Nuclear Bomb: ପରମାଣୁ ବୋମା ଆଜିର ସମୟରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଯଦି ଆଜି ତୃତୀୟ ବିଶ୍ୱଯୁଦ୍ଧ ହୁଏ ଏବଂ କୌଣସି ଦେଶ ଏହି ଅସ୍ତ୍ର ବ୍ୟବହାର କରନ୍ତି, ତେବେ ଏହା ଅତ୍ୟନ୍ତ ବିନାଶକାରୀ ଏବଂ ମାରାତ୍ମକ ହୋଇପାରେ ।
କାରଣ ବଦଳୁଥିବା ସମୟ ସହିତ କୌଶଳ ବଦଳିଛି ଏବଂ ଏହି ବୋମା ଅଧିକ ଶକ୍ତିଶାଳୀ ହୋଇଛି । ଏଭଳି ପରିସ୍ଥିତିରେ ବଢୁଥିବା ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ଯଦି ଆଜିର ସମୟରେ ଯୁଦ୍ଧ ହୁଏ ଏବଂ ପରମାଣୁ ବୋମା ବ୍ୟବହାର କରାଯାଏ ତେବେ ପରମାଣୁ ପ୍ରଳୟର ଯଥେଷ୍ଠ ଆଶଙ୍କା ରହିଛି କହିଲେ ଭୁଲ ହେବ ନାହିଁ ।
କିନ୍ତୁ ଆପଣ କେବେ ଭାବିଛନ୍ତି କି ପରମାଣୁ ବୋମାକୁ ସାଧାରଣ ବୋମା ଭଳି ନିଷ୍କ୍ରିୟ କରାଯାଇପାରିବ କି ନାହିଁ ? ଯଦି ତୃତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରାଯାଏ, ତେବେ ଏଥିରୁ ବଂଚା ଯାଇ ପାରିବ?
କେଉଁ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି?
ଗତ ଦୁଇ ବିଶ୍ୱଯୁଦ୍ଧ ତୁଳନାରେ ଆଜି ପରମାଣୁ ଅସ୍ତ୍ର ଅଧିକ ଶକ୍ତିଶାଳୀ। ଯଦି ଆଜିଠାରୁ ଯୁଦ୍ଧ ଆରମ୍ଭ ହୁଏ ତେବେ କିଛି ଘଣ୍ଟା ମଧ୍ୟରେ ବିଶ୍ୱର ସବୁଠାରୁ ବଡ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ବର୍ତ୍ତମାନ ଆମେରିକା, ରୁଷିଆ, ଭାରତ, ଚୀନ, ପାକିସ୍ତାନ, ଇଂଲଣ୍ଡ, ଫ୍ରାନ୍ସ, ଉତ୍ତର କୋରିଆ ଓ ଇସ୍ରାଏଲ ସମେତ ୯ଟି ଦେଶ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପୁଣି ଥରେ ପ୍ରଶ୍ନ ଉଠୁଛି ଆବଶ୍ୟକ ପଡ଼ିଲେ ଏହି ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇପାରିବ କି ନାହିଁ, ଆସନ୍ତୁ ଜାଣିବା ଉତ୍ତର।
ପରମାଣୁ ବୋମାକୁ ନିଷ୍କ୍ରିୟ କରାଯାଇପାରିବ କି?
ଯେଭଳି ଭାବେ କୌଣସି ସାଧାରଣ ବୋମାକୁ ନିଷ୍କ୍ରିୟ କରାଯାଏ, ସେହିଭଳି ପରମାଣୁ ବୋମାକୁ ନିଷ୍କ୍ରିୟ କରାଯାଇପାରିବ ନାହିଁ। ବାସ୍ତବରେ ଏହା ପରମାଣୁ ଶୃଙ୍ଖଳା ଉପରେ ନିର୍ଭର କରେ, ଥରେ ଏହା ଆରମ୍ଭ ହେଲେ ଏହାକୁ ରୋକିବା ବହୁତ କଷ୍ଟକର । ପରମାଣୁ ବୋମା ପରମାଣୁ ବିଭାଜନର ଏକ ଶୃଙ୍ଖଳିତ ପ୍ରତିକ୍ରିୟା ସୃଷ୍ଟି କରି କାର୍ଯ୍ୟ କରେ, ଯେଉଁଠାରେ ପରମାଣୁ ବିଭାଜିତ ହୋଇ ଶକ୍ତି ମୁକ୍ତ କରେ ଏବଂ ଅଧିକ ନ୍ୟୁଟ୍ରୋନ୍ ମୁକ୍ତ କରେ । ଏହା ଦ୍ୱାରା ଆହୁରି ବିଭାଜନ ସୃଷ୍ଟି ହୋଇଥାଏ। ଥରେ ପରମାଣୁ ବୋମା ଶୃଙ୍ଖଳିତ ପ୍ରତିକ୍ରିୟା ଆରମ୍ଭ କରିବା ପରେ ଏହାକୁ ରୋକିବାର କୌଣସି ଉପାୟ ନାହିଁ ।
କିପରି ସୁରକ୍ଷିତ ରହିବେ
ଏକ ଆମେରିକୀୟ ୱେବସାଇଟ ରେଡିଏସନ୍ ଶକ୍ତିଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ କିଛି ଟିପ୍ସ ଦେଇଥାଏ । ଏଥିରେ କୁହାଯାଇଛି ଯେ ଯଦି ଆପଣଙ୍କ ପାଖରେ ପରମାଣୁ ଆକ୍ରମଣର ଚେତାବନୀ ଅଛି, ତେବେ ପରମାଣୁ ବଂକରରେ ହିଁ ଆଶ୍ରୟ ନେବା ବୁଦ୍ଧିମାନର କାମ ହେବ । ଏଥିପାଇଁ ମାଟି ଭିତରେ ୪-୫ ମିଟର କଂକ୍ରିଟ କାନ୍ଥର ବଙ୍କର ତିଆରି କରି ପରେ ସିସା ଆସ୍ତରଣ ଲଗାଇ ବିସ୍ଫୋରଣ ଓ ବିକିରଣକୁ ଏଡ଼ାଇ ଦିଆଯାଇପାରିବ। ତେବେ ଏହା ଏକ ସାମୟିକ ପ୍ରତିରକ୍ଷା। ଯଦି ସେହି ଅଞ୍ଚଳରୁ ବାହାରି ଯିବାର ସୁଯୋଗ ମିଳେ, ତେବେ ତାହା ସର୍ବୋତ୍ତମ ଏବଂ ବାହାରକୁ ବାହାରିବାର ଶେଷ ଉପାୟ ଅଟେ ।
ରକ୍ତଶର୍କରା ନିୟନ୍ତ୍ରଣ କରେ ଏହି ଖଜୁରୀ: ଜାଣନ୍ତୁ କେତେ ପ୍ରକାରର ଖଜୁରୀ ଅଛି

