Clove: ଆମ ରୋଷେଇ ଘରେ ଥିବା ମସଲା ଗୁଡ଼ିକର କୌଣସି ନା କୌଣସି ଔଷଧୀୟ ଗୁଣ ଅବଶ୍ୟ ରହିଛି ।
ସମସ୍ତ ମସଲା ଗୁଡ଼ିକ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାନ୍ତି ଓ ଆମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାନ୍ତି। ଆଜି ସେହି ମସଲା ଗୁଡ଼ିକ ମଧ୍ୟରୁ ଆମେ ଲବଙ୍ଗର ଉପକାରିତା ବିଷୟରେ ଜାଣିବା । ଏହା ଦେଖିବାକୁ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହା ସେବନ କଲେ ଆମ ଶରୀରକୁ ଖୁବ ବଡ ବଡ ଲାଭ ମିଳିଥାଏ । ତେବେ ଚାଲନ୍ତୁ ସେହି ସବୁ ଲାଭ ବିଷୟରେ ଜାଣିବା ।
ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି । ଏହାର ବୈଜ୍ଞାନିକ ନାମ ହେଉଛି ସିଜିଜିଅମ ଆରୋମେଟିକମ (Syzygium aromaticum) ଏବଂ ହିନ୍ଦୀ ଭାଷାରେ ଏହାକୁ ‘ଲୌଙ୍ଗ’ ନାମରେ ବି ଜଣାଯାଏ । ଏହାର ଏକ ରାଗୁଆ ବାସ୍ନା ହୋଇଥିବା ବେଳେ ଏକ ଗାଢ ସ୍ବାଦ ମଧ୍ୟ ରହିଥାଏ । କେବଳ ଯେ ଏହାକୁ ରୋଷେଇ କାର୍ଯ୍ୟରେ ବ୍ୟବହୃତ ହୁଏ ତାହା ନୁହେଁ ଏହାକୁ ଆୟୁର୍ବେଦିକ ଉପଚାର ପାଇଁ ବ୍ୟବହୃତ ହୁଏ । ଏହା ଭୋକ ବଢାଇବା ସହିତ ହଜମ ଶକ୍ତି ବଢାଇଥାଏ, ଦାନ୍ତକୁ ଶକ୍ତ ରଖେ ।
ରକ୍ତଚାପ:- ଲବଙ୍ଗ ପଲିଫେନୋଲର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏଗୁଡିକୁ ଆମେ ଉଦ୍ଭିଦ ମାଧ୍ୟମରେ ପାଇଥାଉ । ଏହି ମାଇକ୍ରୋନ୍ୟୁଟ୍ରିଏଣ୍ଟଗୁଡିକ ଆମ ଶରୀରରେ କୋଲେଷ୍ଟ୍ରଲ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ମଧୁମେହ ଓ ବୃକକ ଜନିତ ରୋଗ:- ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କାରଣ ଏହା ରକ୍ତରେ ଚିନି ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା କିଡନୀ ଜନିତ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ପରିସ୍ରା ସଂକ୍ରମଣରୁ ମୁକ୍ତି ଦେଇଥାଏ ।
ପାଟିର ଉତ୍ତମ ସ୍ବାସ୍ଥ୍ୟ:- ଲବଙ୍ଗର ବ୍ୟବହାର ପାଟିରେ ଥିବା ଜୀବାଣୁକୁ 70% ହ୍ରାସ କରିଥାଏ । ଲବଙ୍ଗ ତେଲ ମଧ୍ୟ ପାଟିରେ ଥିବା ପିରିୟଡୋଣ୍ଟାଲ ପାଥୋଜେନ ପରି ଜୀବାଣୁଙ୍କଠାରୁ ରକ୍ଷା କରିବାରେ ସକ୍ଷମ । ଲବଙ୍ଗ ତେଲରେ ଇଉଜିନଲ ନାମକ ଏକ ଉପାଦାନ ଥାଏ, ଯାହା ଦାନ୍ତ ଏବଂ ଜୀବାଣୁର ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଦାନ୍ତ ବିନ୍ଧା -ଆପଣଙ୍କୁ ଦାନ୍ତ ବିନ୍ଧା ର ଅସୁବିଧା ହେଉଥିଲେ ଆପଣ ଦୁଇଟି ଲବଙ୍ଗ କୁ ପାଟିରେ ଚାପିଲେ କିମ୍ବା ଲବଙ୍ଗ ତେଲକୁ ବିନ୍ଧୁ ଥିବା ଦାନ୍ତ ରେ ଲଗେଇଲେ ଶୀଘ୍ର ଦାନ୍ତ ବିନ୍ଧା ରୁ ଉପଶମ ମିଳିବ। ସେଥିପାଇଁ ଅଧିକାଂଶ ଆୟୁର୍ବେଦିକ ଟୂଥପେଷ୍ଟରେ ଲବଙ୍ଗର ବ୍ୟବହାର କରାଯାଇଥାଏ ।
ALSO READ: https://purvapaksa.com/coriander-leaves/