ଯେତେବେଳେ ଆମେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଂଲଗ୍ନ ହୋଇଥାଉ , ସେହି କାର୍ଯ୍ୟ ନିମିତ୍ତ ଆମେ କିଛି ସମୟ ବାହାର କରିଥାଉ । ସେହି ପ୍ରକାର ପ୍ରତ୍ୟେକ ଭକ୍ତ ଦିନରେ କିଛି ନିର୍ଦ୍ଧାରିତ ସମୟ କେବଳ ଜପ ନିମିତ୍ତ କରିବା ଉଚିତ ଏବଂ ସେହି ସମୟରେ ପ୍ରତ୍ୟେକ କାର୍ଯ୍ୟକୁ ତ୍ୟାଗ କରି କେବଳ ଜପ କରିବା ପାଇଁ ପ୍ରୟାସ କରିବା ଉଚିତ ।
ଜପ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ । ଉଦାହରଣସ୍ୱରୂପ ୧୬ମାଳା ଜପ କରୁଥିବା ସମୟରେ କେହି ସମାଚାର ପତ୍ର ପଢ଼ିବା ଉଚିତ ନୁହେଁ । କିଛି କଥାବାର୍ତ୍ତା ମଧ୍ୟ ହେବା ଉଚିତ ନୁହେଁ। ଏପରିକି ସେହି ସମୟରେ କୀର୍ତ୍ତନ ମଧ୍ୟ ଶୁଣିବା ଉଚିତ ନୁହେଁ।
ଜପ ଏପରି ଏକ କାର୍ଯ୍ୟ ଯାହା ଉପରେ ଅଖଣ୍ଡିତ ଏକାଗ୍ରଚିତ୍ତ ଧ୍ୟାନ କେନ୍ଦ୍ରିତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ ।
-ପବିତ୍ର ନାମ ଜପ ସମୟରେ ଟେଲିଫୋନରେ କଥାବାର୍ତ୍ତା ହେବା ଉଚିତ ନୁହେଁ । ଟେଲିଫୋନ କରୁଥିବା ବ୍ୟକ୍ତିଙ୍କୁ ନମ୍ରତା ପୂର୍ବକ ସନ୍ଦେଶ ଦେଇ ପରେ କଥାବାର୍ତ୍ତା ହେବା ପାଇଁ ତାଙ୍କୁ କହିବା ଉଚିତ ।
-ଯେଉଁ ସମୟରେ ଆମେ ପବିତ୍ର ନାମ ଜପ କରିଥାଉ ସେହି ସମୟରେ ଆମେ ସିଧା ସଳଖ ଭଗଵାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କିତ ହୋଇଥାଉ । କାରଣ ଶ୍ରୀକୃଷ ତାଙ୍କ ନାମଠାରୁ ଭିନ୍ନ ନୁହଁନ୍ତି । ସମ୍ପୂର୍ଣ୍ଣ ସୃଷ୍ଟିର ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ନାମ ରୂପରେ ପ୍ରତ୍ୟକ୍ଷ ଭାବରେ ଆମ ସମକ୍ଷକୁ ଆସିଥାନ୍ତି । ଏଥିପାଇଁ ଭଗଵାନଙ୍କ ଏହି ପବିତ୍ର ମିଳନ ମଝିରେ କୌଣସି ବାଧାବିଘ୍ନ ଉପୁଜିବା ଉଚିତ ନୁହେଁ ।
You Can Also Read –https://purvapaksa.com/good-news-for-income-tax-payers-officials-can-waive-interest-up-to-one-and-a-half-crore-rupees/