ରାଜ୍ୟର ମୋହନ ଚରଣ ମାଝୀଙ୍କ ସରକାର ଓଡ଼ିଆ ଅସ୍ମିତା କଥା କହି କ୍ଷମତା ଆସିଛି। କିନ୍ତୁ ସରକାରର ବିଭିନ୍ନ ବିଭାଗରେ ଥିବା ଅଧିକାରୀମାନେ ଏବେ ଓଡ଼ିଆ ମାରଣ କାମରେ ଲାଗିଛନ୍ତି। ଶିଳ୍ପ ବିଭାଗ ଓ ଇଡକୋ ପରେ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରିବାକୁ ଥିବା ଓ-ହବରେ ଏବେ ଓଡ଼ିଆ ମାରଣ କାମ ଜୋରରେ ଚାଲିଛି। ଓଡ଼ିଆ ମାରଣ କାମ କରୁଥିବା ସରକାରୀ ଅଧିକାରୀଙ୍କୁ ରାଜ୍ୟ ବିଜେପି ନେତାମାନେ କୋଳରେ ବସାଇ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।
ଅଭିଯୋଗ ଅନୁସାରେ ତାନୁମାନସା ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍, ଏକ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଯାହା ଷ୍ଟାର୍ଟଅପ୍ ଓଡ଼ିଶାର ଓ-ହବରେ ଗର୍ବର ସହିତ ଉତ୍ପନ୍ନ ହୋଇଛି। ଦୁଇମାସ ପୂର୍ବେ, ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଓଡିଶାରେ ଜନ୍ମିତ ଷ୍ଟାର୍ଟଅପ୍ମାନଙ୍କର ଅତ୍ୟାଧୁନିକ କାର୍ଯ୍ୟ ପ୍ରଦର୍ଶନ କରିବା ପାଇଁ ଓ-ହବରେ ଏକ କ୍ଲାଉଡ୍ ଏବଂ ଏଆଇ ଇନୋଭେସନ୍ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ଏହି ସଂସ୍ଥାକୁ ଅନୁମତି ମନାକରାଯାଇଥିଲା; କାରଣ ଇନକ୍ୟୁବେଟେଡ୍ ଷ୍ଟାର୍ଟଅପ୍ କ୍ୟାମ୍ପସ୍ ଭିତରେ “ପ୍ରଚାରମୂଳକ କାର୍ଯ୍ୟକଳାପ” କରିପାରିବେ ନାହିଁ ବୋଲି କୁହାଗଲା। ତେଣୁ ଏହି ସଂସ୍ଥା ହୋଟେଲ ଭଡ଼ା ନେଇଥିଲୁ, କାର୍ଯ୍ୟକ୍ରମ ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲୁ- କାରଣ ଏକ ଇକୋସିଷ୍ଟମ ଗଠନ ବାଧା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଆ ଷ୍ଟାର୍ଟଅପ୍ମାନଙ୍କୁ ହତୋତ୍ସାହିତ କରୁଥିବା ଷ୍ଟାର୍ଟଅପ୍ ଓଡ଼ିଶା ନିଜେ ଓ-ହବରେ ସମାନ କାର୍ଯ୍ୟକ୍ରମ କରୁଛି। ଏଥିପାଇଁ ବାଙ୍ଗାଲୋରର ଏକ କମ୍ପାନୀକୁ ପ୍ରୋତ୍ସାହିତ କରୁଛି। ଏହି ଷ୍ଟାର୍ଟଅପ୍ କମ୍ପାନୀ ଓଡ଼ିଶାରେ ଟିକସ ଦେଉନାହିଁ କିମ୍ବା ଏଠାରେ ନିଯୁକ୍ତି ସୃଷ୍ଟି କରୁନାହିଁ।
ଆହୁରି ନିରାଶାଜନକ ହେଉଛି ସିଏଓ କମଲଜିତ ଦାସଙ୍କ ମନୋଭାବ, ଯିଏ ନିରନ୍ତର ଭାବରେ ଇନକ୍ୟୁବେଟେଡ୍ ଷ୍ଟାର୍ଟଅପ୍ ସହିତ ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି। ଯେତେବେଳେ ଓଡ଼ିଆ ଷ୍ଟାର୍ଟଅପ୍ କମ୍ପାନୀ ତାଙ୍କ ସହିତ ଆଲୋଚନା ପାଇଁ ସେମାନଙ୍କୁ “କାଲି ରାତି ୧୧ଟାରେ ଅଫିସକୁ ଆସନ୍ତୁ” ବୋଲି କହୁଥିବା ଅଭିଯୋଗ ହୋଇଛି। ଏଭଳି ଅଧିକାରୀଙ୍କୁ ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ନେତାମାନେ ସୁରକ୍ଷା ଦେଉଛନ୍ତି। ବିଜେପିର ରାଜ୍ୟ ସଭାପତି ଦୌଡ଼ରେ ଥିବା ଟୀକାପିନ୍ଧା ନେତାଜଣଙ୍କ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହି ଅଧିକାରୀଙ୍କୁ ଅଭୟବାଣୀ ଦେଇଥିବା କୁହାଯାଇଛି।
ଷ୍ଟାର୍ଟଅପ୍ଗୁଡ଼ିକୁ ଏକ ପୋଷଣକାରୀ ଇକୋସିଷ୍ଟମ ଆବଶ୍ୟକ। ଗେଟକିପିଂ, ଦ୍ୱୈତ ମାନଦଣ୍ଡ ଏବଂ ଲାଲ ଫିତା ନୁହେଁ। ଓଡ଼ିଶାରୁ ଉତ୍ପନ୍ନ ଷ୍ଟାର୍ଟଅପ୍ ପ୍ରତି ପକ୍ଷପାତ କେବଳ ଅନ୍ୟାୟ ନୁହେଁ; ଏହା ଅଭିବୃଦ୍ଧି ବିରୋଧୀ। ଓଡ଼ିଆ ଷ୍ଟାର୍ଟଅପ୍ମାନେ ଏକ ନୂତନ ସରକାରଙ୍କ ସହିତ ଭଲ ଆଶା କରିଥିଲେ। କିନ୍ତୁ ଯେପର୍ଯ୍ୟନ୍ତ ବ୍ୟବସ୍ଥାଗତ ମନୋଭାବ ପରିବର୍ତ୍ତନ ନ ହୁଏ, ଓଡ଼ିଶାର ଉଦ୍ଭାବକମାନେ ନିଜ ଦେଶରେ ଅଣଦେଖା ହୋଇ ରହିବେ।
Also readhttps://purvapaksa.com/politics-of-temple-administration/
Politics of temple administration ।। ଶ୍ରୀମନ୍ଦିର ପ୍ରଶାସନର ରାଜନୀତି
