Blue Eyes: ଆଜିକାଲିର ସମୟରେ ଫ୍ୟାସନରେ ଅନେକ ପରିବର୍ତ୍ତନ ଆସିଛି।
ଲୋକମାନେ ତାଙ୍କ କେଶର ରଙ୍ଗ ପରିବର୍ତ୍ତନ କରିବା ସହ ନିଜ ଆଖିର ରଙ୍ଗ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ଲେନ୍ସର ବ୍ୟବହାର କରିଥାନ୍ତି। ହେଲେ ପ୍ରକୃତରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗର ଆଖି ଆମକୁ ଦେଖିବାକୁ ମିଳେ। ଏ ଦୁନିଆରେ ନୀଳ ଆଖିଥିବା ଲୋକମାନେ ଯେତେ କମ୍ ଅଛନ୍ତି, ତାହାଠୁ ଅଧିକ ତାଙ୍କ ବିଷୟରେ ଚର୍ଚ୍ଚା ହୋଇଥାଏ । ସେ ବିଶ୍ୱବ୍ରାହ୍ମଣ୍ଡ୍ୟ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହେଉ କି ଅନ୍ୟ କେହି ନୀଳ ନୟନା, ଏମାନଙ୍କ ଆଖିରେ ଫିଦା ହୋଇଯାଏ ସମ୍ପୂର୍ଣ୍ଣ ବିଶ୍ୱ।
ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱରେ ମୋଟ ୮ ରୁ ୧୦ ପ୍ରତିଶତ ଲୋକ କେବଳ ନୀଳ ଆଖି ଥିବା ଲୋକ ଅଟନ୍ତି । ମାତ୍ର ଏହି ଲୋକଙ୍କ ବୟସ ବଢିବା ସାଙ୍ଗକୁ ସେମାନଙ୍କ ଏ ନୀଳ ରଙ୍କ ଗାୟବ ବା ଉଭାନ ମଧ୍ୟ ହୋଇପାରେ ବୋଲି ବୈଜ୍ଞାନିକମାନେ କୁହନ୍ତି । ତଥାପି କେତେକ ଲୋକଙ୍କ ପାଖରେ ଏହା ଆଜୀବନ ରହିଥାଏ । ନୀଳ ଆଖି ଥିବା ଲୋକଙ୍କୁ ନେଇ ଏକ ଗବେଷଣା ସାମ୍ନାକୁ ଆସିଛି। ଯାହା ବେଶ୍ ହଇଚଇ ସୃଷ୍ଟି କରିବା ସହ ଏବେ ରୋଚକତା ଭରିଛି ଲୋକଙ୍କ ମନରେ । ଆଶ୍ଚର୍ଯ୍ୟ କରି ଦେଇଛି ବୈଜ୍ଞାନିକମାନଙ୍କ ଏ ଗବେଷଣା ।
ପ୍ରକାଶଥାଉ ଯେ, ବିଶ୍ୱର ପ୍ରତ୍ୟେକ ନୀଳ ଆଖି ରଖିଥିବା ବ୍ୟକ୍ତି ଏକ ୟୁରୋପୀୟ ବ୍ୟକ୍ତିଙ୍କ ବଂଶଜ ବୋଲି ଗବେଷଣାରୁ ଜଣାପଡ଼ିଛି । ସେମାନେ ଏମିତି ୟୁରୋପୀୟ ବ୍ୟକ୍ତିଙ୍କ ବଂଶଜ ଯେଉଁମାନେ ଆଜିକୁ ପ୍ରାୟ ୬ ହଜାରରୁ ୧୦ ହଜାର ବର୍ଷ ପୂର୍ବେ ରହୁଥିଲେ । କୋପେନହେଗନ ବିଶ୍ୱବିଦ୍ୟାଳୟର ପ୍ରୋଫେସର ହଂସ ଆଇବର୍ଗଙ୍କ କହିବାନୁସାରେ, ମଣିଷର କ୍ରୋମୋସୋମ୍ସରେ OCA2 ଜିନକୁ ପ୍ରଭାବିତ କରୁଥିବା ଏକ ଜେନେଟିକ ମ୍ୟୁଟେଶନର ପରିଣାମସ୍ୱରୂପ ଏକ ପରିବର୍ତ୍ତନ ଯୋଗୁଁ ଏଭଳି ଆଖିର ରଙ୍ଗ ପରିବର୍ତ୍ତିତ ହୋଇଥାଏ ବୋଲି ଜଣାପଡିଛି ।
ଗବେଷଣାରେ ମଧ୍ୟ ଏହା ଦର୍ଶାଯାଇଛି ଯେ, ଏଥିରେ ଗୋଟିଏ ଜିନ୍ ମ୍ୟୁଟେଶନକୁ ଦର୍ଶାଯାଇଛି । ଯାହା ୬ ରୁ ୧୦ ହଜାର ପୂର୍ବର । ଏହି ମ୍ୟୁଟେଶନର ପ୍ରଭାବରେ ହିଁ ଆଖିର ରଙ୍ଗ ନୀଳ ହୋଇଥାଏ । ବୈଜ୍ଞାନିକମାନଙ୍କ କହିବାନୁସାରେ, ଛୋଟବେଳେ ଯେଉଁମାନଙ୍କ ଆଖି ପୂର୍ଣ୍ଣ ରୂପରେ ବିକଶିତ ହୋଇ ନଥାଏ ସେମାନଙ୍କ ଆଖିର ରଙ୍ଗ ନୀଳ ହୋଇଯାଏ ।
ALSO READ: https://purvapaksa.com/most-adult-film-watching-countries-in-the-world/
କେଉଁ ଦେଶରେ ସବୁଠାରୁ ଅଧିକ ଆଡଲ୍ଟ ସିନେମା ଦେଖୁଛନ୍ତି ଲୋକେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ