Budget-2025: ସଂସଦରେ ଉପସ୍ଥାପିତ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ମେକ୍ ଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ ଏମଏସଏମଇ ଆଦି ଫୋକସରେ ରହିଛି। ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ, କୃଷିକୁ ବିକାଶର ପ୍ରଥମ ଇଞ୍ଜିନ୍ କହିଥିବାବେଳେ ଏମଏସଏମଇ ବିକାଶର ଦ୍ୱିତୀୟ ଇଞ୍ଜିନ ଓ ପୁଞ୍ଜି ନିବେଶ ୩ୟ ଇଞ୍ଜିନ ବୋଲି କହିଛନ୍ତି।
ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ, ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଲାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡ଼ିବ। ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍।
ଏମଏସଏମଇ ବିକାଶର ଦ୍ୱିତୀୟ ଇଞ୍ଜିନ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ୍ । ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯୁବକଙ୍କୁ ଏମଏସଏମଇ ଦ୍ୱାରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍। ଅଣଚମଡ଼ା ଶିଳ୍ପଦ୍ୱାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି।
୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡ଼ିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯଇଛି।
Also raedhttps://purvapaksa.com/what-is-difference-between-dating-and-relationship/
