ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଦଳୀୟ ମହଲରେ ଅପଚେଷ୍ଠା କରାଯାଉଛି। ଏହି ହୀନ ଉଦ୍ୟମ ଏବେ ଅଫିସର ମହଲକୁ ସଂକ୍ରମିତ ହେବାରେ ଲାଗିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଜଳସମ୍ପଦ ବିଭାଗର ଅଧିକାରୀମାନେ ସବୁଠାରୁ ଆଗରେ ଥିବା ଆଲୋଚନା ହେଉଛି।
ଠିକାଦାରୀ ପ୍ରଦାନ କରିବାରେ ଜଳ ସମ୍ପଦ ବିଭାଗ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍ କରିବା ସେହି ଜଳ ସମ୍ପଦ ବିଭାଗର କିଛି ଅଧିକାରୀ ଠିକା ନେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ସହିତ ବିଭାଗ ଉପରେ ଜ୍ଞାନ ନ ଥିବା ପ୍ରମାଣିତ କରିବା ପାଇଁ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଥରକୁ ଥର ଭୁଲ୍ କଥା କୁହାଉଛନ୍ତି। ଏକଥା ଜଳ ସମ୍ପଦ ବିଭାଗର ସଚିବଙ୍କ ଜ୍ଞାତ ସରରେ ନିଶ୍ଚୟ ହେଉଥିବା। କରଣ ବିଭାଗର ଯେଉଁ ଉତ୍ତର ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିବେ ତାହାକୁ ବିଭାଗୀୟ ସଚିବଙ୍କ ଦସ୍ତଖତରେ ଆସୁଥିବା। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀମାନେ ମଧ୍ୟ ଏହାକୁ ଗୁରୁତ୍ୱ ହେଉନାହାନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ପ୍ରତି ଥର ଉତ୍ତର ଦେଲାବେଳେ ବାରମ୍ବାର ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି।
ଘଟଣାଟି ଏହିପରି। ୨୫/୦୭/୨୦୨୪ରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେଡି ଶାସନ କାଳରେ ରାଜ୍ୟରେ ୫୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ହୋଇନାହିଁ। ୬୦ ଟି ବ୍ଲକରେ ୩୫% ରୁ କମ୍ ଜଳସେଚନ ରହିଛି। କିନ୍ତୁ ସେହିଦିନ ଧ୍ରୁବ ଚରଣ ସାହୁଙ୍କର ପ୍ରଶ୍ନର ଉତ୍ତରରେ କହିଥିଲେ, ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରାୟ ୮୦.୭୯% ଜମିକୁ ଜଳସେଚନର ସୁବିଧା ସୃଷ୍ଟି କରାଯାଇଛି। ରାଜ୍ୟର ୩୧୪ ବ୍ଲକ୍ ମଧ୍ୟରୁ ୨୮୪ ବ୍ଲକରେ ୩୫%ରୁ ଅଧିକ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଛି। ଏହାର ଅର୍ଥ ଥିଲା – ମାତ୍ର ୩୦ ବ୍ଲକରେ ୩୫% ରୁ କମ୍ ଜଳସେଚନ ବ୍ୟବସ୍ଥା ରହିଛି।
ଏହା ସହିତ କହିଥିଲେ ଯେ ଆମ ସରକାରଙ୍କ ଲକ୍ଷ୍ୟ ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯିବ। କିନ୍ତୁ, ତା ୨୫.୦୭.୨୦୨୪ ରିଖରେ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଥିଲେ ରାଜ୍ୟର ୬୧. ୮୦ ଲକ୍ଷ ହେକ୍ଟର ଚାଷପୋଯୋଗୀ ଜମି ମଧ୍ୟରୁ ୪୯.୯୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି।
ଏହାର ଅର୍ଥ ଥିଲା, ଆଉ ୧୧.୮୭ ଲକ୍ଷ ହେକ୍ଟର ଜମି , ୬୧. ୮୦ରୁ ୪୯.୯୩ ବାଦ୍ ଦେଲେ ଆଉମାତ୍ର ୧୧.୮୭ ହେକ୍ଟ କୁ ଜଳସେଚନ ସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ବିଧାନସଭା କହୁଛନ୍ତି ରାଜ୍ୟରେ ୬୧. ୮୦ ଲକ୍ଷ ହେକ୍ଟର ଚାଷପୋଯୋଗୀ ଜମିରହିଛି। ପୁଣି କହୁଛନ୍ତି ୧୫ଲକ୍ଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ। ତେବେ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ହେକ୍ଟର ଜମି ଆଣିବେ କେଉଁଠୁ ?
ପୁଣି ଗତ ୨୧ ତାରଖରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଃଖର କଥା ଯେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଓଡିଶାର ମାତ୍ର ୩୪ ପ୍ରତିଶତ ଚାଷ ଜମିରେ ଜଳ ସେଚନ ସୁବିଧା ଅଛି। ଆଜି ମୁଁ ୨୪ ବର୍ଷ ସୁଶାସନର ଡିଣ୍ଡିମ ପିଟୁଥିବା ବିଧାୟକ ବିଧାୟକଙ୍କୁ ମନେ ପକାଇଦେବା ପାଇଁ ଚାହେଁ ଯେ ଏଇ ପବିତ୍ର ଗୃହରେ ୨୦୦୬ ମସିହାରେ କୁହାଯାଇଥିଲା ଯେ ରାଜ୍ୟର ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ପାଞ୍ଚ ବର୍ଷରେ ଯୋଗାଇ ଦିଆଯିବ। ୨୦୦୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ଲକ ନୁହେଁ ପ୍ରତି ଗ୍ରାମରେ ଥିବା ଚାଷ ଜମିରୁ ଅତ୍ୟନ୍ତ ପକ୍ଷେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦିଆଯିବ।
ଆଜି ଏହି ଫମ୍ପା ପ୍ରତିଶ୍ରୁତିକୁ ପ୍ରାୟ ୨୦ ବର୍ଷ ହୋଇଗଲା, କିନ୍ତୁ ରାଜ୍ୟରେ ପ୍ରକୃତ ଜଳ ସେଚନ ପାଉଥିବା ଜମିର ପ୍ରତିଶତ ୫୦ ପ୍ରତିଶତ ବି ପହଞ୍ଚି ପାରିଲା ନାହିଁ। ଏବେ ବି ରାଜ୍ୟରେ ପ୍ରାୟ ୬୦ରୁ ଅଧିକ ବ୍ଲକ ଅଛି, ଯେଉଁଠି ଜଳସେଚନ ସୁବିଧା ୩୫ ପ୍ରତିଶତରୁ ଢେର କମ। ସଦ୍ୟତମ ତଥ୍ୟ ଅନୁସାରେ ରାଜ୍ୟରେ ଯେତେ ଜଳ ସେଚନ ସୁବିଧା ଅଛି ରାଜ୍ୟର ଚାଷୀମାନେ ତା’ଠୁ ଢେର କମ ଜଳ ସେଚନର ପ୍ରକୃତ ପକ୍ଷେ ସୁବିଧା ପାଇଥାଆନ୍ତି। ଏହାର ଅନେକ କାରଣ ଅଛି, ଯେପରିକି ନିମ୍ନ ମାନର କାମ, ତଳିଆ ଅଞ୍ଚଳରେ ଜଳ ନ ପହଞ୍ଚିବା, କେନାଲର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଇତ୍ୟାଦି। ସେ ସମୟରେ ଓଡ଼ିଶାରେ ସମସ୍ତେ ଜାଣିଥିଲେ ଯେ ଜଳ ସେଚନ ବିଭାଗ ଦୁର୍ନୀତିର ଗନ୍ତାଘର ଥିଲା। ଯାହାଫଳରେ ରାଜ୍ୟର ଚାଷୀମାନେ ଏହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ତେବେ କଥା ହେଉଛି ଏପରି ପରସ୍ପର ବିରୋଧି ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି କିଏ? ନିଜ ଉତ୍ତରର ନିଜ ତଥ୍ୟ ସହିତ ତାଳମେଳ ନାହିଁ। ତାଙ୍କ ବିଭାଗ କରୁଛି କ’ଣ? ତା’ ବାଦ୍, ତାଙ୍କ ଦପ୍ତର ଅଧିକାରୀ କ’ଣ ଦେଖୁଛନ୍ତି?
Also readhttps://purvapaksa.com/where-did-the-floor-management-go/
କୁଆଡ଼େ ଗଲା ଫ୍ଲୋର ମ୍ୟାନେଜମେଣ୍ଟ? ମୋହନ ସରକାରଙ୍କ ବଂଶୀ ବଜାଇଲାଣି କଂଗ୍ରେସ,ବିଜେଡିର ଷଣ୍ଢୁଆସି ଆକ୍ରମଣ