ପଶ୍ଚିମବଙ୍ଗ ନିର୍ବାଚନ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠି ପ୍ରତିଟି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଗ୍ରାଉଣ୍ଡ ଜିରୋର ରିପୋର୍ଟ କହୁଛି ଯେ, ବଙ୍ଗଳାର ମିଜାଜ୍ ବଦଳୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ଜନସମୁଦ୍ର ଏବଂ ସାଇଲେଣ୍ଟ ଭୋଟରଙ୍କ ସଙ୍କେତ କହୁଛି କି ଏଥର କିଛି ଐତିହାସିକ ଘଟିବାକୁ ଯାଉଛି। କିନ୍ତୁ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଅସ୍ତ୍ର ସାଜିଛି ବିଜେପିର ନୂଆ ମାନିଫେଷ୍ଟୋ। ଆସନ୍ତୁ ଜାଣିବା କିପରି ବିଜେପିର ଏହି ଶପଥ ପତ୍ର ମମତାଙ୍କ ଦୁର୍ଗକୁ ଦୋହଲାଇ ଦେଇଛି।”
ବିଜେପିର ୧୫ଟି ବଡ଼ ପ୍ରତିଶ୍ରୁତି
ବିଜେପି ନିଜ ମାନିଫେଷ୍ଟୋକୁ ‘ଶପଥ ପତ୍ର’ ନାମ ଦେଇଛି। ଏଥିରେ ବଙ୍ଗଳାବାସୀଙ୍କ ପାଇଁ ୧୫ଟି ମୁଖ୍ୟ ପ୍ରତିଶ୍ରୁତି ଦିଆଯାଇଛି:
୧. ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ସୀମାପାର ଅନୁପ୍ରବେଶ ରୋକିବା ପାଇଁ ଶକ୍ତ ପଦକ୍ଷେପ।
୨. ଭ୍ରଷ୍ଟାଚାର ଉପରେ ହ୍ଵାଇଟ୍ ପେପର: ଟିଏମସିର ୧୫ ବର୍ଷର ଶାସନରେ ହୋଇଥିବା ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇବା ପାଇଁ ଶ୍ଵେତପତ୍ର ଜାରି କରାଯିବ।
୩. ସପ୍ତମ ବେତନ କମିଶନ: ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ସହ DA ସୁନିଶ୍ଚିତ ହେବ।
୪. ଭାଷାଗତ ଗୁରୁତ୍ୱ: ରାଜବଂଶୀ ଏବଂ କୁରମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯିବ।
୫. ମତ୍ସ୍ୟଜୀବୀଙ୍କ ବିକାଶ: ବଙ୍ଗଳାକୁ ମାଛ ରପ୍ତାନିର ଏକ ହବ୍ ଭାବେ ଗଢ଼ି ତୋଳାଯିବ।
୬. ୟୁସିସି (UCC) ଲାଗୁ: ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ପ୍ରତିଶ୍ରୁତି।
୭. ଆୟୁଷ୍ମାନ ଭାରତ: କେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ବଙ୍ଗଳାରେ କାର୍ଯ୍ୟକାରୀ ହେବ।
ମହିଳା ଓ ଯୁବବର୍ଗଙ୍କ ପାଇଁ ବଡ଼ ଧମାକା

ବିଜେପିର ଏହି ମାନିଫେଷ୍ଟୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମହିଳା ଏବଂ ଯୁବକମାନଙ୍କ ପାଇଁ କରାଯାଇଥିବା ଘୋଷଣା।
- ମହିଳାଙ୍କୁ ମାସିକ ୩୦୦୦ ଟଙ୍କା : ମମତା ବାନାର୍ଜୀଙ୍କ ସରକାର ମହିଳାଙ୍କୁ ୧୫୦୦ ଟଙ୍କା ଦେବାକୁ କହିଥିବା ବେଳେ, ବିଜେପି ଏହାକୁ ଦୁଇଗୁଣା କରି ମାସିକ ୩୦୦୦ ଟଙ୍କା ଦେବାକୁ ଘୋଷଣା କରିଛି।
- ଦୁର୍ଗା ସୁରକ୍ଷା ସ୍କ୍ଵାଡ : ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ବାହିନୀ ଗଠନ ହେବ।
- ସରକାରୀ ଚାକିରିରେ ସଂରକ୍ଷଣ : ମହିଳାଙ୍କ ପାଇଁ ଚାକିରି କ୍ଷେତ୍ରରେ ୩୩% ସଂରକ୍ଷଣ ଦିଆଯିବ।
- ଯୁବକଙ୍କ ପାଇଁ ନିଯୁକ୍ତି : ୧ କୋଟି ଚାକିରି ଓ ରୋଜଗାରର ସୁଯୋଗ ସହ ବେକାର ଯୁବକଙ୍କୁ ମାସିକ ୩୦୦୦ ଟଙ୍କାର ସହାୟତା ରାଶି ଦେବାକୁ ବିଜେପି ଶପଥ କରିଛି।
କିପରି ଏହା ଗେମ୍ ଚେଞ୍ଜର ହେବ?

ଆଜିକାଲିର ନିର୍ବାଚନରେ ମହିଳା ଏବଂ ଯୁବ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ବିହାର ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇଛି। ଯଦି ବିଜେପି ଟିଏମସି ଠାରୁ ଦୁଇଗୁଣା ନଗଦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛି, ତେବେ ମହିଳା ଓ ଯୁବବର୍ଗଙ୍କ ଝୁଙ୍କ ବିଜେପି ଆଡ଼କୁ ହେବା ସ୍ୱାଭାବିକ।
ଦିଲ୍ଲୀର ଉଦାହରଣ ଦେଖନ୍ତୁ। ୨୦୨୫ରେ କେଜ୍ରିୱାଲ ନିଜ ଯୋଜନାକୁ ନେଇ ଗର୍ବ କରୁଥିଲେ, କିନ୍ତୁ ବିଜେପି ସେହି ସବୁ ଯୋଜନା ଜାରି ରଖିବା ସହ ସୁଶାସନର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ବଦଳିଯାଇଥିଲା। ବଙ୍ଗଳାରେ ମଧ୍ୟ ସେହିପରି କିଛି ଘଟିବାକୁ ଯାଉଛି। ଟିଏମସିର ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନାକୁ ଟକ୍କର ଦେବା ପାଇଁ ବିଜେପି ଏହି ବଡ଼ ଦାଉ ଖେଳିଛି।
ସାମ୍ପ୍ରଦାୟିକ ଓ ସାମାଜିକ ପ୍ରସଙ୍ଗ

ବଙ୍ଗଳା ନିର୍ବାଚନରେ ମୁସଲିମ ଭୋଟର ଏକ ବଡ଼ ଫ୍ୟାକ୍ଟର। କିନ୍ତୁ ଯେତେବେଳେ ପରିବର୍ତ୍ତନର ପବନ ବହେ, ସେତେବେଳେ ସବୁ କିଛି ଭାସିଯାଏ। ଧାର୍ମିକ ସ୍ୱତନ୍ତ୍ରତା ସୁନିଶ୍ଚିତ କରିବା ଏବଂ ଶୋଭାଯାତ୍ରା ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କଡ଼ା ଆଇନ ଆଣିବାକୁ ବିଜେପି କହିଛି। ଗତ ୧୦-୧୨ ବର୍ଷ ଧରି ବିଜେପି ଯେଉଁ ସବୁ ମୁଦ୍ଦା ଉଠାଇ ଆସୁଥିଲା, ତାହାକୁ ଏବେ ନିଜ ଶପଥ ପତ୍ରରେ ସ୍ଥାନ ଦେଇଛି ।

ତେବେ ବିଜେପିର ଏହି ଶପଥ ପତ୍ର ପଶ୍ଚିମବଙ୍ଗର ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିଛି। କାହାର ପ୍ରତିଶ୍ରୁତି ଉପରେ ବଙ୍ଗଳାର ଜନତା ଭରସା କରିବେ? କ’ଣ ମମତା ବାନାର୍ଜୀ ନିଜ ଗାଦି ବଞ୍ଚାଇ ପାରିବେ ନା ବିଜେପି ଏଥର ଐତିହାସିକ ବିଜୟ ହାସଲ କରିବ।
also read : https://purvapaksa.com/centre-advises-states-to-shift-crop-bonus-policy/


