Blood in Urine: ଯେଉଁ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ଆସୁଛି ସେ ବ୍ଲେଡର୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ବୋଲି କିଛି ମାନେ ନାହିଁ ।
ଏହାର ଅନ୍ୟ କିଛି କାରଣ ମଧ୍ୟ ହୋଇଥାଇପାରେ । ପରିସ୍ରାମାର୍ଗରେ ସଂକ୍ରମଣ (ୟୁଟିଆଇ) କିମ୍ବା ଅଧିକ ବ୍ୟାୟାମ କାରଣରୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥାଏ । ୟୁଟିଆଇର ସଂକେତ ପରିସ୍ରା କରିବାରେ କଷ୍ଟ ,ପରିସ୍ରା ରଙ୍ଗ ପରିବର୍ତ୍ତନ, ବାରମ୍ବାର ପରିସ୍ରା ଲାଗିବା ଏବଂ ରୋକି ନ ପାରିବା ଭଳି ସମସ୍ୟା ହୋଇଥାଇପାରେ । ବ୍ୟାୟାମ , ଦୌଡ଼ , ସନ୍ତରଣର ମାତ୍ରା ଅଧିକ ସମୟ ଧରି କରିଲେ ମଧ୍ୟ ପରିସ୍ରାରେ ରକ୍ତ ବାହାରିଥାଏ ।
ଏହା ଦିନେ , ୨ ଦିନ ଭିତରେ ଠିକ୍ ମଧ୍ୟ ହୋଇଯାଏ । କିଛି ଖାଦ୍ୟ କିମ୍ବା ଔଷଧ କାରଣରୁ ମଧ୍ୟ ପରିସ୍ରାର ରଙ୍ଗ ଲାଲ୍ ହୋଇଯାଏ । ବ୍ଲାକବେରୀ, ବିଟ୍, ରେଡଫୁଡ୍ ଭଳି ଖାଦ୍ୟପଦାର୍ଥ ଖାଇଲେ ପରିସ୍ରାର ରଙ୍ଗ ଗୋଲାପୀ କିମ୍ବା ନାଲି ହୋଇଯାଏ।
ବେଳେବେଳେ ବିଟ୍ ଖାଇବା ପରେ ପରିସ୍ରାର ରଙ୍ଗ ଗୋଲାପୀ ହୋଇଯାଏ ଯାହା ରକ୍ତ ଭଳି ଦେଖାଯାଏ । ବିଟ୍ ର ରଙ୍ଗ ଲାଲ୍ ହେବା କାରଣରୁ ଏହା ପରିସ୍ରାରେ ସମାନ ମାତ୍ରାରେ ଖେଳେଇ ହୋଇଯାଏ । ଯେତେବେଳେ ପରିସ୍ରା , ପ୍ର୍ରୋଷ୍ଟେଟ୍ ବା କିଡନି କ୍ୟାନ୍ସରର ପରୀକ୍ଷା କରାଯାଏ । ଅସଲ ସମସ୍ୟା କ’ଣ ଜଣାପଡିଥାଏ ।
ବ୍ଲେଡର୍ କ୍ୟାନ୍ସରର ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ରକ୍ତ ଆସିବା । ଯାହାକୁ ‘ହିମେଟ୍ୟୁରିଆ’ ମଧ୍ୟ କୁହାଯାଏ । ଡାକ୍ତରଙ୍କ କହିବାନୁସାରେ, ବ୍ଲେଡର୍ କ୍ୟାନ୍ସରରେ ପାଖାପାଖି ୮୦ % ରୋଗୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିିଳିଥାଏ।
ALSO READ: https://purvapaksa.com/pomegranate/