ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ସାରା ରାଜ୍ୟରେ ଆରମ୍ଭ କରିଛି ଯୁକ୍ତ ଦୁଇ ପରୀକ୍ଷା ଉତ୍ତର ପତ୍ର ମୂଲ୍ୟାଙ୍କନ । ପ୍ରଥମ ପର୍ଯ୍ୟାୟରେ, ୮,୨୫୮ଶିକ୍ଷକଙ୍କ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ୧୫୧କେନ୍ଦ୍ରରେ ଚାଲିଛି ମୂଲ୍ୟାଙ୍କନ । ପ୍ରାରମ୍ଭିକ ଭାବେ,ପ୍ରତ୍ୟେକ ପରୀକ୍ଷକ ପାଞ୍ଚଟି ଉତ୍ତର ପତ୍ର ମୂଲ୍ୟାଙ୍କନ କରିଥିବା ସୂଚନା ଦେଇଛନ୍ତି CHSEର ଜଣେ ବରିଷ୍ଠ ଅଧିକାରୀ ।
ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୋଟ ୩,୯୬,୫୯୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ କରାଯିବ, ଯେଉଁଥିରେ ପ୍ରାୟ ୨୫ଲକ୍ଷ ଉତ୍ତର ପତ୍ର ଅନ୍ତର୍ଭୁକ୍ତ ହେବ ଓ ଏନେଇ ମୋଟ ୧୬,୪୯୪ଶିକ୍ଷକ ନିୟୋଜିତ ହେବା ରିପୋର୍ଟରେ କୁହାଯାଇଛି ।

ମୂଲ୍ୟାଙ୍କନ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମୋଡରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ,ଏହା ୧୩ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ, ଯେଉଁଥିରେ ୭୫ କେନ୍ଦ୍ରରେ ୩,୫୭୪ ଶିକ୍ଷକ ଅନଲାଇନ୍ ମୂଲ୍ୟାଙ୍କନ କରିବା ସହ ଅନ୍ୟ ୭୬ଟି କେନ୍ଦ୍ରରେ ୪,୬୮୪ଶିକ୍ଷକ କରିବେ ଅଫଲାଇନ୍ ମୂଲ୍ୟାଙ୍କନ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୧୫ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ହେବ ନେଇ ଧାର୍ଯ୍ୟ ହୋଇଛି । ଏଥିରେ ୪,୧୭୮ ଜଣ ଶିକ୍ଷକ ୭୫ଟି କେନ୍ଦ୍ରରେ ଅନଲାଇନରେ ମୂଲ୍ୟାୟନ ସହ ବାକି ୪୦୫୮ଜଣ ଶିକ୍ଷକ ୭୬ଟି କେନ୍ଦ୍ରରେ ଅଫ୍ଲାଇନ୍ ମୂଲ୍ୟାୟନ ପାଇଁ ନିୟୋଜିତ ହେବା CHSE ସୂତ୍ରରୁ ଜଣାପଡ଼ିଛି ।


