ଆସୁଛି ପାର୍ବଣ ସଜେଇ ହେଉଛି ରାଜଧାନୀ ଆଉ ସତର୍କ ହେଉଛି ପ୍ରଶାସନ। ପୂଜା ପାଇଁ କମିଶନର ପୋଲିସଠାରୁ ଅରମ୍ଭ କରି ବିଏମସି ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ପ୍ରସ୍ତୁତ। ସୁରକ୍ଷିତ ଆଉ ଶୃଙ୍ଖଳାରେ ଦଶହରା ସାରିବା ପାଇଁ ବିଏମସି ନେଇଛି ବଡ଼ ପଦକ୍ଷେପ। ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ହେବ ନାହିଁ । ଏହାସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି।
ମେଲୋଡି ଶୋ’ରେ ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧ ସହ ମେଳା/ରାବଣ ପୋଡ଼ି ପାଇଁ ବାଧ୍ୟତାମୂଳକ ପାର୍କିଂ ସ୍ଥାନ ଅନୁମୋଦନ ଆଦି ବିଏମସି କମିଶନର, ମେୟର, କର୍ପୋରେଟର, ପୋଲିସ ଅଧିକାରୀ, ୱାଟକୋ ଏବଂ ଅଗ୍ନିଶମ ସେବା ସମେତ ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଯଦି ପାର୍କିଂ ନଥିବ ତାହାଲେ ପଡ଼ିବନି ମୀନା ବଜାର, ମିଳିବନି ରାବଣ ପୋଡ଼ି ଅନୁମତି। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି, ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ, ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ,ପୂଜା କମିଟିଗୁଡ଼ିକୁ ମୁଖ୍ୟ ରାସ୍ତାରେ ସାଜସଜ୍ଜା ଫାଟକ ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ବ୍ୟତୀତ, ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଉତ୍ସବ ପୂର୍ବରୁ ସମସ୍ତ ରାସ୍ତା ଏବଂ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଏବଂ ତାର ମରାମତି କରାଯିବ। କମିଶନର ଚଞ୍ଚଲ ରାଣା ଏ ସମ୍ପର୍କରେ ଏକ ସମୟସୀମା ସ୍ଥିର କରିଛନ୍ତି ଏବଂ ପ୍ରତ୍ୟେକ ୱାର୍ଡକୁ ଗର୍ତ୍ତ ଏବଂ କ୍ଷତିଗ୍ରସ୍ତ ରାସ୍ତା ମରାମତି ପାଇଁ 5 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂଜା ମଣ୍ଡପରୁ ବୁଲା କୁକୁରମାନଙ୍କୁ ମଧ୍ୟ ହଟାଯିବ। ପୂର୍ବରୁ, କମିଶନରେଟ୍ ପୋଲିସ ବିସର୍ଜନ ଶୋଭାଯାତ୍ରାରେ ଡିଜେ ସଙ୍ଗୀତ, ଲେଜର ଲାଇଟ୍ ଏବଂ ଆତସବାଜି ବ୍ୟବହାର ଉପରେ କଡ଼ା କଟକଣା ଜାରି କରିଥିଲା।
Also Read https://purvapaksa.com/gst-reforms-indias-answer-to-trumps-tariff-war/


