ ।
ପୁରୁଣା ଲେନ୍ସ ବ୍ୟବହାର କରିବା: ଏକ୍ସପାରୀ ଡେଟ୍ ପରେ ଲେନ୍ସ ବ୍ୟବହାର କରିବା ଆଖି ପ୍ରତି ବିପଦଜ୍ଜନକ ହୋଇପାରେ ।
ସାଧାରଣ ପାଣିରେ ଲେନ୍ସ ଧୋଇବା: ଏହା ସଂକ୍ରମଣର କାରଣ ହୋଇପାରେ ।
କଣ୍ଟାକ୍ଟ ଲେନ୍ସ ପିନ୍ଧିବାର ଠିକ୍ ଉପାୟ:
ଲେନ୍ସ ସବୁବେଳେ ଠିକ୍ ଭାବେ ପିନ୍ଧିବା ଅତ୍ୟନ୍ତ ଜରୁରୀ । ଏହାକୁ ପିନ୍ଧିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବେ
ସବୁବେଳେ ସଫା ଓ ଶୁଖିଲା ହାତରେ ଲେନ୍ସ ଲଗାନ୍ତୁ ।
ଡାକ୍ତର ପରାମର୍ଶ ଦେଇଥିବା ସଲ୍ୟୁସନରେ ହିଁ ଲେନ୍ସ ରଖନ୍ତୁ ।
ସର୍ବଦା ଲେନ୍ସ ବ୍ୟବହାର ପୂର୍ବରୁ ଓ ପରେ ସଲ୍ୟୁସନରେ ସଫା କରନ୍ତୁ ।
8-10 ଘଣ୍ଟାରୁ ଅଧିକ ଲେନ୍ସ ଲଗାନ୍ତୁ ନାହିଁ ।
ଆଖି କୁଣ୍ଡେଇ ହେଲେ କିମ୍ବା ପୋଡାଜଳା କଲେ ତୁରନ୍ତ ଲେନ୍ସ ବାହାର କରନ୍ତୁ ।
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲେନ୍ସ ବ୍ୟବହାର କରନ୍ତୁ ।
ALSO READ: https://purvapaksa.com/mysterious-dinga-dinga-virus-outbreak-in-uganda/