କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶ ବିରୋଧରେ ମନ୍ତବ୍ୟ ଦେଇ ଆଜି ସୁପ୍ରିମକୋର୍ଟରେ ଭର୍ତ୍ସତ ହୋଇଛନ୍ତି । ଅପରପକ୍ଷରେ ଓଡ଼ିଶାକୁ ଦେଶ ବିଦେଶରେ ଏକ ବଳାତ୍କାରୀ ରାଜ୍ୟ ଭାବେ କଂଗ୍ରେସ ନେତ୍ରୀମାନେ ପ୍ରଚାର କରିବାରେ ଲାଗିଛନ୍ତି । କଂଗ୍ରେସର ଏଭଳି କାମକୁ ସାଧାରଣରେ ଅପସନ୍ଦ କରାଯାଉଛି । ଯଦି କଂଗ୍ରେସ ନେତ୍ରୀମାନଙ୍କର ଏଭଳି ଧାରା ଜାରି ରହେ ତେବେ ଆଗାମୀ ଦିନରେ ପୁଣି ରାଜନିତୀକ ବନବାସରେ ରହିବ ବୋଲି ଆଲୋଚନା ହେଉଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମଦାହ ପରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା , ସୋଫିଆ ପିରଦୋସ , ମିନାକ୍ଷୀ ବାହାନପତି ଦିଲ୍ଲୀକୁ ଯାଇ ଓଡ଼ିଶାର ଆଇନ ଶୃଙ୍ଖଳା ସର୍ମ୍ପକରେ ବୟାନ ବାଜି କରିଥିଲେ । ଏହି ଘଟଣା ପୂର୍ବରୁ ଓଡ଼ିଶା ଏକ ବଳାତ୍କାରୀ ରାଜ୍ୟ ବୋଲି ଆମେରିକା ପକ୍ଷରୁ ତାର ନାଗରିକମାନଙ୍କୁ ପରାମର୍ଶ ଦେଇ ଓଡ଼ିଶାକୁ ନ ଆସିବାକୁ କହିଥିଲା । କଂଗ୍ରେସ ନେତ୍ରୀମାନଙ୍କର ଏଭଳି ପ୍ରଚାର ନିଆଁରେ ଘିଅ ଢ଼ାଳିବା ଭଳି ଓଡ଼ିଶାର ଭାବମୂର୍ତ୍ତିକୁ ବିଶ୍ୱଦରବାରରେ ନିନ୍ଦିତ କରିଛି ।
ଏତିକିରେ କଂଗ୍ରେସ ନେତ୍ରୀମାନଙ୍କର ଓଡ଼ିଶା ବିରୋଧି ମନଭାବରେ କୋଣସି ପରିବର୍ତ୍ତନ ଆସିନାହିଁ । ପୁରୀ ଜିଲ୍ଲା ବଳଙ୍ଗାର ଜଣେ ଯୁବତୀଙ୍କୁ କିରୋସିନି ଢ଼ାଳି ଜାଳିବା ଘଟଣାକୁ ମଧ୍ୟ କଂଗ୍ରେସ ନେତ୍ରୀମାନେ ବାରମ୍ବାର ପ୍ରଚାର କରୁଛନ୍ତି । ଯାହାକି ରାଜ୍ୟର ସଚେତନ ନାଗରିକମାନଙ୍କ ମନରେ କଂଗ୍ରେସର ଭୂମିକା ପ୍ରତି ସନେ୍ଦହ ସୃଷ୍ଟି କରିଛି ।କେବଳ ଯେ ବିଜେପି ଶାସିତ ଓଡ଼ିଶାରେ ନାରୀ ର୍ନିଯାତନା ଘଟଣା ଘଟୁଛି ତାହା ନୁହେଁ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣଟକ ଓ ତେଲେଙ୍ଗାନାରେ ଏଭଳି ଘଟଣା ବହୁ ଅଧିକ । ଏହି ଘଟଣା ପ୍ରତି କଂଗ୍ରେସ ନେତାମାନେ ଆଖିବୁଜି ଦେଇଛନ୍ତି । ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମ ବଙ୍ଗରେ ନାରୀ ର୍ନିଯାତନା ପ୍ରତିଦିନ ଘଟୁଥିଲେ ମଧ୍ୟ କଂଗ୍ରେସ ନେତାମାନେ ମୁହଁରେ ତୁଣ୍ଡିମାରି ବସିଛନ୍ତି । ଏପରିକି ଏହି ଘଟଣାକୁ ନିନ୍ଦା କରିବା ପାଇଁ ସେମାନଙ୍କର ସତ୍ ସାହସ ନାହିଁ ।
ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରେ ଅସନ୍ତୋଷ ସୃଷ୍ଟି କରି କ୍ଷମତା ହାସଲ କରିବା ପାଇଁ କଂଗ୍ରେସ ଯେପରି ରାଜ୍ୟବାସୀଙ୍କ ନିନ୍ଦିତ କରିବାରେ ଲାଗିଛି ସେଥିରୁ କୌଣସି ଲାଭ ମିଳିବ ନାହିଁ ବୋଲି ରାଜନିତୀକ ମହଲରେ ଆଲୋଚନା ହେଉଛି ।
ALSO READ https://purvapaksa.com/dishom-guru-shibu-soren-who-took-struggle-from-soil-to-parliament/
