ହସ୍ପିଟାଲରେ ମସ୍ତିଷ୍କ ମୃତ ଘୋଷିତ ହେବାର କିଛି ସମୟ ପରେ ପୁଣି ଜିଁ ଉଠିଲେ ମହିଳା | ହସ୍ପିଟାଲରୁ ଘରକୁ ନେଇ ଯାଉଥିବା ଆମ୍ବୁଲାନ୍ସର ରାସ୍ତାଖାଲରେ ମାଡ଼ ହେବ ଫଳରେ ଘଟିଛି ଏପରି କିଛି ଘଟଣା | ହାଫିଜଗଞ୍ଜ ଅଞ୍ଚଳ ନିକଟରେ ଏକ ଚଳନ୍ତା ଆମ୍ବୁଲାନ୍ସ ଗର୍ତ୍ତରେ ପିଟି ହେବା ପରେ ରୋଗୀଙ୍କ ଭିତରେ ଦେଖାଦେଇଥିଲା ଜୀବନର ଲକ୍ଷଣ ଦେଖାଗଲା । ପରେ ଡାକ୍ତରଖାନାକୁ ପୁଣି ଫେରି ସମ୍ପୂର୍ଣ୍ଣ ରୂପେ ଭଲ ହୋଇ ୧୩ ଦିନ ପରେ ଫେରିଲେ ଘରକୁ |
ଘଟଣାଟି ୟୁପିର ବରେଲି ସ୍ଥିତ ଏକ ଘରୋଇ ହସ୍ପିଟାଲ | ଯେଉଁଠାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତର “ମସ୍ତିଷ୍କ ମୃତ” ଘୋଷିତ କରିଥିଲେ | ଏହାପରେ ମହିଳାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ଘରକୁ ନେଇ ଯାଉଥିବା ରାସ୍ତାରେ ଆମ୍ବୁଲାନ୍ସ ଏକ ଗର୍ତ୍ତରେ ପିଟି ହେଇଥିଲା | ଏହାପରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା , ମହିଳାଙ୍କ ଠି ପୁଣି ଜୀବନର ଲକ୍ଷଣ ଦେଖାଗଲା | ଯାହା ଫଳରେ ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାର ଏହି ପୁରା ଘଟଣା ଏକ ନାଟକୀୟ ମୋଡ଼ ନେଇଛି ।
ପିଲିଭିତ ଜିଲ୍ଲା କୋର୍ଟରେ ମୁଖ୍ୟ କପିଷ୍ଟ ଭାବରେ କାମ କରୁଥିବା ବିନୀତା ଶୁକ୍ଲା ନାମକ ମହିଳା ସହରରେ ତାଙ୍କ ଘରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କ ସ୍ୱାମୀ କୁଲଦୀପ ଶୁକ୍ଲା ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନେଇଗଲେ। ସେଠାରେ ଡାକ୍ତରମାନେ ତାଙ୍କର ଗୁରୁତର ଅବସ୍ଥା ଦେଖି ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବରେଲିକୁ ରେଫର କରିଥିଲେ।
କୁଲଦୀପ ବିନୀତାଙ୍କୁ ବରେଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଚିକିତ୍ସା ସମୟରେ, ଡାକ୍ତରମାନେ କୁଲଦୀପଙ୍କୁ କହିଥିଲେ ଯେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆଉ କିଛି କରାଯାଇପାରିବ ନାହିଁ। ତାଙ୍କ କହିବା ଅନୁଯାଇ ମହିଳାଙ୍କ ମସ୍ତିଷ୍କ ମୃତ ହୋଇସାରିଥିଲା ଏବଂ ପରିବାରକୁ ତାଙ୍କୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ | ଏହା ପରେ କହିଥିଲେ ଭେଣ୍ଟିଲେଟରରୁ କାଢ଼ିବା ପରେ ତାଙ୍କ ଜୀବନର ସମୟ ସୀମା ସରିଯିବା | ଏହାପରେ କୁଲଦୀପ ଡାକ୍ତରମାନଙ୍କୁ ଆଉ ଏକ ରାତି ପାଇଁ ଚିକିତ୍ସା ଜାରି ରଖିବାକୁ ଅନୁରୋଧ କରିଥିଲେ | କିନ୍ତୁ ପରଦିନ ସକାଳେ ତାଙ୍କୁ ପୁଣି ଥରେ ତାଙ୍କ ସ୍ତ୍ରୀଙ୍କୁ ଘରକୁ ନେଇଯିବାକୁ କୁହାଯାଇଥିଲା କାରଣ ଆଉ କୌଣସି ଆଶା ବାକି ନଥିଲା। ଏହା ପରେ, କୁଲଦୀପ ପିଲିଭିତରେ ଥିବା ପରିବାର ସଦସ୍ୟମାନଙ୍କୁ ସବୁ ଜଣାଇଥିଲେ , ଯାହାପରେ ତାଙ୍କ ଘରେ ବିନୀତାଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଘରେ, ତାଙ୍କ ଶାଶୁ, ପୁଅ, ବୋହୂ ଏବଂ ଝିଅ ଶୋକାକୁଳ ହୋଇ ଶବକୁ ଅପେକ୍ଷା କରିଥିଲେ ଏବଂ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ।
ତା’ପରେ କୁଲଦୀପ ଏକ ଆମ୍ବୁଲାନ୍ସରେ ବିନୀତାଙ୍କୁ ନେଇ ପିଲିଭିତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ବରେଲିର ହାଫିଜଗଞ୍ଜ ନିକଟରେ, ଆମ୍ବୁଲାନ୍ସର ଚକ ରାସ୍ତାରେ ଏକ ଗାତରେ ପଡ଼ିଥିଲା , ଯାହା ଗାଡ଼ିରେ ମହଜୁଦ ଥିବା ସମସ୍ତଙ୍କୁ ଏକ ଜୋରଦାର ଝଟକା ଦେଇଥିଲା।
ହଠାତ୍ ଆଘାତ ପରେ ଯାତ୍ରୀମାନେ ନିଜକୁ ସ୍ଥିର କରିବା ସମୟରେ, ବିନୀତାଙ୍କ ଶରୀରରେ ହଲଚଲ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେଠୁ ପରିବାର ଲୋକ ତୁରନ୍ତ ତାଙ୍କୁ ପିଲିଭୀତର ଏକ ଘରୋଇ ହସ୍ପିଟାଲକୁ ନେଇଗଲେ । ସେମାନଙ୍କ କହିବା ଅନୁଯାୟୀ, ସେଠାରେ ଡାକ୍ତରମାନେ ପ୍ରଥମେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଅନିଚ୍ଛୁକ ଥିଲେ, କିନ୍ତୁ ପରିବାର ଲୋକଙ୍କ ଜିଦ୍ ପରେ ଶେଷରେ ତାଙ୍କୁ ପୁନଃ ପରୀକ୍ଷା କରିଥିଲେ। ଚିକିତ୍ସା ଆରମ୍ଭ ହେବା ପରେ ବିନୀତାଙ୍କ ଠି ଧୀରେଧୀରେ ସୁସ୍ଥ ହେବାର ଲକ୍ଷଣ ଦେଖାଦେବା ଆରମ୍ଭ କରିଥିଲା । ୧୩ଦିନର ମେଡିକାଲ ଚିକତ୍ସା ପରେ ଏବେ ସେ ଘରକୁ ଫେରି ଆସିଛନ୍ତି ଏବଂ ସୁସ୍ଥ ହେଉଛନ୍ତି।
ପୁନର୍ଜନ୍ମ ନ ଵିଜ୍ଞାନର କରିସ୍ମା
ତେବେ ତାଙ୍କୁ ଚିକିତ୍ସା କରିଥିବା ନ୍ୟୁରୋସର୍ଜନ ଡାକ୍ତର ରାକେଶ ସିଂହ ପରେ କହିଥିଲେ ଯେ ରୋଗୀ ସାପ କାମୁଡ଼ାର ପ୍ରଭାବରୁ ପୀଡିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେହି ସମ୍ଭାବନାକୁ ଆଧାର କରି ଡାକ୍ତରମାନେ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ସହିତ ଆଣ୍ଟି-ଭେନମ୍ ଇଞ୍ଜେକ୍ସନବି ଦେଇଥିଲେ। ପ୍ରାୟ 24 ଘଣ୍ଟା ମଧ୍ୟରେ ରୋଗୀଙ୍କ ଅବସ୍ଥା ଧୀରେ ଧୀରେ ଉନ୍ନତ ହେବାକୁ ଲାଗିଲା । ତାଙ୍କୁ ଲକ୍ଷ୍ନୌର ନ୍ୟୁରୋଲୋଜି ବିଶେଷଜ୍ଞଙ୍କ ସହ ପରାମର୍ଶ ପାଇଁ ମଧ୍ୟ ପଠାଯାଇଥିଲା । ପ୍ରାୟ 13 ଦିନର ଚିକିତ୍ସା ପରେ, ବିନୀତା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଏବେ ଏକ ସାଧାରଣ ଜୀବନଯାପନ କରୁଛନ୍ତି। ତେବେ ପରିବାର ଲୋକେ ଏହି ଘଟଣାକୁ କୌଣସି ଚମତ୍କାର ଠାରୁ କମ୍ ନୁହେଁ ବୋଲି ଭାବିଥିବା ବେଳେ , ଡାକ୍ତରୀ ଦଳର ପ୍ରୟାସ ଏବଂ ରୋଗ ନିର୍ଣ୍ଣୟ କରିବା ପାଇଁ ସାରା ସହରରେ ଛୁଟିଛି ଟିମ୍ ପାଇଁ ପ୍ରଶଂସା ।
also read : https://purvapaksa.com/maoists-begin-new-life-after-surrender/
ଆତ୍ମସମର୍ପଣ ପରେ ମାଓବାଦୀମାନଙ୍କ ନୂଆ ଜୀବନ ଆରମ୍ଭ || Maoists begin new life after surrender


