Cause of Back Pain: ଆଜିକାଲି ଲୋକମାନେ ସାଧାରଣତଃ ଦିନର ୯-୧୦ ଘଣ୍ଟା ବସି କାମ କରିଥାନ୍ତି ।
ଲଗାତାର ଅନେକ ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସିବା ଦ୍ୱାରା ଲୋକଙ୍କୁ ପିଠି ଯନ୍ତ୍ରଣା ସମସ୍ୟା ହେବାରେ ଲାଗିଛି । ପିଠି ଯନ୍ତ୍ରଣାକୁ କିପରି ରୋକାଯାଇପାରିବ ତାହା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି । ପିଠି ଯନ୍ତ୍ରଣାକୁ ରୋକିବା ପାଇଁ ପ୍ରତିଦିନ ବସିବା ସମୟ କମ୍ କରିବାକୁ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି। ପିଠି ଯନ୍ତ୍ରଣା ବହୁତ ସାଧାରଣ କଥା ।
ପିଠି ଯନ୍ତ୍ରଣାର କେତେକ ମୁଖ୍ୟ କାରଣ ମଧ୍ୟରେ ମାଂସପେଶୀ ଚାପ, ଡିସ୍କ କ୍ଷତି, କିଛି ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ସ୍କୋଲିଓସିସ୍ ଏବଂ ଅଷ୍ଟିଓପୋରୋସିସ୍ ଅନ୍ତର୍ଭୁକ୍ତ । ପିଠିର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଲୋକମାନେ “କର୍ମକ୍ଷେତ୍ରରେ କିମ୍ବା ଖାଲି ସମୟରେ ବସିବା କମ୍ କରିବା ଉଚିତ ।
- ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଉପଚାର
- ସାଧାରଣତଃ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କୁ ପିଠିଜନିତ ଯନ୍ତ୍ରଣା ହୋଇଥାଏ
- ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ
- ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ
- ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ହୋଇଥାଏ
- ମୋଟାପଣ ଓ ଅତ୍ୟଧିକ ଓଜନ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ
- ଅଧିକ ଓଜନଭାର ଉଠାଇଲେ ହୋଇଥାଏ ପିଠିଜନିତ ସମସ୍ୟା
- ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର କାରଣ
- କ୍ୟାଲସିୟମ ଅଭାବରୁ ମଧ୍ୟ ଦେଖାଦେଇଥାଏ ପିଠି ଯନ୍ତ୍ରଣା
- ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଅଧିକ ଦେଖା ଦେଇଥାଏ
- କ୍ୟାଲସିୟମ ବଢ଼ାଇବା ପାଇଁ ଛେନା ଖାଇବା ଦରକାର
- ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାଏଟ୍ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର
- ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର
- ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ ଦ୍ୱାରା କମ୍ ହୋଇଥାଏ ପିଠି ଯନ୍ତ୍ରଣା
- କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ
- ଜିମରେ ଷ୍ଟ୍ରେଚିଂ ଓ ୱାର୍ମଅପ୍ ବେଳେ ଧ୍ୟାନ ଦେବା ଦରକାର