CBSE: କେମିତି ହେବ ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା? ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ଉପରୁ ଚାପ ହଟାଇବାକୁ କ’ଣ ହେବ ନୂଆ ନିୟମ କାନୁନ୍ ଓଡ଼ିଆ ବିଷୟ ରହିବ ନା ନାହିଁ?
ଏଭଳି ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛି ସିବିଏସ୍ଇ। ଫେବୃୟାରୀ ୨୫ ଏବଂ ୨୬ ତାରିଖରେ ଦୁଇଟି ପୃଥକ୍ ପୃଥକ୍ ନୋଟିସ୍ ଜାରି କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏହା ସ୍ପଷ୍ଟ କରିଛନ୍ତି। ସିବିଏସ୍ଇହ କହିଛି, ଜାତୀୟ ଶିକ୍ଷାନୀତିକୁ ପାଳନ କରିବାକୁ ଯାଇ ସିବିଏସ୍ଇ ୧୦ମ ଶ୍ରଣୀ ପରୀକ୍ଷାକୁ ବର୍ଷରେ ଦୁଇଥର କରିବା ଲାଗି ପ୍ରସ୍ତାବ ନୀତି ପାରିତ କରାଯାଇଛି। ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ମାସରେ ହେବ ଏବଂ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଦୁଇଟିଯାକ ପରୀକ୍ଷା ସମାନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଅଧିକ ଭଲ ଫଳାଫଳ ହୋଇଥିବା ସେହି ପରୀକ୍ଷାର ମାର୍କକୁ ଗ୍ରହଣ କରାଯିବ। ଏହି ନୀତିକୁ ସିବିଏସ୍ଇ ଓ୍ୱେବ୍ସାଇଟରେ ଅପଲୋଡ କରାଯାଇଛି। ଏବାବଦରେ ସ୍କୁଲ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ରାୟ ନିଆଯିବ। ସେମାନଙ୍କ ମତାମତକୁ ଆଧାର କରି ନୀତି ବିଜ୍ଞପିତ କରାଯିବ ବୋଲି ସିବିଏସ୍ଇ କହିଛି।
ତେବେ ଏହି ଡ୍ରାଫ୍ଟ ନୀତିରେ ଯେଉଁ ଭାଷା ଚୟନ କଥା ଉଲ୍ଲେଖ ରହିଛି ସେଥିରେ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷା ସାମିଲ ରହି ନାହିଁ। ଏହାକୁ ନେଇ ବିଭିନ୍ନ ରାଜ୍ୟରେ ଆଜି ଉଦବେଗ ପ୍ରକାଶ ପାଇଥିଲା। ଯାହାକୁ ଦେଖି ସିବିଏସ୍ଇସ ସ୍ପଷ୍ଟୀକରଣ ରଖିଛନ୍ତି।
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଡ୍ରାଫ୍ଟ ନୀତିରେ ଯେଉଁ ଭାଷା କଥା ଉଲ୍ଲେଖ ରହିଛି ତାହା କେବଳ ସାଙ୍କେତିକ ମାତ୍ର। ପୂର୍ବରୁ ଯେମିତି ବିଭିନ୍ନ ଭାଷା ବ୍ୟବସ୍ଥା ରହିଥିଲା ନୂଆ ପରୀକ୍ଷା ନୀତିରେ ମଧ୍ୟ ସମାନ ବ୍ୟବସ୍ଥା ରହିଛି। ଅର୍ଥାତ୍ ଓଡ଼ିଆ ସମେତ ପଞ୍ଜାବୀ, ଋଷୀୟ, ନେପାଳୀ, ଲିତମ୍ବୋ, ଲେପଚରା, ସିନ୍ଧି, ମାଲାୟାଲାମ, ଆସାମୀ, କନ୍ନଡ଼, କୋକବରକ, ତେଲୁଗୁ, ଆରବୀୟ, ପର୍ସିଆ, ଭଳି ଭାଷା ଆଞ୍ଚଳିକ ଓ ବୈଦେଶିକ ଭାଷାର ଗ୍ରୁପରେ ପୂର୍ବ ଭଳି ସ୍ଥାନୀତ ରହିବ।


