- ଚଳିତ ସିରିଜରେ ୧୫୨.୧ ଓଭର ଓଭର ବୋଲିଂ କରିସାରିଛନ୍ତି ବୁମରା
- ନେଇଛନ୍ତି ୩୨ଟି ୱିକେଟ
- ବିଶେନ ସିଂହ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି
ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ଚାଲିଛି। ଆଉ ୩ଦିନ ଖେଳ ବାକି ରହିଛି। ମାତ୍ର ଏହା ପୂର୍ବରୁ ଦଳର ମୁଖ୍ୟ ଖେଳାଳି ଯଶପ୍ରୀତ ବୁମରା ଆହତ ହେବା ଦ୍ୱାରା ଭାରତୀୟ ଦଳର ଚିନ୍ତା ବଢ଼ି ଯାଇଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମରା ମୋଟ ୨ଟି ୱିକେଟ ନେଇଥିଲେ। ମଧ୍ୟାହ୍ନ ବିରତି ପରେ ବୁମରା ପ୍ରଥମ ଓଭର ବୋଲିଂ କରୁଥିବାବେଳେ ପିଠି ଯନ୍ତ୍ରଣା ଅନୁଭବ କରିଥିଲେ। ଅବଶ୍ୟ ଯନ୍ତ୍ରଣା ମଧ୍ୟରେ ସେ ଏହି ଓଭର ଶେଷ କରିଥିଲେ। ଅନ୍ୟ ବୋଲରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆକୁ ଭାରତ ମାତ୍ର ୧୧ ରନରେ ଅଲ୍ ଆଉଟ କରିଦେଇଥିଲା ଓ ୪ ରନରେ ଅଗ୍ରଣୀ ହାସଲ କରିଥିଲା।
ନୂଆବର୍ଷ ଟେଷ୍ଟର ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ପରେ ବୁମରା ମାତ୍ର ଗୋଟିଏ ଓଭର ବୋଲିଂ କରି ପଡ଼ିଆ ଛାଡ଼ିଥିଲେ। ସ୍ଥାନୀୟ ସମୟ ଅପରାହ୍ନ ୨ଟା ପରେ ସେ ଟିମ୍ ଡାକ୍ତର ଓ ଜଣେ ସିକ୍ୟୁରିଟି ଅଫିସରଙ୍କ ସହ ଡ୍ରେସିଂ ରୁମରୁ ବାହାରି ଡାକ୍ତରଖାନା ଯାଉଥିବା ଦେଖିବାକୁ ମିଳିଥିଲା। ଅପରାହ୍ଣ ୪.୪୦ ମିନିଟରେ ସେ ଫେରିଥିଲେ। ଖେଳ ଶେଷ ହେବା ପରେ ଦଳର ଅନ୍ୟ ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଗଣମାଧ୍ୟମକୁ କହିଥିଲେ, ବୁମରା ବୋଲିଂ ସମୟରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ସ୍କାନ୍ ପାଇଁ ଯାଇଥିଲେ। ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।
ଏହି ଗସ୍ତରେ ବୁମରାଙ୍କ କାର୍ଯ୍ୟଭାରକୁ ନେଇ ଉଦବେଗ ପ୍ରକାଶ ପାଇଛି। ସେ ୯ଟି ଇନିଂସରେ ୧୫୨.୧ ଓଭର ବୋଲିଂ କରି ୧୩.୦୬ ହାରରେ ୩୨ ୱିକେଟ୍ ନେଇଛନ୍ତି। ସେ ଅଷ୍ଟ୍ରେଲିଆ ଗସ୍ତରେ ଜଣେ ଭାରତୀୟ ବୋଲରଙ୍କ ଦ୍ୱାରା ସର୍ବାଧିକ ୱିକେଟ୍ ନେବାର ବିଶନ ବେଦୀଙ୍କ ରେକର୍ଡକୁ ପଛରେ ପକାଇ ସର୍ବକାଳୀନ ତାଲିକାରେ ମଧ୍ୟ ଶୀର୍ଷରେ ରହିଛନ୍ତି।
ବୁମରା ସକାଳ ଅଧିବେଶନ ଶେଷ ହେବା ପୂର୍ବରୁ ମଧ୍ୟ ଡ୍ରେସିଂ ରୁମ୍କୁ ଯାଇତିଲେ। ପରେ ସେ ଗ୍ରାଉଣ୍ଡକୁ ଫେରି ୨ ଓଭର ବୋଲିଂ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସେ ବୋଲିଂ ଆରମ୍ଭ କରିଥିଲେ ହେଁ ପୂର୍ବ ଭଳି ତାଙ୍କ ବୋଲିଂରେ ଗତି ନଥିଲା। ଉକ୍ତ ଓଭର ଶେଷ ହେବା ମାତ୍ରେ ସେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପରେ ସେ ଏକ କାର ଯୋଗେ ଏମସିଜି ଗ୍ରାଉଣ୍ଡ ଛାଡ଼ିବାର ଦେଖିବାକୁ ମିଳିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ, ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୪.୪୦ ରେ ସେ ପଡ଼ିଆକୁ ଫେରିଥିଲେ।
ଗତ ମେଲବର୍ଣ୍ଣ ଟେଷ୍ଟରେ ବୁମରା ୫୨ ଓଭର ବୋଲିଂ କରିଥିଲେ। ତାଙ୍କ କାର୍ଯ୍ୟଭାରକୁ ନେଇ ଦଳ ସତରତକ ରହିଥିବ ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ। ବର୍ତ୍ତମାନ ଭାରତ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉପ-ଅଧିନାୟକ ନାହାନ୍ତି। ବୁମରା ଉପ ଅଧିନାୟକ ଥିଲେ। ରୋହିତ ଥିଲେ ଅଧିନାୟକ। ମାତ୍ର ରୋହିତ ଏହି ଟେଷ୍ଟ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ବୁମରା ସିଡନୀ ଦଳର ନେତୃତ୍ୱ ନେଉଛନ୍ତି। ଆଜି ବୁମରାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳ ପରିଚାଳନା କରିଥିଲେ। ଦଳର ସବୁଠୁ ସିନିୟର ଖେଳାଳି ବିରାଟ କୋହଲି ତାଙ୍କୁ ଅନେକ ସମୟରେ ସହାୟତା କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାକୁ ହେଲେ ଭାରତକୁ ସିଡନୀ ଟେଷ୍ଟ ଜିତିବାକୁ ପଡ଼ିବ।
previous article: https://purvapaksa.com/i-stood-down-thats-what-i-would-say/
ଅବସର ଆଶଙ୍କାରୁ ପରଦା ଉଠିଲା: ରୋହିତ କହିଲେ, ମୁଁ ଏହି ଟେଷ୍ଟରୁ ଓହରିଛି, ଅବସର ନେଇନି