Budget 2025: ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୃହରେ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଇଣ୍ଡଷ୍ଟ୍ରିର ବହୁତ ଆଶା ରହିଛି । ଚାକିରି କରୁଥିବା ଲୋକଙ୍କୁ ଆୟକରଛାଡ଼ କରିବା ସହିତ ବ୍ୟବସାୟୀଙ୍କୁ ମଧ୍ୟ ଅନେକ ସୁବିଧା ମିଳିବା ଦରକାର ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି।
- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବେ
- ଏହି ବଜେଟରୁ ଇଣ୍ଡଷ୍ଟ୍ରି ବହୁତ କିଛି ଆଶା କରୁଛି
- ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଟିକସ ଛାଡ଼ ମିଳିବ ବୋଲି ଆଶା କରାଯାଉଛି
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ବେତନଭୋଗୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଏହି ବଜେଟ୍କୁ ନେଇ ଅନେକ ଆଶା ରଖିଛନ୍ତି, ଯେମିତି ପ୍ରତିବର୍ଷ ରଖନ୍ତି। ବେତନଭୋଗୀ ଯଦି ଟିକସ କମିବାର ଆଶା ରଖିଛନ୍ତି ସେମିତି ଶିଳ୍ପଜଗତ ଆଶା ରଖିଛି ଯେ ଅର୍ଥନୈତିକ ମାନ୍ଦାବସ୍ଥା କାଳରେ ଅର୍ଥମନ୍ତ୍ରୀ ଅର୍ଥନୀତିକୁ ବୁଷ୍ଟର ଡୋଜ୍ ଦେବେ। ମେକ୍ ଇନ୍ ଇଣ୍ଡିଆକୁ ବଢ଼ାଇବା ପାଇଁ ଶିଳ୍ପ ଜଗତକୁ କିଛି ରିହାତି ମିଳିବ ବୋଲି ଆଶା କରାଯାଉଛି।
ଆସନ୍ତା ବଜେଟ୍ରେ ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ସେହିପରି ଡିଜେଲ-ପେଟ୍ରୋଲକୁ ଜିଏସ୍ଟି ପରିସରଭୁକ୍ତ କରାଯାଇ ଏହାର ମୂଲ୍ୟ କିଛି ମାତ୍ରାରେ ହ୍ରାସ କରାଯିବ ବୋଲି ସାଧାରଣ ଲୋକ ଆଶା କରୁଛନ୍ତି। ଏହା ବ୍ୟତୀତ ବ୍ୟବସାୟୀମାନେ ଅନ୍ୟକିଛି ପ୍ରକାର ଟିକସ ଛାଡ଼ ଆଶା କରୁଛନ୍ତି। ବର୍ତ୍ତମାନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଛି ଏବଂ ବିଶ୍ୱ ଏକ ଅର୍ଥନୈତିକ ଅନିଶ୍ଚିତତା ଦେଇ ଗତି କରୁଛି। ବ୍ୟବସାୟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବାକୁ ଉଦ୍ୟୋଗ ଜଗତ ସରକାରଙ୍କୁ ଅନୁରୋଧ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୪ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିବ ବୋଲି ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ସମ୍ମୁଖରେ ବଜେଟ୍ ଉପସ୍ଥାପନ କରିବା ଚ୍ୟାଲେଞ୍ଜ।
ଆୟକର ହ୍ରାସ
କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) କହିଛି ଯେ ସରକାର ଇନ୍ଧନ ଉପରୁ ଟିକସ ହ୍ରାସ କରିବା ଉଚିତ। ସେହିପରି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ହ୍ରାସ କରାଯାଉ ବୋଲି ସିଆଇଆଇ କହିଛି।
ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଭଳି ରାଷ୍ଟ୍ର ସମର୍ଥିତ ଯୋଜନାର ଲାଭ ମଧ୍ୟ ବୃଦ୍ଧି କରାଯିବା ଦରକାର ବୋଲି ସିଆଇଆଇ କହୁଛି। କୃଷକମାନେ ନଗଦ ସହାୟତା ବୃଦ୍ଧି କରିବା ସହ ନିମ୍ନ ଆୟବର୍ଗଙ୍କ ପାଇଁ ଉପଭୋକ୍ତା ଭାଉଚର ଉପରେ ବିଚାର କରିବା ଉଚିତ ବୋଲି ସିଆଇଆଇ ପରାମର୍ଶ ଦେଇଛି।
ବ୍ୟବସାୟୀଙ୍କୁ ଟିକସ ଛାଡ଼
ଦୁଇଟି ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ସରଳ ଟିକସ ନିୟମ ଦାବି କରୁଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଚାହୁଁଛି ଯେ ସରକାର ବ୍ୟବସାୟ ଉପରେ ଟିକସ ବୋଝ ହ୍ରାସ କରନ୍ତୁ। କ୍ଷୁଦ୍ର ଶିଳ୍ପ ଗୋଷ୍ଠୀ ଲଘୁ ଉଦ୍ୟୋଗ ଭାରତୀର ବୀରେନ୍ଦ୍ର ନାଗପାଲ ଏକ ନିର୍ଦ୍ଦିଷ୍ଟ ଟିକସ ଛାଡ଼ ପାଇଁ ପରାମର୍ଶ ଦେଇଛନ୍ତି। ନାଗପାଲ କହିଛନ୍ତି ଯେ ବଡ଼ ୟୁନିଟରେ ନିବେଶ ହୋଇଥିବା କାରଖାନା ବିକ୍ରି ଆୟ ଉପରେ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ରିହାତି ଦେବା ଉପରେ ସରକାର ବିଚାର କରିବା ଉଚିତ। ଏହି ପରିବର୍ତ୍ତନଦ୍ୱାରା ଭାରତରେ ବ୍ୟବସାୟ କରିବା ସହଜ ହେବ।
ଶୁଳ୍କ ହ୍ରାସ
ସରକାର ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଉପରେ ଶୁଳ୍କ ହ୍ରାସ କରନ୍ତୁ ବୋଲି ଇଣ୍ଡିଆନ୍ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଇଏ) ଚାହୁଁଛି। ଯାହାଫଳରେ ଘରୋଇ ଫୋନ୍ ନିର୍ମାତାଙ୍କ ଖର୍ଚ୍ଚ ହ୍ରାସ ପାଇପାରିବ। ଏହି ଉପାଦାନଗୁଡ଼ିକ ମଧ୍ୟରେ ମୋବାଇଲ୍ ଫୋନ୍ ପାଇଁ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଏବଂ କ୍ୟାମେରା ମଡ୍ୟୁଲ୍ ଭଳି ପାର୍ଟସ୍ ଅନ୍ତର୍ଭୁକ୍ତ।
ଟେଲିଭିଜନ ଏବଂ କାର୍ ଡିସପ୍ଲେ କମ୍ପୋନେଣ୍ଟ ପାଇଁ ଶୁଳ୍କ ହ୍ରାସ କରିବାକୁ ଆଇସିଇଏ ପରାମର୍ଶ ଦେଇଛି। ଏହାବ୍ୟତୀତ ଘରୋଇ ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ନିର୍ମାତାମାନଙ୍କ ପାଇଁ ପ୍ରାୟ ୪.୬ ବିଲିୟନ ଡଲାରର ଆର୍ଥିକ ସହାୟତା ଦେବାକୁ ସଂଘ ପ୍ରସ୍ତାବ ଦେଇଛି।
ରପ୍ତାନିକୁ ପ୍ରୋତ୍ସାହନ
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (ଏଫଆଇଇଓ) ଅନୁଯାୟୀ, ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ଯୋଗୁଁ ଭାରତର ରପ୍ତାନି ତ୍ୱରାନ୍ୱିତ ହୋଇପାରେ। ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, କେମିକାଲ ଏବଂ ପୋଷାକ ଭଳି କ୍ଷେତ୍ରରେ ଭାରତ ରପ୍ତାନିକୁ ୨୫ ବିଲିୟନ ଡଲାରକୁ ବୃଦ୍ଧି କରିବାର ସୁଯୋଗ ରହିଛି ବୋଲି ଏହି ସଂସ୍ଥା ବିଶ୍ୱାସ କରେ । ଏଫଆଇଇଓ ପରାମର୍ଶ ଦେଇଛି ଯେ ଭାରତ ଏକ ନୂତନ ଆମେରିକା-କେନ୍ଦ୍ରିତ ରପ୍ତାନି ମାର୍କେଟିଂ ରଣନୀତି ପ୍ରସ୍ତୁତ କରି ଏହି ପରିସ୍ଥିତିର ଫାଇଦା ଉଠାଇପାରିବ।
ଗତ କିଛିବର୍ଷ ମଧ୍ୟରେ ଅନେକ ବନ୍ଦେ ଭାରତ ଟ୍ରେନ ପ୍ରଚଳନ କରାଯାଇଛି। ଏହା ସହିତ, ଅମୃତ ଭାରତ ଏକ୍ସପ୍ରେସ ମଧ୍ୟ ଆରମ୍ଭ ହୋଇଛି। ସେହି ସମୟରେ, ରେଳବାଇ ପୁରୁଣା ଟ୍ରାକଗୁଡ଼ିକୁ ଦ୍ରୁତ ଗତିରେ ବଦଳାଇବାରେ ଲାଗିଛି ଯାହାଦ୍ଵାରା ଟ୍ରେନଗୁଡ଼ିକର ଗତି ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଦୁର୍ଘଟଣା ରୋକିବା ପାଇଁ ରେଳବାଇ ଏହାର ସମ୍ପୂର୍ଣ୍ଣ ଟ୍ରାକରେ ସିଲ୍ଡ ସିଷ୍ଟମ ସ୍ଥାପନ କରିବା ଉପରେ କାମ କରୁଛି।
Also readhttps://purvapaksa.com/what-will-be-the-railway-budget-big-gifts-may-be-given/
