Jhalmudhi: ଯଦି ଆମେ ଖାଇବା ବିଷୟରେ କହିବା, ତେବେ କୋଲକାତାକୁ କିପରି ଭୁଲିପାରିବା? ପଶ୍ଚିମବଙ୍ଗ ବା କୋଲକାତା ଯେତେ ତା’ର ପର୍ଯ୍ୟଟନସ୍ଥଳୀ ପାଇଁ ଲୋକପ୍ରିୟ ସେତେ ହିଁ ସେଠାରେ ମିଳୁଥିବା ଖାଇବା ପାଇଁ ପ୍ରସିଦ୍ଧ।
ଆଉ କୋଲକାତା ମାନେ, ମନେ ପଡ଼ିଯାଏ ବେଶ ପ୍ରସଦ୍ଧ ଝାଲମୁଢ଼ି କଥା। ଏହା ଖାଇବାରେ ଯେତେ ଟେଷ୍ଟି ଦେଖିବା ପାଇଁ ସେତେହିଁ ରଙ୍ଗୀନ । ତେବେ ଏହି ଝାଲମୁଢ଼ି କେବଳ ଭାରତରେ ସୀମିତ ନୁହେଁ। ଏହାର ଆଲୋଚନା ଏବେ ଲଣ୍ଡନରେ ମଧ୍ୟ ଚାଲିଛି।
ଲଣ୍ଡନର ଜଣେ ବ୍ୟକ୍ତି ଝାଲମୁଢ଼ିକୁ ଠିକ କୋଲକାତା ଷ୍ଟାଇଲରେ ବିକ୍ରି କରିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ସେହି ବ୍ୟକ୍ତି ଜଣକ ଲଣ୍ଡନର ବାସିନ୍ଦା। ପୂର୍ବରୁ ବ୍ୟକ୍ତି ଜଣକ ସେଠାରେ ଅନ୍ୟ କାମ କରୁଥିଲେ ଏବଂ ପରେ ସେ ଚାକିରି ଛାଡି ଝାଲମୁଢ଼ି ବିକିବା ଆରମ୍ଭ କରିଥିଲେ। ଏଥିରୁ ଆମେ ଜାଣିପାରିବା ଯେ ଭାରତ ବାହାରେ ମଧ୍ୟ ଝାଲମୁଢ଼ିର ପପୁଲାରଇଟି କେତେ ରହିଛି। ତେବେ ବ୍ୟକ୍ତି ଜଣକ ଏକ ଢେଲା ଗାଡ଼ିରେ ମୁଢ଼ି, ମଟର ସିଝା, ପିଆଜ, ଧନିଆ ପତ୍ର ଠାରୁ ଆରମ୍ଭ କରି ସବୁ ଜିନିଷ ରଖିଛନ୍ତି।
ଯେପରି କୋଲକାତାରେ ଝାଲମୁଢ଼ି ତିଆରି କରାଯାଏ ବ୍ୟକ୍ତି ଜଣକ ଠିକ ସେହିପରି ଗୋଟିଏ ପାତ୍ରରେ ମୁଢ଼ି , ତାଜା ଧନିଆ ପତ୍ର, ପିଆଜ, ଅନେକ ମସଲା, କାକୁଡି ଶେଷରେ ଲେମ୍ବୁ ରସ ମିଶାଇ ଝାଲମୁଢ଼ି ତିଆରି କରୁଛନ୍ତି। ଶେଷରେ, ଝାଲମୁଢ଼ିକୁ ଖବରକାଗଜରେ ତିଆରି ଏକ ଠୋଙ୍ଗା ପରିବେଷଣ କରିଥିଲେ। ଠିକ୍ ଯେପରି ଭାରତରେ ଝାଲମୁଢ଼ି ବିକ୍ରି କରାଯାଏ।
ALSO READ: https://purvapaksa.com/has-dating-become-any-easier-for-divorced-indian-women/
ପ୍ରେମର ସନ୍ଧାନରେ, ଛାଡ଼ପତ୍ର ପ୍ରାପ୍ତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ସହଜ କି?